ଥଣ୍ଡା ଗାଡିରେ ଅଗ୍ନି ସଂଯୋଗ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Straight to the Point

ଭଦ୍ରକ: ଆଜି ଯାନ୍ତ୍ରିକ ତୃଟିଜନିତ ସର୍ଟ ସର୍କିଟ୍ ଯୋଗୁଁ ଏକ ଥଣ୍ଡା ପାନୀୟ ଆଣୁଥିବା ଗାଡିରେ ନିଆଁ ଲାଗିଯାଇଥିଲେ ବି ଚାଳକ ଅଳ୍ପକେ ବର୍ତ୍ତିଯାଇଛି । ପ୍ରାପ୍ତ ଖବରରୁ ଯାହା ଜଣଯାଏ ୧୬ନଂ ଜାତୀୟ ରାଜପଥର ଆଦମପୁର ନିକଟରେ ଭଦ୍ରକ ଆସୁଥିବା ଏକ ଥଣ୍ଡା ପାନୀୟ ବୋଝେଇ ଗାଡିରେ କୌଣସି କାରଣରୁ ସର୍ଟ ସର୍କିଟ୍ ଘଟି ନିଆଁ ଲାଗିଯାଇଥିଲା । ଏହାଦେଖି ଚାଳକ ନିଜର ଜୀବନ ବଂଚାଇବାକୁ ଗାଡିଟିରୁ ବାହାରି ଆସିଥିଲା । ଏହାଦେଖି ସ୍ଥାନୀୟ ଲୋକେ ଭଣ୍ଡାରିପୋଖରୀ ଦମକଳ ବାହିନୀକୁ ଖବର ଦେବାରେ ସେମାନେ ଆସି ନିଆଁକୁ ଆୟତ୍ତ କରିଥିଲେ ।

error: Thank You Keep Visiting