ଜବର ଦଖଲରେ ସରକାରୀ ସଂପତ୍ତି : ଚୁପ୍ ବସିଛି ତହସିଲ ପ୍ରଶାସନ

Straight to the Point

ତିର୍ତ୍ତୋଲ: ତିର୍ତ୍ତୋଲ ତହସିଲ ଅଧିନସ୍ଥ ବିଭିନ୍ନ ମୌଜାରେ ଥିବା ସରକାରୀ ସଂପତ୍ତିକୁ ବ୍ୟକ୍ତିଗତ ଜବରଦଖଲ କରାଯାଉଥିବାବେଳେ ତହସିଲ ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା । ଜଡ଼ତିରା ପଞ୍ଚାୟତ ବନ୍ଧବାଟି ଗ୍ରାମରେ ଥିବା ଖାତା ନଂ ୪୭୯, ପ୍ଲଟ ନଂ ୮୬୯ ଏବେ ବିବାଦୀୟ ଅବସ୍ଥାରେ ଥିବାବେଳେ ଜନୈକ ବ୍ୟକ୍ତି ଜିଚ ବାସଗୃହର ପୋଟିକ ନିର୍ମାଣ କରୁଥିବା ଜଣାପଡ଼ିଛି । ଏହି ଘଟଣା ସଂପର୍କରେ ବଂଧବାଟି ଗ୍ରାମ ବାସୀଙ୍କ ପକ୍ଷରୁ ତା ୧୪/୫/୨୦୧୯ରେ ତିର୍ତ୍ତୋଲ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ସରକାରୀ ସଂପତ୍ତିର ରକ୍ଷଣା ବ୍ୟକ୍ଷଣ ଦାଇତ୍ୱରେ ଥିବା ପ୍ରଶାସନର କାର୍ଯ୍ୟକଳାପକୁ ନେଇ ଗ୍ରାମ ବାସୀଙ୍କ ମଧ୍ୟରେ ୍ରସନ୍ତୋଷ ପ୍ରକାଶ ପାଇଛି । ସରକାରୀ ପ୍ଲଟ ନଂ ୮୬୯ ସେହି ଗ୍ରାମର କୁନ ଚନ୍ଦ୍ର ସାହୁ ୨୦୧୧ ମସିହାଠାରୁ ଜବର ଦଖଲ କରି ଆସୁଛନ୍ତି । ଏହି ସରକାରୀ ପ୍ଲଟକୁ ଲାଗି ତାଙ୍କର ନିଜସ୍ୱ ସଂପତ୍ତି ଉପରେ କୋଠାଘର ନିର୍ମାଣ କରିଛନ୍ତି । ଯାହାର ଏକଦଶମାଂଶ ସରକାରୀ ପ୍ଲଟ ଉପରେ ରହିଛିବୋଲି ଗ୍ରାମବାସୀ ଅଭିଯୋଗ କରିବାପାରେ ତହସିଲ ପକ୍ଷରୁ ଚିହ୍ନଟ କରାଯାଇଛି । ତହସିଲ ପକ୍ଷରୁ ପର୍ଯ୍ୟାୟକ୍ରମେ ଦୁଇଟି ଜବର ଦଖଲ ମାମଲା ଶ୍ରୀ ସାହୁଙ୍କ ନାମରେ ରଜୁ କରାଯାଛି । ଏହି ସରକାରୀ ପ୍ଲଟ ଉପରେ ନିର୍ମାଣ କରାଯାଉଥିବା ଏକ ଅଙ୍ଗନୱାଡ଼ି ଗୃହର ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ପାଇଁ ଶ୍ରୀ ସାହୁ ମାନ୍ୟବର ଉଚ୍ଚନ୍ୟାୟାଳୟରେ ଡ଼ବ୍ଲୁ ପିସି (ସି) ୧୦୭୪୦/୧୫ ରଜୁ କରିଥିଲେ । ଉପଜିଲ୍ଲାପାଳଙ୍କ କୋର୍ଟରେ ଜବରଦଖଲ ମାମଲା ସଂଖ୍ୟା ୧୨/୨୦୧୫ରେ ଗତ ୨୦/୧୨/୨୦୧୬ରେ ତିର୍ତ୍ତୋଲ ତହସିଲ ଦାରଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦେଇଥିଲେ । ଏହା ଭିତରେ ୩ ବର୍ଷରୁ ଉର୍ଦ୍ଧ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଏହାର ସୁଯୋଗରେ ସଂପୃକ୍ତ ଗ୍ରାମର କେତେକ ନ୍ୟସ୍ଥ ସ୍ୱାର୍ଥ ସଂପନ୍ନ ବ୍ୟକ୍ତି ଗ୍ରାମର ମୁଖ୍ୟ ରାସ୍ତା ଯାହାର ପ୍ଲଟ ନଂ ୮୨୦, ୯୭୧, ୭୯୩, ୭୧୮ ଓ ୭୦୩ର କିଛଇ ଅଂଶକୁ ଜବରଦଖଲ କରି ସ୍ଥାୟୀ କୋଠା ବାଡ଼ି ନିର୍ମାଣ କରିବା ଫଳରେ ଯାତାୟତ ପଥ ସଂକୀଣ୍ଣ ହୋଇ ଅସୁବିଧା ସୃଷ୍ଟି ହେବାରେ ଲାଗିଛି । ସେହି ପରି କଟକ ପାରାଦ୍ୱୀପ ରାସ୍ତା ପାଶ୍ୱର୍ ତିର୍ତ୍ତୋଲ ଲକ୍ ବଜାର, ମଣିଜଙ୍ଗା ବଜାର, ସରଣୀ ବଜାର, ଥାନାଗଡ଼ା ବଜାର, ନେହେରୁ ବଜାରରେ ଫନି ବାତ୍ୟାରେ ଭାଙ୍ଗିଯାଇଥିବା ଅସ୍ଥାୟୀ ଘର ଓ କେବିନ୍ ପ୍ରଭୃତି ସ୍ଥାନରେ ସ୍ଥାୟୀ କୋଠା ନିର୍ମାଣ ହୋଇ ଚାଲିଥିବାବେଳେ ତିର୍ତ୍ତୋଲ ତହସିଲ ପ୍ରଶାସନ ସବୁ ଜାଣି ନିରବଦ୍ୟଷ୍ଟା ସାଜିଥିବା ସ୍ତାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି ।

error: Thank You Keep Visiting