ଇବ୍ରିସିଂରେ ଅଜଣା କାର ଧକ୍କାରେ ୧ମୃତ

Straight to the Point

ଗ୍ରାମବାସୀଙ୍କ ମଣିଜଙ୍ଗା-ଏରସମା ରାସ୍ତା ଅବରୋଧ

ଜଗତସିଂହପୁର: ତିର୍ତ୍ତୋଲ ଥାନା ଅନ୍ତଗର୍୍ତ ମଣିଜଙ୍ଗା-ଏରସମା ରାସ୍ତାର ଇବ୍ରିସିଂ ନିକଟରେ ଅଜଣା କାର ଧକ୍କାରେ ରବିବାର ଅପରାହ୍ନ ୪ଟା ସମୟରେ ଜଣେ ସାଇକେଲ ଆରୋହୀ ମୃତ୍ୟୁବରଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଇବ୍ରିସିଂ ପଞ୍ଚାୟତ ପାଇକସାହି ଗ୍ରାମର ପ୍ରଶନ୍ନ ଦଳେଇ(୬୫) ଏକ ସାଇକେଲ ଯୋଗେ ଏରସମା ପଟୁ ଘରକୁ ଫେରୁଥିବାବେଳେ ମଣିଜଙ୍ଗା ପଟୁ ଏରସମା ଦିଗକୁ ଯାଉଥିବା ଏକ ଅଜଣା କାର ଧକ୍କା ଦେଇ ଫେରାର ହୋଇଯାଇଥିଲା । ସ୍ଥାନୀୟ ଜନସାଧାରଣ ଶ୍ରୀ ଦଳେଇଙ୍କୁ ମୁମୁର୍ଷ ଅବସ୍ଥାରେ ରାସ୍ତା ଉପରୁ ଉଦ୍ଧାର କରି ଏରସମା ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ମୃତକ ପରିବାରକୁ କ୍ଷତି ପୁରଣ ଦାବୀ କରି ସ୍ଥାନୀୟ ଗ୍ରାମବାସୀ ମଣିଜଙ୍ଗା-ଏରସମା ରାସ୍ତାରେ ଟାୟାର ଜଳି ରାସ୍ତା ଅବରୋଧ କରି ଧାରଣାର ବସିରହିଥିଲେ । ତିର୍ତ୍ତୋଲ ଓ ଏରସମା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନାକାରୀ ମାନଙ୍କୁ ବୁଝାସୁଖା କରୁଥିବାବେଳେ ଆନ୍ଦୋଳନକାରୀ ଘଟଣାସ୍ଥଳକୁ ସ୍ଥାନୀୟ ତହସିଲଦାର ଓ ଏସଡିପିଓ ଆସି ଆଲୋଚନା କରିବା ପାଇଁ ଅଡି ବସିଥିଲେ । ଘଟଣାସ୍ଥଳରେ ତିର୍ତ୍ତୋଲ ତହସିଲ ଦାରଙ୍କ ପକ୍ଷରୁ ଜଗନ୍ନାଥପୁର ରାଜସ୍ୱ ନିରିକ୍ଷକ ପହଞ୍ଚି ରେଡ଼୍କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାରା ସହାୟତା ରାଶି ମୃତକ ପରିବାରକୁ ପ୍ରଦାନ କରିଥିଲେ ।

error: Thank You Keep Visiting