କେନ୍ଦ୍ରାପଡାରେ କାଳବୈଶାଖୀର ପ୍ରଭାବ,ଗଛ ପଡି ମହିଳା ମୃତ

Straight to the Point

ଅନେକ ସ୍ଥାନରେ ଗଛଉପୁଡି ପଡିଥିବା ବେଳେ ଛପର ଉଡେଇ ନେଇଛି

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ବୁଧବାର ସନ୍ଧ୍ୟାରେ ହଠାତ୍ କାଳବୈଶାଖୀ ସହିତ ଝଡ ପବନ ଦେଖା ଦେଇଥିଲା । ଏଥିରେ ଅନେକ ଗଛ ଉପୁଡି ପଡିଥିବା ବେଳେ ଚାଳଛପର ଘର ଗୁଡିକ ଉଡିଯାଇଥରବା ଦେଖିବାକୁ ମିଳିଛି । ସେହିଭଳି ଗଛ ପଡି ଜଣେ ମହିଳା ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ନିକିରାଇ ଥାନା ଅନ୍ତର୍ଗତ ଧୁମାତ ଶାସନ ଗ୍ରାମର ଶତୃଘ୍ନ ମଲିକଙ୍କ ସ୍ତ୍ରୀ ପ୍ରତିମା ମଲିକ ଏହି ଝଡ ତୋଫାନ ସମୟରେ ଇନ୍ଦୁପୁର ବଜାରକୁ ଆସି ଘରକୁ ଫେରୁଥିବା ବେଳେ ହଠାତ୍ ଏକ ଗଛ ଡାଳ ତାଙ୍କ ଉପରେ ପଡିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୂ ହୋଇଯାଇଥିଲା । ଖବର ପାଇ ନିକିରାଇ ଥାନା ପୋଲିସ ଶବଟିକୁ ଜବତ କରି ବ୍ୟବଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ଅନୁସନ୍ଧାନ କରୁଥିବା ଜଣାପଡିଛି ।

error: Thank You Keep Visiting