ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଖୋଲିଲା ଜଳଛତ୍ର

Straight to the Point

ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତରେ ଏ.ଏଫ.ଆଇ.ଏନ. ଏବଂ ଓ.ଆଇ.ଜି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଜଳଛତ୍ର ସଂଗଠନର ଉପଦେଷ୍ଟା ସଞ୍ଜୟ ମହାନ୍ତିଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଫନି ବାତ୍ୟାରେ ଧ୍ୱସ୍ଥ ବିଧ୍ୱସ୍ତ ହୋଇଥିବା କାରଣରୁ ରାସ୍ତାକଡ଼ରେ ଥିବା ବିଶାଳ ଗଛ ଗୁଡ଼ିକ ଭାଙ୍ଗିଯାଇଛି । ଯାହାଫଳରେ ରାସ୍ତା କଡ଼ରେ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ବାଟୋଇଙ୍କ ପାଇଁ ଥକା ମାରିବା ତ ଦୁରର କଥା ତୃଷ୍ଣା ମେଣ୍ଟାଇବା କଷ୍ଟକର ହୋଇପଡ଼ିଛି । ଏ.ଏଫ.ଆଇ.ଏନ. ଏବଂ ଓ.ଆଇ.ଜି ସଂଗଠନ ପକ୍ଷରୁ ଜଗନ୍ନାଥପୁର ଠାରେ ଖୋଲାଯାଇଥିବା ଜଳଛତ୍ର ବାଟୋଇମାନଙ୍କ ପାଇଁ ସଞ୍ଜିବନି ଭଳି କାର୍ଯ୍ୟ ଦେବବୋଲି ସଂଗଠନର ପ୍ରତିଷ୍ଠାତା ଯୁବସମାଜସେବୀ ହିମାଂଶୁ ଭୂଷଣ ମଲ୍ଲିକ ଓ ଉପଦେଷ୍ଟା ଦେବପ୍ରସାଦ ନାୟକ ଆଶା ବାଢ଼ିଛନ୍ତି । ଏହି କାର୍ଯ୍ୟକୁ ସଂଗଠନର ସଭାପତି ଶ୍ରୀପତି ଲେଙ୍କା, ସମ୍ପାଦକ ସ୍ମୃତି ସ୍ୱାଇଁ, ସହସମ୍ପାଦକ ଅରବିନ୍ଦ ସ୍ୱାଇଁ, ଯୁଗ୍ମ ସମ୍ପାଦକ ବିଶ୍ୱଜିତ ଦାସ, ସହଯୋଗୀ ନିରଞ୍ଜନ ଦାଶ, କୋଷାଧ୍ୟକ୍ଷ ତୁଷାର ମହାନ୍ତି, ସୁନୀଲ ରାଣା, ସାଧାରଣ ସଭ୍ୟ ଇଂଦ୍ରନୀଳମଣି ପ୍ରମୁଖ ପରିଚାଳନା କରିଥିଲେ ।

error: Thank You Keep Visiting