ଭଦ୍ରକ ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ‘ବୈଶାଖୀ ପଖାଳ’ କାର୍ଯ୍ୟକ୍ରମ

Straight to the Point

ଭଦ୍ରକ: ସ୍ଥାନୀୟ ଦକ୍ଷିଣେଶ୍ୱର କାଳୀ ମନ୍ଦିର ପରିସରରେ ଭଦ୍ରକ ହିନ୍ଦୁ ଜାଗରଣ ମଂଚ ପକ୍ଷରୁ ପ୍ରତିବର୍ଷ ଭଳି ‘ବୈଶାଖୀ ପଖାଳ’ ଖିଆ କାର୍ଯ୍ୟକ୍ରମ ବେଶ୍ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଦିବା ୧୨ ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ·ଲୁରହିଥିଲା । ମନ୍ଦିରର ପ୍ରତିଷ୍ଠାତା ତଥା ମା’ ଙ୍କର ସେବକ ସତ୍ୟନାରାୟଣ ଦାସ, ବିଜୟ କୁମାର କରଙ୍କ ପ୍ରତ୍ୟକ୍ଷ ସହଯୋଗରେ ଜାଗରଣ ମଂଚର ସଂପାଦକ କୈଳାସ ସାହୁ, ଦୁର୍ଗା ପ୍ରସନ୍ନ ମହାପାତ୍ର, କାହ୍ନୁଚରଣ ବାରିକ, ମଦନ ଶର୍ମା, ଫକୀର ଖୁଣ୍ଟିଆ, ରବିନ୍ଦ୍ର ଜେନା, ଅରୁଣ ଲାଖାନୀ, ରମାକାନ୍ତ ମିଶ୍ର, ଅନନ୍ତ ମହାରଣା, ହରିହର ସାହୁ ପ୍ରମୁଖ ଏହି କାର୍ଯ୍ରକ୍ରମକୁ ସୂ·ରୁରୂପେ ତୁଲାଇଥିଲେ । ଗତ କିଛିଦିନ ଧରି ଭଦ୍ରକରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିଲେ ମଧ୍ୟ ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ପ୍ରାୟ ଏକ ହଜାରରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁ ଭକ୍ତ ମା’ ଙ୍କୁ ଦର୍ଶନ କରି ‘ବୈଶାଖୀ ପଖାଳ’ ସେବନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ହିନ୍ଦୁ ଜାଗରଣ ମଂଚପକ୍ଷରୁ ଗତ ୧୧ବର୍ଷ ହେବ ଏଭଳି ସାଧୁ ଉଦ୍ୟମ କରାଯାଇଆସୁଅଛି ।

error: Thank You Keep Visiting