ନିମ୍ନମାନର ହେଉଛି ରାସ୍ତା କାମ ପିଚୁ ବଦଳରେ ପଡୁଛି ମାଟି କାଦୁଅ

An Independent Media

ଆରଡ଼ି (ଓଡ଼ିଶା ଜର୍ଣ୍ଣାଲ)  ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାନ୍ଦପୁର ପଞ୍ଚାୟତର ପାଲଟପୁର ଓ ସିତଳପୁର ଯୋଗାଯୋଗ କରୁଥିବା ରାସ୍ତା ହେଉଛି।ଅତି ନିମ୍ନମାନର ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।ଏହି ରାସ୍ତା ଉପରେ ବହୁ ଲୋକ ଯାତାୟତ କରିଥାନ୍ତି ।ସ୍କୁଲ ପିଲାଠୁ ଆରମ୍ଭ କରି ଗାଁ ଲୋକମାନେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି।ଏହି ରାସ୍ତା ବାଲି ଚିପ୍ସ ବଦଳରେ କାଦୁଅ ପାଣି ଉପରେ ପିଚୁ ହେଉଛି । ଯାହାକି ଖଣ୍ଡିଆ ହୋଇ ବାହାରି ପଡୁଛି ।ତୁରନ୍ତ ଏହି ରାସ୍ତା ଭଲଭାବେ କାମ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ ମାନେ ଦାବି କରିଛନ୍ତି।

error: Thank You Keep Visiting