ଅଗ୍ନିକାଣ୍ଡ ଘଟି ୩ ବଖରା ଭସ୍ମିଭୂତ

Straight to the Point

ଜଗତସିଂହପୁର: ତିର୍ତ୍ତୋଲ ଥାନା ଅନ୍ତର୍ଗତ ଭରାଳ (ବାରବାଟିଆ) ଗ୍ରାମରେ ଜଗବନ୍ଧୁ ସ୍ୱାଇଁଙ୍କ ଘରେ ଆଜି ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ତିର୍ତ୍ତୋଲ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ଜଗବନ୍ଧୁଙ୍କର ୩ ବଖରା ଘର ସହିତ ସମସ୍ତ ଆସବାପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା । ସେହିପରି ଗତକାଲି ବିଳମ୍ବିତ ରାତ୍ରିରେ ତିର୍ତ୍ତୋଲସ୍ଥିତ ଦଧିବାମନ ହୋଟେଲ୍ରେ ଗ୍ୟାସ ଲିକ୍ କାରଣରୁ ଏକ ବଡ଼ଧରଣର ଦୁର୍ଘଟଣାକୁ ତିର୍ତ୍ତୋଲ ଅଗ୍ନିଶମ ବାହିନୀର ପ୍ରଚେଷ୍ଟାରେ ଏଡ଼ାଇ ଦିଆଯାଇ ପାରିଥିଲା । ଏଥିସହିତ ତିର୍ତ୍ତୋଲ ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ, ଘରୋଇ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ଗୁଡ଼ିକରେ ଅଗ୍ନି ନିର୍ବାକପ ଯନ୍ତ୍ର ରଖାଯିବାପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବାରମ୍ବାର ଚେତାବନି ସତ୍ୱେ ଅନୁଷ୍ଠାନମାନଙ୍କର ଖାମଖିଆଲି ମନୋଭାବ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇ ପାରୁନାହିଁ । ଫଳରେ ଘଟୁଛି ଦୁର୍ଘଟଣା । ତିର୍ତ୍ତୋଲରେ ଗତକାଲିର ଘଟଣା ଅଗ୍ନିନିର୍ବାପକ ଯନ୍ତ୍ର ନରଖିବା ଉଦାହରଣ ମାତ୍ର । ତିର୍ତ୍ତୋଲ ଅଗ୍ନିଶମ ବିଭାଗ ପକ୍ଷରୁ ସମସ୍ତଙ୍କୁ ଅଗ୍ନି ନିର୍ବାପକ ଯନ୍ତ୍ର ରଖିବା ପାଇଁ ନିବେଦନ କରାଯାଇଛି ।

error: Thank You Keep Visiting