ପାନବରଜ ତଦନ୍ତରେ ବ୍ୟାପକ ଦୁର୍ନୀତି:ବରଜ ପିଛା ଦଲାଲ ୫୦୦ ଟଙ୍କା ଆଦାୟ ଅଭିଯୋଗ

Straight to the Point

ଜଗତସିଂହପୁର: ଫଣି ମହାବାତ୍ୟାରେ ରଘୁନାଥପୁର ବ୍ଲକର ଚିକିଣିଆ ଗ୍ରା.ପ.ରେ ଥିବା ଶତାଧିକ ପାନ ଚାଷୀଙ୍କର ସମସ୍ତ ପାନବରଜ ନଷ୍ଟ ହୋଇ ମାଟିରେ ମିଶିଯାଇଛି ।ଏହି ପାନବରଜ କରି ଚିକିଣିଆ ପଂଚାୟତର ଶହଶହ ପାନଚାଷୀ ନିଜ ପରିବାରର ଗୁଜୁରାଣ ମେଟାଂଉଥିଲେ ।ପାନବରଜ ଗୁଡିକ ସମ୍ପୂର୍ଣ୍ଣ ଭାଙ୍ଗିଯିବା ପରେ ଚାଷୀ ଚାତ ମୁଣ୍ଡରେ ଚଡକ ପଡିଯାଇଛି । ଗତ ସପ୍ତାହରେ ଚିକିଣିଆ ପଂଚାୟତର କଳାଧାରୀ ଗ୍ରାମରେ ରିଲିଫ ବଂଟନ କାର୍ଯ୍ୟର ତଦାରଖ ନିମନ୍ତେ ଜଗତସିଂହପୁର ଜିଲ୍ଲାପାଳ ଗୁହାପୁନମ ତାପସ କୁମାର ସେଠାରେ ପହଂଚିଥିଲେ ।ଏହା ସମୟରେ ଶହଶହ ପାନଚାଷୀ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କର ପାନବରଜ ଗୁଡିକ ମାଟିରେ ମିଶିଯାଇଥିବା କଥା କହିବା ସହ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ ।ଏହି ପଂଚାୟତରେ ପାନଚାଷୀ ମାନଙ୍କର ଭାଙ୍ଗିଯାଇଥିବା ପାନବରଜ ଗୁଡିକ ତଦନ୍ତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।ଓଡିଶା ସରକାରଙ୍କର ଉଦ୍ୟାନ ବିଭାଗ ପକ୍ଷରୁ ଚିକିଣିଆ ଗ୍ରା.ପ.ରେ ଭାଙ୍ଗିଯାଇଥିବା ପାନବରଜର ତଦନ୍ତ ଆରମ୍ଭ କରିଛନ୍ତି । ମାତ୍ର ଉଦ୍ୟାନ ବିଭାଗର କେତେକ କର୍ମଚାରି ଏହି ପଂଚାୟତର କେତେଙ୍କ ଦଲାଲକୁ ଧରି ଭାଙ୍ଗିଯାଇଥିବା ପାନବରଜ ତଦନ୍ତ କରୁଛନ୍ତି ।ଏଠାରେ ସୂଚନାଯୋଗ୍ୟ ଏହି ପଂଚାୟତର କେତେକ ଦଲାଲ ଲୋକମାନଙ୍କ ଠାରୁ ୫ଶହ ଲେଖାଏଁ ଆଦାୟ କରୁଥିବା ପାନଚାଷୀ ମାନେ ଅଭିଯୋଗ କରିଛନ୍ତି ।ଉଦ୍ୟାନ ବିଭାଗ ତଦନ୍ତରେ ସ୍ୱଛତା କେତେଦୂର ରହିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।ଏଠାରେ ପ୍ରକାଶ ଥାଉକି ଯାହାର ପାନବରଜ ନାହିଁ ସେମାନେ ଦଲାଲ ସହାୟତାରେ ଉତ୍କଚ ଦେଇ ସରକାରୀ ସହାୟତା ହାତେଇବା ପାଇଁ ସେମାନଙ୍କର ନାମ ଦଲାଲ ସହାୟତାରେ ଉଦ୍ୟାନ ବିଭାଗ କର୍ମଚାରୀଙ୍କୁ ଧରି ନାମ ଅର୍ନ୍ତଭୁକ୍ତ କରିଛନ୍ତି ବୋଲି ପାନଚାଷୀମାନେ ଅଭିଯୋଗ କରିଛନ୍ତି ।ଚିକିଣିଆ ଗ୍ରା.ପ.ରେ କଳାଧାରୀ ଚିକିଣିଆ,ଏରଣ୍ଡପାଳ ଗ୍ରାମରେ ୨ଶହରୁ ଉଦ୍ଧ୍ୱର୍ ପାନଚାଷୀ ପାନଚାଷ କରୁଅଛନ୍ତି ।ଏହି ପଂଚାୟତରେ ଉଦ୍ୟାନ ବିଭାଗ ତରଫରୁ ଭାଙ୍ଗିଯାଇଥିବା ପାନଚାଷର ତଦନ୍ତ ଦଲାଲ ମାନଙ୍କ ସହାୟତାରେ ନକରି ପୁନର୍ବାର ଏହି ପଂଚାୟତରେ ଭାଙ୍ଗିଯାଇଥିବା ପାନଚାଷୀ ମାନଙ୍କର ପାନବରଜକୁ ନିରପେକ୍ଷ ଭାବେ ତଦନ୍ତ କରାଇବାକୁ ଜଗତସିଂହପୁର ଜିଲ୍ଲାପାଳ ନିର୍ଦ୍ଦେଶ ଦେବାକୁ ପଂଚାୟତର ପୂର୍ବତନ ସରପଂଚ ବିଷ୍ଣୁଚରଣ ସେଠୀ ଦାବି କରିଛନ୍ତି ।

error: Thank You Keep Visiting