କରଞ୍ଜମାଳ ବନବିଭାଗ ଅପାରଗତା ପଣିଆ, ଝାଉଁ ଜଙ୍ଗଲ ଉଜାଡିବାରେ ସାହାଯ୍ୟ କରୁଛନ୍ତି ବନ କର୍ମଚାରୀ

Straight to the Point

ଭଦ୍ରକ: କରଞ୍ଜମାଳ ବନବିଭାଗ ବ୍ରିଟ ହାଉସ ଆଗରେ ଥିବା ଝାଉଁ ଜଙ୍ଗଲରୁ ଦିନରେ ଝାଉଁ ଗଛ କଟା ଯାଉଥିବା ବେଳେ ବନବିଭାଗ ନୀରବଦ୍ରଷ୍ଟା ସାଜିଛି । ୨୦୧୪ ମସିହାରେ ଭଦ୍ରକ ଡିଏଫଓ ଏବଂଚାନ୍ଦବାଲି ରେଞ୍ଜର ପ୍ରତକ୍ଷ୍ୟ ତତ୍ୱାବଧାନରେ ୧୦ଏକର ସ୍ଥାନରେ ୧୦ ହଜାର ଝାଉଁ ଗଛ ଲଗାଯାଇଏହି ଝାଉଁ ଜଙ୍ଗଲ ସୃଷ୍ଟି କରାଯାଇଥିଲା । ଏହାର ଉଦ୍ୱେଶ ଥିଲା ଲୁଣା ଏବଂ ମହାବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ଅଂଚଳବାସୀଙ୍କୁ ରକ୍ଷା କରିବା । ବାତ୍ୟା ଫଣୀ ସମୟରେ ଏହି ଝାଉଁ ଜଙ୍ଗଲ କରଞ୍ଜମାଳ ପଂଚାୟତକୁ ପବନରୁ ରକ୍ଷା କରିଥିବା କଥା ସାଧାରଣରେ ଚର୍ଚା ହେଉଛି । ବର୍ତମାନ ପରିସ୍ଥିତିରେ ଏହି ଝାଉଁ ଜଙ୍ଗଳରୁ ଦିନରେ ଗଛ କଟା ଯାଉଛି ବୋଲି ସ୍ଥାନୀୟ ବାସିନ୍ଦା ଭଦ୍ରକ ଡିଏଫଓ ଏବଂ ଚାନ୍ଦବାଲି ରେଞ୍ଜରଙ୍କ ପାଖରେ ଅଭିଯୋଗ ଆଣିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚରେ ଏହି ଝାଉଁ ଜଙ୍ଗଳ କରଞ୍ଜମାଳ ଫରେଷ୍ଟର ବ୍ରିଟ ହାଉସ ଠାରୁ ମାତ୍ର ୫୦ମିଟର ଦୂରରେ ଅବସ୍ଥିତ । ଏହି ବ୍ରିଟ ହାଉସରେ ୨ଜଣ ବନପାଳ ,ବନରକ୍ଷୀ ଏବଂ ୪ଜଣ ଓାଚର କାର୍ଯ୍ୟରତ ।ଏହି ଝାଉଁ ଜଙ୍ଗଲ କଟା ଯାଉଥିବା ବେଳେ ସ୍ଥାନୀୟ ଅଧିବାସୀ ଆସି କରଞ୍ଜମାଳ ବନପାଳଙ୍କ ନିକଟରେ ଅଭିଯୋଗ କରିଥିଲେ,ସେହି ଅଭିଯୋଗକୁ ବନପାଳ ଭୃକ୍ଷେପ କରିନଥିବା କଥା ଆଜି ଭଦ୍ରକ ଡିଏଫଓ ଅମ୍ଳାନ ନାୟକ ଏବଂ ଚାନ୍ଦବାଲି ରେଞର ଅରୁଣ କୁମାର ବେହେରାଙ୍କ ନିକଟରେ ଅଭିଯୋଗ ହୋଇଛି । ଡିଏଫଓ ଏହି ଅଭିଯୋଗ ବାବଦରେ ତଦନ୍ତ ଦାୟିତ୍ୱ ଚାନ୍ଦବାଲି ରେଞ୍ଜରଙ୍କୁ ଦେଇଛନ୍ତି ଏବଂ ଏହି ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ କରଞ୍ଜମାଳ ବ୍ରିଟ ହାଉସରେ ବନପାଳ ଥିବା ସତ୍ୱେ କାଠ ମାଫିଆଙ୍କୁ କେଉଁ ପରିସ୍ଥିତିରେ ଏହି ବନପାଳ ଘଂଟ ଘୋଡାଇବା ସହ ସେମାନଙ୍କୁ ଝାଉଁ ଜଙ୍ଗଲ କାଟିବାରୁ ନିବୃତ କଲେ ନାହିଁ ତାହା ସାଧାରଣରେ ଚର୍ଚା ଚାଲିଛି । ଏହା ବନପାଳ ଏବଂ କାଠ ମାଫିଆଙ୍କ ମଧୁ ଚନ୍ଦ୍ରିକା ବୋଲି ବୁଦ୍ଧିଜିବୀ ମହଲରେ ମଧ୍ୟ ଚର୍ଚା ଚାଲିଛି ।

error: Thank You Keep Visiting