ଜଗତସିଂହପୁର ଜିଲ୍ଲାରେ ମାଟ୍ରିକ ପାସ ହାର ୮୦.୪୭ପ୍ରତିଶତ

Straight to the Point

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଚଳିତ ମାଟ୍ରିକ ପରିକ୍ଷା ପାସ ହାର ୮୦.୪୭ପ୍ରତିହୋଇଛି । ଯାହାକି ରାଜ୍ୟରେ ଚତୁର୍ଥ ସ୍ଥାନରେ ରହିଛି । ଜିଲ୍ଲାର ୨୯୨ଟି ସ୍କୁଲର ଛାତ୍ରଛାତ୍ରୀ ୮୭ଟି ପରୀକ୍ଷା କେନ୍ଦ୍ରରେ ରେଗୁଲାର ପରୀକ୍ଷାର୍ଥୀ ମୋଟ ୧୫,୧୫୧ଜଣ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୧୨,୨୬୬ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଛାତ୍ର ୫୮୪୭ ଓ ଛାତ୍ରୀ ୬୪୧୯ଜଣ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି । ରେଗୁଲାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜିଲ୍ଲାରେ ମୋଟ ଏ୧ରେ ୪୨ଜଣ,ଏ୨ରେ ୩୬୨,ବି୧ରେ ୯୧୧,ବି୨ରେ ୧୯୬୦,ସି ଗ୍ରେଡରେ ୨୬୫୮,ଡି ରେ ୩୬୫୩,ଇ. ଗ୍ରେଡରେ ୨୯୫୦ଜଣ ପାସ୍ କରିଛନ୍ତି । ସେହିଭଳି ଏକ୍ସ ରେଗୁଲାର ପରୀକ୍ଷା ଦେଇଥିଲେ ମୋଟ ୩୨୫ଜଣ ସେଥିମଧ୍ୟରୁ ୧୫୨ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।ବି.୨ରେ ୩ଜଣ,ସି,୩,ଡି ରେ ୩୩,ଇ ରେ ୧୦୮,ଏଫ ରେ ୧୭୦,କମ୍ପାଲମେଣ୍ଟରେ ୫ଜଣ ଥିବାବେଳେ ଛାତ୍ରଙ୍କ ସଂଖ୍ୟା୮୪ଜଣ ଥିବାବେଳେ ଛାତ୍ରୀଙ୍କ ସଂଖ୍ୟା ୬୮ ଜଣ ରହିଛି । ସେହିଭଳି ପତ୍ର ବିନିମୟ ମାଧ୍ୟମ ରେ ୭୬ଜଣ ପରିକ୍ଷାଦେଇଥିବାବେଳେ ସେଥିମଧ୍ୟରେ ବି୧ ରେ ୧ଜଣ,ବି୨ରେ ୭ଜଣ,ସି.୨ଜଣ,ଡି୧୫,ଇ.୩୩,ଏଫ.୧୮ଜଣ ମୋଟ ଛାତ୍ରଙ୍କ ସଂଖ୍ୟା ୪୭ଜଣ ପାସ୍ ହାର ରହିଥିବାବେଳେ ଛାତ୍ରୀଙ୍କ ପାସ୍ ସଂଖ୍ୟା୧୧ଜଣ ରହିଛି ତେବେ ଜିଲ୍ଲାରେ ସର୍ବମୋଟ ୧୫୫୫୨ପରୀକ୍ଷା ଦେଇଥିବାବେଳେ ୧୫୫୦୨ଜଣପରୀକ୍ଷାର୍ଥୀଙ୍କ ଫଳ ପ୍ରକାଶ ପାଇଥିବାବେଳେ ୫୫୦ଜଣଙ୍କ ଫଳ ସ୍ଥଗିତ ଅଛି ।

error: Thank You Keep Visiting