ଝଡକୁ ୧୩ଦିନ ବିତିଲା: ମରାମତି ହେଉନି ବିଦ୍ୟୁତ ଖୁଣ୍ଟ , ଅନ୍ଧାର ରାତିରେ ଦିନ କାଟୁଛନ୍ତି ୭ଟା ଗାଁର ଲୋକ

Straight to the Point

ଭଦ୍ରକ: ସାମୁଦ୍ରିକ ଝଡ ଫଣି ପ୍ରଭାବରେ ଚାନ୍ଦବାଲି ବ୍ଲକର ବ୍ୟାପକ କ୍ଷୟକ୍ଷତି ଘଟିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସୁଧାର ଆସି ପାରିନାହିଁ । ଫଣି ପ୍ରଭାବରେ ଶହଶହ ବର୍ଷର ଗଛ ଉପୁଡି ପଡିଥିବା ବେଳେ ଶତାଧିକ ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡ ପଡିବା ସହ ମାଟିରେ ଲୋଟିଥିଲା । ତାହାସହ ନଡାଛପର ଘର ସମେତ ଆଜବେଷ୍ଟ ଘର ଆଦିକୁ ମଧ୍ୟ ଉଡାଇ ନେଇଥିଲା ସାମୁଦ୍ରିକ ଝଡ ଫଣି । ସାମୁଦ୍ରକ ଝଡ ଫଣି ଛାଡବାର ୧୩ଦିନ ବିତିଯାଇଥିଲେ ମଧ୍ୟ ବାତ୍ୟା ବିପନ୍ନ ମାନଙ୍କ ନିକଟରେ ପହଁଚି ପାରି ନାହିଁ ପ୍ରଶାସନ । ବିଶେଷକରି ବିଦ୍ୟୁତ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ତ୍ୱରାନିତ୍ୱ କରାଯାଉନଥିବାରୁ ଏବେବି ନାନ୍ଦପୁର ଓ ମାଧପୁର ୨ଟି ପଞ୍ଚାୟତର ପାଲଟପୁର, ମଧୁପୁର, କଣ୍ଡିଆସାହି, ମାଧପୁର, ଭୂଇଁସାହି, ଠାକୁରସାହି ଆଦି ୭ଟି ଗାଁ ଅନ୍ଧାରରେ ରହିଛି । ଏହି ଅଞ୍ଚଳ ନଈକୂଳିଆ ହୋଇଥିବାରୁ ଫଣି ପ୍ରଭାବରେ ବହୁ ବିଦ୍ୟୁତ ଖୁଣ୍ଟି ଉପୁଡି ପଡିଥିଲା । ହେଲେ ଫଣି ଛାଡିବାର ୧୩ଦିନ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ ଭିବାଗ ପକ୍ଷରୁ ସଜଡା ହେବାରେ ବିଳମ୍ବ ଦେଖା ଦେଉଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ତାହାସହ ଏ ବାବଦରେ ଗାଁ ଲୋକ ବିଭାଗୀୟ ଅଧିକାରିଙ୍କ ନିକଟରେ ଅଭିଯୋଗ କରୁଥିଲେ ମଧ୍ୟ ଆଜିକାଲି କହି ବିଭାଗ ଦିନ ଗଡାଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଅନ୍ୟପଟେ ଗ୍ରୀଷ୍ମ ପ୍ରଭାବରେ ଅସହ୍ୟ ଗରମ ସାଙ୍ଗକୁ ଗୁଳିଗୁଳି ଲାଗି ରହିଥିବାରୁ ଜନଜୀବନ ଅସହ୍ୟ ହୋଇପଡୁଛି । ତାହାଠାରୁ ବଳି ଯାଇଛି ଜଳକଷ୍ଟ । ବିଦ୍ୟୁତ ସରାବର ନଥିବାରୁ ମଧୁର ଜଳପ୍ରକଳ୍ପ ଗୁଡିକ ଅକାମୀ ହୋଇ ପଡିଥିବାରୁ ଗାଁରେ ôିବା କାଁ ଭାଁ ନଳକୂପ ନିକଟରେ ସକାଳୁ ସଂଜ ଯାଏ ଲାଗି ରହୁଛି ଲୋକଙ୍କ ଭିଡ । ଏପରିକି ବିଜୁଳି ଆଲୁଅ ନଥିବାରୁ ସଂଜ ନଇଁଲେ ଗାଁର ତାଟି କବାଟ ପଡିଯିବା ସହ ଅନ୍ଧରା ରାତିକୁ ନେଇ ଭୟଭିତ ହୋଇ ପଡୁଛନ୍ତି ଗ୍ରାମାବସୀ । ଫଳରେ ଶୂନଶାନ ହୋଇଯାଉଛି ଗାଁ ଦାଣ୍ଡ । ସବୁଠାରୁ ବଡକଥା ହେଲା ଏହି ନଈକୂଳିଆ ଅଞ୍ଚଳରେ ବିଷଧର ସରିସୃପଙ୍କ ସହ ବହୁ ଜୀବଜନ୍ତୁ ବସବାସ କରୁଥିବାରୁ ଅନ୍ଧାର ରାତି ଲୋକମାନଙ୍କ ଭୟକୁ ୨ଗୁଣିତ କରିଦେଇଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ସହ ତୁରନ୍ତ ବିଦ୍ୟୁତ ଯୋଗଇ ଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।