ମ୍ୟାଟ୍ରିକ୍ ଫଳାଫଳ : ଭଦ୍ରକ ଜିଲାରେ ପାସହାର ୬୭.୬୧ ପ୍ରତିଶତ

Straight to the Point

ଭଦ୍ରକ: ଭଦ୍ରକ ଜିଲାରେ ମାଟ୍ରିକ ପରୀକ୍ଷାଫଳ ଏଥରକ ପୂର୍ବବର୍ଷ ତୁଳନାରେ ଭଲ ହୋଇନାହିଁ । ପାସ ହାର କମିଛି । ଭଦ୍ରକ ଜିଲାରେ ପାସହାର ୬୭.୬୧ ପ୍ରତିଶତ ରହିଛି । ପୂର୍ବବର୍ଷର ପାସ ହାର ଠାରୁ ଏଥରକ ପାସହାର ହ୍ରାସ ପାଇଥିବା ବୁଝାପଡିଛି । ଜିଲାରେ ମୋଟ ୧୧୮ଟି ପରୀକ୍ଷାକେନ୍ଦ୍ରରେ ୩୧୮ ଉଚ୍ଚ ବିଦ୍ୟାଳୟର ୨୨,୯୭୨ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ । ୮୪ ଜଣ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରିଥିବା କାରଣରୁ ସେମାନଙ୍କ ନମ୍ବର ପ୍ରକାଶ ପାଇନାହିଁ । ମୋଟ ୧୫୪୭୫ଜଣ ଉତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ହଜାର ୨୬୭ ଛାତ୍ର ଓ ୮ହଜାର ୨୦୮ଜଣ ଛାତ୍ରୀ ଥିବା ଜଣାପଡ଼ିଛି । ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୦ଜଣଙ୍କୁ ‘ଏ-୧’ ଗ୍ରେଡ, ୪୪୮ ଜଣଙ୍କୁ ‘ଏ-୨’ ଗ୍ରେଡ, ୯୬୫ଜଣଙ୍କୁ ‘ବି-୧ ଗ୍ରେଡ’ , ୧୭୧୮ଜଣଙ୍କୁ ‘ବି-୨’ ଗ୍ରେଡ , ୨୮୦୦ଜଣଙ୍କୁ ‘ସି’ ଗ୍ରେଡ , ୪୫୫୧ଜଣଙ୍କୁ ‘ଡି’ ଗ୍ରେଡ, ୪,୯୫୩ ଜଣଙ୍କୁ ‘ଇ’ ଗ୍ରେଡ ମିଳିଛି ।

error: Thank You Keep Visiting