ଅଂଶୁଘାତରେ ଜଣେ ମୃତ

Straight to the Point

ଜଗତସିଂହପୁର: ଜଗତସିଂହପୁର ବ୍ଲକ ଅଧିନସ୍ଥ ଆଳିପିଙ୍ଗଳ ଗ୍ରାମପଞ୍ଚାୟତର କୋଲର ଗ୍ରାମର ଜଣେବ୍ୟକ୍ତି ଅଂଶୁଘାତରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ସୂଚନା ଅନୁସାରେ ଆଳିପିଙ୍ଗଳ ପଞ୍ଚାୟତର କୋଲର ଗ୍ରାମର ଅଧିବାସୀ କିଶୋର ଚନ୍ଦ୍ର ପଣ୍ଡା ଝଡବାତ୍ୟାରେ ଭାଙ୍ଗିଯାଇଥିବା ଗଛ ଡାଳ ହଣାହଣି କରି ନିଜ କର୍ମସଂସ୍ଥାନ ଜଗତସିଂହପୁରକୁ ଆସୁଥିବା ସମୟରେ ଦିବା ୧୨ଟା ବେଳେହଠାତ କାଠପୋଲ ନିକଟରେ ସାଇକେଲରୁ ପଡିଯାଇଥିଲେ । ହଠାତ ସାଇକେଲରୁ ପଡିଯାଇଥିଲେ । ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ସେଠାରେ ପାଣି ଛିଞ୍ôଚ ଜିଲ୍ଲାମୁଖ୍ୟଚିକିତ୍ସାଳୟକୁ ନେଇଥିଲେ । ସେ ଚିକିତ୍ସା ହେଉଥିବା ସମୟରେ ମୃତ୍ୟୁ ହୋଇଯାଇଥିଲା । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଲୋକେ ସମେତ ଆଳିପିଙ୍ଗଳ ସରପଞ୍ଚ ଉଲ୍ଲାସଚନ୍ଦ୍ର କାବୁ ଦୁଃଖ ପ୍ରକାଶ କରିବା ସହିତ କିଶୋରଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ।

error: Thank You Keep Visiting