ମୃତ୍ୟୁ ମୁଖରେ ଗୋ ସଂପଦ ; ବାତ୍ୟାଠାରୁ ଏଯାଏଁ ମଲେଣି ପ୍ରାୟ ୧୫ ଗୋରୁ

Straight to the Point

ଭଦ୍ରକ: ଗୋ ସଂପଦର ସୁରକ୍ଷା ଓ ବଂଶ ବୃଦ୍ଧି ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ବିଭାଗୀୟ ପାଦାଧିକାରୀଙ୍କ ଅପାରଗତା ଯୋଗୁ ଅନେକ ସମୟରେ ଗୋ ସଂପଦ ମୃତ୍ୟୁମୁଖରେ ପଡ଼ୁଥିବା ଦେଖିବାକୁ ମିଳୁଛି । ଭଣ୍ଡାରିପୋଖରୀ ବ୍ଲକ ପଶୁ ସଂପଦ ବିଭାଗ ତରଫରୁ ଗାଈ ଗୋରୁଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଅନୁଧ୍ୟାନ ପାଇଁ ଉପଯୁକ୍ତ ପଦକ୍ଷପ ନିଆଯାଉନଥିବାରୁ ସେମାନେ ଅକାଳରେ ମୃତ୍ୟୁବରଣ କରୁଛନ୍ତି । ମାସର ୨୦ ଦିନ ବ୍ଲକ ଅଂଚଳରେ ଗୋ ବଂଶ ଦେଖା ଶୁଣା ପାଇଁ ମୋବାଇଲ ଭ୍ୟାନ୍ ବୁଲୁଥିବା ବେଳେ ପ୍ରକୃତ ପକ୍ଷେ ଗୋ ମାତାଙ୍କ ସ୍ୱାସ୍ଥ୍ୟ ପରିକ୍ଷା ହେଉନଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଫନି ବାତ୍ୟା ସମୟ ଠାରୁ ଆଜି ଯାଏଁ ରହଣିଆ ପଂଚାୟତ ରାଢ଼ୋ ଗ୍ରାମ ଠାରେ ପ୍ରାୟ ଛୋଟ ବଡ଼ ୧୫ ଗୋଟି ଗୋରୁ ଅଜଣା ରୋଗରେ ମୃତ୍ୟୁ ବରଣ କଲେଣି । ଗାଈ ଗୋରୁ ଚରା ଭୂଇଁକୁ ଯାଇ ଘରକୁ ଫେରିବା ବେଳକୁ ମୁହଁ ବେଙ୍ଗଭଳି ଫୁଲିଯାଇ ପାଟି ଓ ନାକରୁ ପ୍ରଚୁର ରକ୍ତସ୍ରାବ ହେଉଛି । ଗୋ ଦେବତାଙ୍କ ଏପରି ଆକସ୍ମିକ ଅବସ୍ଥା ଦେଖି ଗୃହ କର୍ତା ବ୍ୟସ୍ତ ବିବ୍ରତ ହୋଇ କୌଣସି ଚିକିତ୍ସା ପାଇଁ ବ୍ୟବସ୍ଥା କରୁଥିବା ବେଳେ ସ୍ୱଳ୍ପ ସମୟ ମଧ୍ୟରେ ଗାଈ ଗୋରୁଙ୍କ ଜୀବନ ଚାଳିଯାଉଛି । ଉକ୍ତ ଘଟଣା ସଂପର୍କରେ ବ୍ଲକ ପଶୁ ସଂପଦ ଅଧିକାରୀ ବିଶ୍ୱଜିତ୍ ରାୟଙ୍କୁ ପଚାରିବାରୁ ସେ କୁହନ୍ତି ଏନେଇ କୌଣସି ଖବର ମୋ ପାଖରେ ନାହିଁ । ରୋଗର ଲକ୍ଷଣ ଅନୁଯାୟୀ ଏହା ସାହାଁଳି(ଏଚ୍ ଏସ୍) ବୋଲି ସେ କହିଥିବା ବେଳେ ସ୍ଥାନୀୟ ପଶୁନିରିକ୍ଷକଙ୍କୁ ଏ ବାବଦରେ ଜଣାନ୍ତୁ ବୋଲି କହି ନିଜ ଦାଇତ୍ୱ ବୋଧକୁ ପାଶୋରି ଯାଇଛନ୍ତି । ଅନୁରୁପଭାବେ ଜିଲ୍ଲା ପଶୁ ସଂପଦ ଅଧିକାରୀ ଡ଼. ରଣ ସିଂ କୁହନ୍ତି କେଉଁଠି ଏଭଳି ଘଟୁଛି ଫୋନ୍ ଯୋଗେ ଆମକୁ ଜଣାନ୍ତୁ ପରେ ଆମେ ବ୍ୟବସ୍ଥା କରିବୁ । ଏପରି ସ୍ଥଳେ ବରିଷ୍ଟ ଅଧିକାରୀ ମାନେ ନିଜ ଦାଇତ୍ୱବୋଦକୁ ଭୁଲି ଯାଉଥିବା ବେଳେ କିପରି ଗୋ ସଂପଦ ରକ୍ଷା ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

error: Thank You Keep Visiting