ବିଦ୍ୟୁତ ପାଇଁ ଲୋକଙ୍କ ମଧ୍ୟରେ ଜଳିଲା ଅସନ୍ତୋଷର ନିଆଁ

Straight to the Point

ଜଗତସିଂହପୁର: ବିଦ୍ୟୁତ ପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷର ନିଆଁ ଜଳିଲା । ଏନଜେନ୍ ଓ ସେସୁ ବିରୁଦ୍ଧରେ ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇଲେ । ପ୍ରକାଶ ଥାଉକି,ଫଣି ମହାବାତ୍ୟା ଯିବାର ୧୩ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରଘୁନାଥପୁର ବ୍ଲକ ଅଂଚଳରେ ବିଦ୍ୟୁତ ସଂଯୋଗ ଦିଆଯାଉ ନଥିବାରୁ ଆଜି ହଜାର ହଜାର ବ୍ୟବସାୟୀ ଓ ଜନସାଧାରଣ ବିଜୁଳି ବିନା ଅସହ୍ୟ ଯନ୍ତ୍ରଣା ସହି ନପାରି ଆଜି କଟକ-ପାରାଦ୍ୱୀପ ରାସ୍ତାର ରଘୁନାଥପୁର ଗୋପବନ୍ଧୁ ଛକ ଠାରେ ସକାଳ ୭ଟାରୁ ୭ଘଂଟା ଧରି ରାସ୍ତାରୋକ ଆନ୍ଦୋଳନ କରିଥିଲେ । ପ୍ରକାଶ ଥାଉକି,ଗତ ୩ତାରିଖ ଫଣି ମହାବାତ୍ୟା ହେବା ପୂର୍ବ ଦିନ ଅର୍ଥାତ ୨ତାରିଖ ସଂଧ୍ୟାରୁ ରଘୁନାଥପୁର ବ୍ଲକକୁ ବିଜୁଳି ସଂଯୋଗ ବିଛିନ୍ନ ହୋଇଅଛି । ମହାବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଜଗତସିଂହପୁର ବ୍ଲକର ବିଭିନ୍ନ ଅଂଚଳକୁ ବିଦ୍ୟୁତ ସଂଯୋଗ ଆଜକୁ ୭ଦିନ ହେଲା ଦିଆ ହୋଇଅଛି ।ସେହିପରି କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ,ଗରଦପୁର,ତେଣ୍ଡ।।କୋଡା ଆଦି ଅଂଚଳ ବିଦ୍ୟୁତ ସଂଯୋଗ ୫ଦିନ ହେଲା ଦିଆଯାଇଅଛି ।ସେହିପରି କଟକ ଜିଲ୍ଲା ଅଧିନରେ ଥିବା ମହାନଦୀ ଦ୍ୱୀପାଂଚଳର ବାବୁଜଙ୍ଗ, ଉତରକୂଳ, ମଣିଜଙ୍ଗ, ମହମ୍ମଦପୁର ଅଂଚଳକୁ ବିଦ୍ୟୁତ ସଂଯୋଗ ୬ଦିନ ହେଲା ଦିଆଯାଇଅଛି ।ରଘୁନାଥପୁର ବ୍ଲକର ରେଢୁଆ, ପୁରୁଣା ବସନ୍ତ, ତଅଁରା , ଶାଳିଜଙ୍ଗା, ଅଢେଇକୂଳ ,ସାଦେଇପୁର, ରାଢଙ୍ଗ ଆଦି ପଂଚାୟତକୁ ଜଗତସିଂହପୁରରୁ ବିଦ୍ୟୁତ ସଂଯୋଗ ୫ଦିନ ହେଲା ଦିଆଯାଇଅଛି ।ମାତ୍ର ରଘୁନାଥପୁର ଏନଜେନ ଏସଡଓ ଏବଂ ରଘୁନାଥପୁର ସେସୁ ଏସଡିଓ ଅଧିନରେ ଥିବା ତାରପୁର ଗ୍ରା.ପ. , ଚିକିଣିଆ ଗ୍ରା.ପ., ଗୁଆଳିପୁର ଗ୍ରା.ପ. , ପୁରଣ ଓଡପଡା ଗ୍ରା.ପ, ଧରାଧରପୁର ଗ୍ରା.ପ. , ଜଗନ୍ନାଥପୁର ଗ୍ରା.ପ. , ରଘୁନାଥପୁର ଗ୍ରା.ପ କୁ ଫଣି ମହାବାତ୍ୟା ଯିବାର ୧୨ଦିନ ପରେ ମଧ୍ୟ ବିଦ୍ୟୁତ ସଂଯୋଗ ଦିଆଯାଇନାହିିଁ ।


ବିଦ୍ୟୁତ ଯୋଗାଣ ଦାବିରେ ହଜାର ହଜାର ଲୋକଙ୍କ ଦ୍ୱାରା କଟକ-ପାରାଦ୍ୱୀପ ରାସ୍ତାରେ ୭ଘଣ୍ଟା ରାସ୍ତାରୋକ|

୨ କନିଷ୍ଠ ଯନ୍ତ୍ରୀ ଓ ଏସଡିଓଙ୍କୁ ୨ଘଣ୍ଟା ଖରାରେ ବସାଇଲେ ଆନ୍ଦୋଳନକାରି

ଫଳରେ ପ୍ରବଳ ରୌଦ୍ରତାପରେ ଲୋକମାନେ ବିଦ୍ୟୁତ ବିନା ତ୍ରାହି ତ୍ରାହି ଡାକୁଛନ୍ତି । ମହାବାତ୍ୟାରେ ଭାଙ୍ଗିପଡିଥିବା ବିଦ୍ୟୁତଖୁଂଟ , ଛିଣ୍ଡି ଯାଇଥିବା ବିଦ୍ୟୁତ ତାର ଉପରୋକ୍ତ ପଂଚାୟତର ବିଭିନ୍ନ ଗ୍ରାମ ମାନଙ୍କରେ ସେହିଭଳି ପଡିିରହିଛି ।ଲୋକମାନେ ବିଜୁଳି ସଂଯୋଗ ଦିଆନଯିବାରୁ ୧୩ ଦିନ ହେଲା ଲୋକମାନେ ଅସହ୍ୟ ଯନ୍ତ୍ରଣା ଭୋଗ କରୁଛନ୍ତି । ରଘୁନାଥପୁର ବଡବଜାର ବଣିକ ସଂଘ ,ଜଗନ୍ନାଥପୁର ସାନବଜାର ନ୍ୟନସାୟୀ କମିଟି ,ରଘୁନାଥପୁର ହାଟ ବଜାର ବ୍ୟବସାୟୀ ସଂଘ ,ଗୋପାଳପୁର ବଜାର ବ୍ୟବସାୟୀ ସଂଘ ,ରଘୁନାଥପୁର ନୂଆବଜାର ବ୍ୟବସାୟୀ ସଂଘ ,ମହେନ୍ଦ୍ରସାହୁ ଛକ ବ୍ୟବସାୟୀ କମିଟି ପକ୍ଷରୁ ତୁରନ୍ତ ବିଦ୍ୟୁତ ଯୋଗାଇ ଦେବା ଦାବି କରି ଆଜି ସକାଳ ୭ଟା ସମୟରୁ ରଘୁନାଥପୁର ବ୍ଲକର କଟକ-ପାରାଦ୍ୱୀପ ରାସ୍ତାର ରଘୁନାଥପୁର ଗୋପବନ୍ଧୁ ଛକ ଠାରେ ହଜାର ହଜାର ବ୍ୟବସାୟୀ ଓ ଜନସାଧାରଣ ରାସ୍ତାରୋକ ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନ ଚାଲିବାର ୩ଘଂଟା ପରେ ରଘୁନାଥପୁର ଏନଜେନ ଏସଡିଓ ସୁନୀଲ କୁମାର ସାହୁ ,ସେସୁ ଏସଡିଓ ବିଶ୍ୱରଂଜନ ଦେହୁରୀ ,କନିଷ୍ଠ ଯନ୍ତ୍ରୀ ଭବାନୀ ପ୍ରସାଦ ମହାନ୍ତି ଘଟଣା ସ୍ଥଳରେ ପହଂଚିବା ପରେ ଲୋକମାନେ ତାଙ୍କୁ ଅଟକ ରଖିବା ସହିତ ସେମାନଙ୍କ ସହିତ ଯୁକ୍ତିତର୍କ କରିଥିଲେ । ବିଦ୍ୟୁତ ଠିକାଦାର ଶିର୍ଲୋ ଗ୍ରାମର ଦିଲ୍ଲୀପ କୁମାର ବସ୍ତିଆଙ୍କୁ କାହାଁକି ଏହି ଠିକାଦାର କାମ ଦିଆଯାଇଛି ।ସେ କାମର ବିଳମ୍ବ କରୁଛନ୍ତିି ।ଅନ୍ୟ ଠିକାଦାରଙ୍କୁ ଏଠାରେ କାମ କରିବାକୁ ପୂରାଇ ଦେଉନାହାଁନ୍ତି ବୋଲି ତୁରନ୍ତ ଦିଲ୍ଲୀପ ବସ୍ତିଆଙ୍କୁ କାର୍ଯ୍ୟରୁ ବାହାର କରି ଅନ୍ୟଠିକାଦାରଙ୍କୁ କାମ ଦେବାକୁ ଶହଶହ ଲୋକ ଦାବି କରିଥିଲେ । ସେହିପରି ଜଗତସିଂହପୁର ଜିଲ୍ଲାପାଳ ଶୀତ ତାପ ନିୟନ୍ତ୍ରିତ ଘରେ ବସି ଜିଲ୍ଲାକୁ ଆଂଶିକ କ୍ଷତି ହେଉଛି ବୋଲି ସରକାରଙ୍କୁ ରିପୋର୍ଟ ଦେବା ସମ୍ପର୍କରେ କମିଟିର ସମ୍ପାଦକ ଅଭୟ ମହାନ୍ତି ତୀବ୍ର ନିନ୍ଦା କରିଥିଲେ ।ଆନ୍ଦୋଳନ କାରି ଅରୁଣ କୁମାର ଜେନା ରଘୁନାଥପୁର ଏନଜେନ ଏସଡିଓ ସୁନୀଲ କୁମାର ସାହୁ ,ସେସୁ ଏସଡିଓ ବିଶ୍ୱରଂଜନ ଦେହୁରୀ ,କନିଷ୍ଠ ଯନ୍ତ୍ରୀ ଭବାନୀ ପ୍ରସାଦ ମହାନ୍ତିଙ୍କୁ ଲୋକମାନେ ପ୍ରଚଣ୍ଡ ଖରାରେ ଘଂଟା ଘଂଟା ଛିଡା କରାଇବା ସହିତ ଆନ୍ଦୋଳନ କାରିମାନଙ୍କ ସହିତ ସେମାନଙ୍କୁ ଆନ୍ଦୋଳନରେ ବସାଇ ନିର୍ବାହୀ ଯନ୍ତ୍ରୀ ନଆସିବା ପର୍ଯ୍ୟନ୍ତ ଛଡା ଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ । ତିର୍ତୋଲ ଏସଡିପିଓ ଦିପକ ରଂଜନ ଜେନା ଖବରପାଇ ଆନ୍ଦୋଳନ ସ୍ତରରେ ପହଂଚି ଏନଜେନ ଏସଡିଓ ଏବଂ ସେସୁ ଏସଡିଓଙ୍କୁ ଏକ ଚୁକ୍ତିନାମାରେ କେଉଁ ଦିନ ବିଦ୍ୟୁତ ସଂଯୋଗ ଦିଆଯିବ ଲୋକମାନଙ୍କୁ ଲେଖିଦେବାକୁ କହିଥିଲେ । ୨ ଏସଡିଓ ଲୋକମାନଙ୍କୁ ଲିଖିତଭାବେ ପ୍ରତିଶୃତି ଦେଇଥିଲେ ଯେ ଆସନ୍ତା ୧୭ତାରିଖ ସଂଧ୍ୟା ସୁଦ୍ଧା ରଘୁନାଥପୁର ବଜାରକୁ ବିଦ୍ୟୁତ ସଂଯୋଗ ଦିଆଯିବ ଯଦି୧୭ତାରିଖରେ ବିଦ୍ୟୁତ ଦେଇନପାରିବେ ସେସୁ କାର୍ଯ୍ୟାଳୟକୁ ତାଲା ପକାଇବା ସହିତ ଥାନା ସମ୍ମୁଖରେ ଆନ୍ଦୋଳନ କରିବେ ବୋଲି ଲିଖିତଭାବେ ଚୁକ୍ତିନାମାରେ ୨ଏସଡିଓ ସ୍ୱାକ୍ଷର କରିଥିଲେ । ୨ଏସଡିଓଙ୍କ ଲିଖିତ ପ୍ରତିଶୃତି ପାଇବାପରେ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା ।ଉତ୍ୟକ୍ତ ଲୋକମାନଙ୍କ କବଳରୁ ସେସୁ ଏସଡିଓ ,ଏନଜେନ ଏସଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ତିର୍ତୋଲ ଏସଡିପିଓ ଦିପକ ରଂଜନ ଜେନା ଉଦ୍ଧାର କରି ଆଣିଥିଲେ । ଏ ଆନ୍ଦୋଳନରେ ଶ୍ରୀଚରଣ ମହାପାତ୍ର, ରଘୁନାଥପୁର ବଣିକ ସଂଘ ସମ୍ପାଦକ ଅଭୟ କୁମାର ମହାନ୍ତି, ଟୁନା ମହପାତ୍ର, ମହେନ୍ଦ୍ର ନାଥ ସାହୁ ,ଯଶୋବନ୍ତ ସାହୁ,ଚିତରଂଜନ ନାୟକ,ପ୍ରତାପ ମୁଦୁଲି ,ସମ୍ଭୁନାଥ ସାହୁ,ବିଜୟ କୁମାର ସାହୁ,ଗୋପାଳ ସାହୁ,ସୁବୋଧ କୁମାର ଜେନା ,ସନ୍ତୋଷ କୁମାର ସାହୁ,ସୁବତ୍ର କୁମାର ସାହୁ,ବାଇଧର ବିନ୍ଧାଣୀ,ଅକ୍ଷୟ ଭୋଇ ,ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ମହାରଣା,ବିଜୟ ଖୁଂଟିଆ ,ବସନ୍ତ ବେହେରା ,ସଂଗ୍ରାମ ପରିଡା ,ଅଶୋକ କୁମାର ଦାସ,ସନ୍ତୋଷ କୁମାର ପଣ୍ଡା,ବିଜୟାନନ୍ଦ ମହାନ୍ତି ,ସୁବାଷ ନନ୍ଦ,ନିରଂଜନ ମିଶ୍ର,ପ୍ରଦିପ୍ତ ପ୍ରଧାନ ,ରଂଜନ କୁମାର ସାହୁ ,ବ୍ରଜ ମୋହନ ସ୍ାସବଇସଁ,ଅକ୍ଷୟ କୁମାର ସାହୁ ,ସରିତ ମହାପାତ୍ର ,ମନୋଜ ମଲ୍ଲିକ ,ରଂଜନ ମଣ୍ଡଳ,ଏସବି ଗୌତମ ,ସନ୍ନତ ମଣ୍ଡଳ ,ପମଦନ ମୋହନ ଜେନା,କ୍ଷେତ୍ରମୋହନ ପାଣି.,ରାମଚନ୍ଦ୍ର ସ୍ୱାଇଁ , ସୁକାନ୍ତ ମାଦେଳୀ,ସୁବାସ ମଣ୍ଡଳ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ ।ପୋଲିସ ଏସଆଇ ନିଲମ ସୋରେନ ସଦଳବଳେ ଆଇନଶୃଙ୍ଖଳା ରକ୍ଷା କରିଥିଲେ । ସେସୁ ଓ ଏନଜେନ ଅଧିକାରିଙ୍କ ପାଇଁ କଟକ-ପାରାଦ୍ୱୀପ ରାସ୍ତାର ହଜାର ହଜାର ଯାତ୍ରୀ ୭ଘଂଟା ଧରି ରୌଦ୍ରତାପରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।