ଫଣିର ଫଣା ଚୋଟରେ ପ୍ରାଣ ହରାଇଛନ୍ତି ଭଦ୍ରକ ଜିଲାର ବହୁ ପଶୁ ଓ ପକ୍ଷୀ ସଂପଦ

Straight to the Point

ଭଦ୍ରକ: ଭଦ୍ରକ ଜିଲାରେ ଫଣି ମହାବତ୍ୟାରୁ ମଣିଷ ବର୍ତ୍ତିଯାଇଥିବାବେଳେ ବହୁ ଗୃହପାଳିତ ପଶୁଙ୍କର ମୃତ୍ୟୁ ହୋଇଛି । ଏହି ଧରଣର ଚାଞ୍ଚଲ୍ୟକର ତଥ୍ୟ ଜିଲା ପଶୁ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସରକାରଙ୍କୁ ରିପୋର୍ଟ କରାଯାଇଛି । ଜିଲାରେ ଫଣି ମହାବାତ୍ୟା ସେହି ଧରଣର ପ୍ରଭାବଶାଳୀ ସାବ୍ୟସ୍ତ ହୋଇନଥିଲେ ମଧ୍ୟ ଜିଲା ପଶୁ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସରକାରଙ୍କୁ ଦିଆଯାଇଥିବା ଏହି ରିପୋର୍ଟକୁ ନେଇ ସନ୍ଦେହ ଉପୁଜିଛି । ଜିଲା ପଶୁ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏହି ସୂଚନା ସତ୍ୟ ତଥ୍ୟ ଉପରେ ପର୍ଯ୍ୟବେଷିତ ଅଥବା ଅନ୍ୟ କିଛି ତାହା ହିଁ ଏବେ ଚର୍ଚ୍ଚାର ବିଷୟ ହୋଇଛି । ଜିଲା ପଶୁ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଚଳିତ ଫଣି ମହାବାତ୍ୟାରେ ଜିଲାରେ ୯ଟି ଗାଈ, ୭ଟି ବାଛୁରୀ, ୧୨ ଟି ଛେଳି ଏବଂ ୧ ହଜାର ୪ ଶହ କୁକୁଡା ଚିଆଁ ମୃତ୍ୟୁ ବରଣ କରିଛନ୍ତି । ସୂଚନା ଅନୁଯାୟୀ ଭଦ୍ରକ ବ୍ଲକ୍ରେ ୨ଟି ଗାଈ, ୨ଟି ବାଛୁରୀ ଏବଂ ୧୦ଟି ଛେଳି ଫଣି ବାତ୍ୟାରେ ମୃତ୍ୟୁବରଣ କରିଥିବାବେଳେ ବାସୁଦେବପୁର ବ୍ଲକ୍ରେ ଗୋଟିଏ ଗାଈ, ତିହିଡି ବ୍ଲକ୍ରେ ୨ଟି ଗାଈ, ୨ଟି ବାଛୁରୀ, ଚାନ୍ଦବାଲି ବ୍ଲକ୍ରେ ୨ଟି ଗାଈ, ଗୋଟିଏ ବାଛୁରୀ, ଧାମନଗର ବ୍ଲକ୍ରେ ଗୋଟିଏ ଗାଈ, ଗୋଟିଏ ବାଛୁରୀ ଏବଂ ୨ଟି ଛେଳି ଏବଂ ବନ୍ତ ବ୍ଲକ୍ରେ ଗୋଟିଏ ଗାଈ, ଗୋଟିଏ ବାଛୁରୀ ମୃତ୍ୟୁବରଣ କରିଛନ୍ତି । ଭଣ୍ଡାରିପୋଖରୀ ବ୍ଲକ୍ରେ ଜଣେ ଚାଷୀଙ୍କର ଏକକାଳୀନ ୧୪ ଶହ କୁକୁଡା ଚିଆଁ ମୃତ୍ୟୁବରଣ କରିଛନ୍ତି । ତେବେ ଜିଲା ପଶୁ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଏହି ବାତ୍ୟାରେ କୌଣସି ବଳଦ, ମହିଁଷି, ମେଣ୍ଢା ଅଥବା ବତକଙ୍କ ମୃତ୍ୟୁ ଘଟିନାହିଁ । ସବୁଠାରୁ ବଡ କଥା ହେଲା ଫଣି ମହାବାତ୍ୟାରେ ଭଦ୍ରକ ଜିଲାରେ ଜିରୋ କାଜୁଆଲିଟି ହୋଇଥିବାବେଳେ କେବଳ କିଛି ବଡ ବଡ ଗଛବୃକ୍ଷ ଉପୁଡିବା, କଚ୍ଚା ଘର ଭାଙ୍ଗିବା ଏବଂ କିଛି ଚାଳଘର ଛପର ଉଡିଯିବା ଭିନ୍ନ ଜିଲାରେ ସେହି ଧରଣର କୌଣସି ବଡ ଧରଣର କ୍ଷୟକ୍ଷତି ଘଟିନଥିବା ବେଳେ ଗୋରୁ, ଛେଳି ଏବଂ କୁକୁଡାଙ୍କୁ ମିଶାଇ ୧ ହଜାର ୪୨୮ ଲାଇଭଷ୍ଟକ୍ ନଷ୍ଟ ହେବା ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି । ଜିଲା ପଶୁ ଚିକିତ୍ସା ବିଭାଗର ଏହା ପ୍ରକୃତ ଆକଳନ ଅଥବା ସରକାରୀ ଘୋଷିତ ପଶୁମୃତ୍ୟୁ କ୍ଷତିପୂରଣ ଅର୍ଥ ହଡପ କରାଯିବାର ପ୍ରୟାସ, ତାହା ଏବେ ଜିଲାବାସୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଗୋଟିଏ ପଟରେ ଫଣି ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବାତ୍ୟାର ପୂର୍ବଦିନ ଅର୍ଥାତ୍ ୨ ତୋିଖ ଡୋୂ ସମୂଦୟ କୂଳିଆ ତଥା ଅସୁରକ୍ଷିତ ଅଂଚଳରେ ବସବାସ କରୁଥିବା ଜିଲାର ପ୍ରାୟ ୬୫ ହଜାର ଲୋକଙ୍କୁ ନିରାପଦ ଆଶ୍ରୟ ସ୍ଥଳରେ ରଖି ଦୁଇଦିନ ଧରି ରନ୍ଧା ଏବଂ ଶୁଖିଲା ଖାଦ୍ୟ ଦେଇ ସୁରକ୍ଷିତ କରାଯାଇଥିବାବେଳେ ଜିଲାରେ ଏତେ ସଂଖ୍ୟକ ଲାଇଭଷ୍ଟକ୍ ପ୍ରଶାସନିକ ସୁରକ୍ଷାରୁ କେମିତି ବାଦ ପଡିଲେ ତାହା ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଯୋଗ୍ୟ ଯେ ସରକାର ଫଣି ବାତ୍ୟାରେ ମୃତ୍ୟୁବରଣ କରିଥିବା ଗାଇ ପିଛା ୩୦ ହଜାର, ଛେଳି ପିଛା ୩ ହଜାର, ବାଛୁରୀ ପିଛା୧୬ ହଜାର ଏବଂ କୁକୁଡା ପିଛା ୫୦ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ।

error: Thank You Keep Visiting