ଆଦାନୀ ଫାଉଣ୍ଡେସନର ‘ଉଡ଼ାନ’ କାର୍ଯ୍ୟକ୍ରମ

Straight to the Point

ଚାନ୍ଦବାଲିସ୍ଥିତ ନାବିକ ପ୍ରଶିକ୍ଷଣ କେନ୍ଦ୍ର ଛାତ୍ରଙ୍କ ଧାମରା ବନ୍ଦର ପରିଦର୍ଶନ

ଭଦ୍ରକ: ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ପରିଚାଳିତ ଚାନ୍ଦବାଲିସ୍ଥିତ ନାବିକ ପ୍ରଶିକ୍ଷଣ କେନ୍ଦ୍ରର ୨୫ରୁ ଊଦ୍ଧ୍ୱର୍ ଛାତ୍ର ‘ଉଡାନ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଧାମରା ବନ୍ଦର ପରିଦର୍ଶନ କରିଛନ୍ତି । ପରିଦର୍ଶନରେ ଆସିଥିବା ଛାତ୍ରମାନେ ବନ୍ଦରର ବିିଭିନ୍ନ ସ୍ଥାନ ପରିଦର୍ଶନ କରି ଦେଖିବା ସହ ସେଥିରେ ବ୍ୟବହୃତ ହେଉଥିବା ଯନ୍ତ୍ରାଂଶ ଏବଂ ଏହି ଯନ୍ତ୍ରପାତିର ପରିଚାଳନା ବିଷୟରେ ସେଠାରେ ଉପସ୍ଥିତ ଥିବା ଅଭିଜ୍ଞ ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଔଦ୍ୟୋଗିକ କ୍ଷେତ୍ରରେ ରୁଚି ଉତ୍ପନ୍ନ କରିବା ସହ ଉତ୍ସାହପୂର୍ଣ୍ଣ ଭାବରେ କିଛି ବୃହତ୍ତ କର୍ମ କରିବାର ସ୍ୱପ୍ନ ଜାଗ୍ରତ କରିବା । ଏହି ଛାତ୍ରମାନେ ନୌବାଣିଜ୍ୟ ବିଭାଗର କ୍ୟାପଟେନ ଓ ବିଭାଗୀୟ କର୍ମଚାରୀମାନଙ୍କ ସହ ସାମୁଦ୍ରିକ ଯାତାୟତ ଓ ଜାହାଜଗୁଡ଼ିକ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି ‘ଉଡାନ’ କାର୍ଯ୍ୟକ୍ରମରେ ପ୍ରାୟ ୫୦ ଟି ଶିକ୍ଷାନୁଷ୍ଠାନର ୪୦୦୦ ଛାତ୍ରଛାତ୍ରୀ ଧାମରା ବନ୍ଦର ପରିଦର୍ଶନ କରିସାରିଛନ୍ତି । ଆଦାନୀ ଫାଉଣ୍ଡେସନର ଏହି ‘ଉଡ଼ାନ’ କାର୍ଯ୍ୟକ୍ରମ ଭାରତର ୧୩ ଟି ରାଜ୍ୟରେ ଚାଲୁଅଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ଶିକ୍ଷାଦାନ ବିଦ୍ୟାଳୟ ପରିସର ଭିତରେ ସିମୀତ ନ ରହି ବାସ୍ତବିକ ଜ୍ଞାନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଧାମରା ପୋର୍ଟର ଏହି କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ଶିକ୍ଷାବିତ୍ ବହୁ ପ୍ରଂଶସା କରିବା ସହ ପୋର୍ଟ କର୍ତ୍ତର୍ୃପକ୍ଷକୁ ସାଧୁବାଦ ଜ୍ଞାପନ କରିଛନ୍ତି । ସୂଚନାଯୋଗ୍ୟ, ଆଦାନୀ ଗ୍ରୂପ ଚ୍ୟାୟାରମ୍ୟାନଙ୍କ କାନାଡା ପୋର୍ଟ ଭ୍ରମଣରୁ ଏହି ‘ଉଡାନ’ କାର୍ଯ୍ୟକ୍ରମର ଉତ୍ପତ୍ତି ଘଟିଛି । ଛାତ୍ରାବସ୍ଥାରେ କାନାଡା ପୋର୍ଟ ଭ୍ରମଣ ସମୟରେ ଏପରି ଏକ ପୋର୍ଟ ନିର୍ମାଣର ସ୍ୱପ୍ନ ଦେଖିଥିଲେ ଚ୍ୟାୟାରମ୍ୟାନ । ଭବିଷ୍ୟତରେ ଏହା ମୁନ୍ଦ୍ରା ପୋର୍ଟର ରୂପ ନେଇଥିଲା । ସେହି ଦିନରୁ ‘ଉଡାନ’ ଭଳି କାର୍ଯ୍ୟକ୍ରମ ଆରମ୍ଭ କରିବା ପ୍ରୟାସ ଥିଲା । ବିଭିନ୍ନ ସ୍କୁଲ, ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବନ୍ଦରକୁ ଭ୍ରମଣରେ ନେଇ ସେମାନଙ୍କ ଭିତରେ ରାଷ୍ଟ୍ର ନିର୍ମାଣ ଓ ପୋର୍ଟ ନିର୍ମାଣ କରିବା ଭଳି ଉଚ୍ଚକୋଟୀର ଅଭିଳାଷ ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ ।