ଭଦ୍ରକ ପୁରୁଣା ବଜାର ବିଜେଡି କାର୍ଯ୍ୟାଳୟ ପରିସରରେ ଇଫତାର ପାର୍ଟି ଅନୁଷ୍ଠିତ

Straight to the Point

ଭଦ୍ରକ: ଆଜି ଭଦ୍ରକ ପୁରୁଣାବଜାରସ୍ଥିତ ବିଜେଡି ପାର୍ଟି କାର୍ଯ୍ୟାଳୟ ପରିସରରେ ଇଫତାର ପାର୍ଟିର ଅନୁଷ୍ଠିତ ହୋଇଥିଲା । ଏହି ପବିତ୍ର ରମଜାନ ମାସରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଏହି ଏକମାସ ଧରି ରୋଜା ବା ଉପବାସ ରଖିଥାନ୍ତି । ପ୍ରତିଦିନ ଦିନ ତମାମ ଉପାସ(ରୋଜା ) ରଖିବା ସହ ସଂଧ୍ୟା ସମୟରେ ଉପାସ ଫିଟାଇଥାନ୍ତି । ରମଜାନ ମାସ ଆଜି ସତର ଦିନରେ ପହଞ୍ଚିଛି ।ଭଦ୍ରକ ପୁରୁଣାବଜାରସ୍ଥିତ ବିଜେଡି ପାର୍ଟି କାର୍ଯ୍ୟାଳୟ ପରିସରରେ ବିଜୁ ଜନତା ଦଳ ପକ୍ଷରୁ ଇଫ୍ତାର ପାର୍ଟିର ଆୟୋଜନ କରାଯାଇ ସବୁ ସଂପ୍ରଦାୟର ଲୋକଙ୍କୁ ଆମନ୍ତ୍ରିତ କରାଯାଏ । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଇଫତାର ପାର୍ଟିରେ ବହୁମାନ୍ୟଗଣ ବ୍ୟକ୍ତିମାନେ ଯୋଗଦେଇ ଭଦ୍ରକ ସହର ଭାଇଚାର ଓ ଭାତୃଭାବ ଅତୁଟ ରଖିବାକୁ ମତବ୍ୟକ୍ତ କରିଥିଲେ ।ଏହି ଇଫ୍ତାର ପାର୍ଟିରେ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ,ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ିର ବିଧାୟକ ପ୍ରାର୍ଥୀ ସଞ୍ଜିବ ମଲ୍ଲିକ, ଚଉଦ ମହଲା ମୁସ୍ଲିମ୍ ଜମାତର ସଭାପତି ହାଜି ମହମ୍ମଦ ଅବଦୁଲ ବାରି , ପୂର୍ବତନ ବ୍ଲକ ଅଧ୍ୟକ୍ଷ ମଳୟ ଜେନା, ସମାଜସେବୀ ଏସ୍ଏମ୍ ଫାରୁକ୍, ହାଜି ଅନୱାର ଅଲ୍ଲୀ, ଭଦ୍ରକ ଓକିଲ ସଂଘର ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, ଭଦ୍ରକ ଜିଲ୍ଳାର ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା, ସୟଦ ଆକବର ଅଲ୍ଳି, ଇମିତିଆଜ ଖାଁ, ମୀର୍ଜା ସାଜମ୍ ବେଗ୍, ସେକ ସାବିର, ଭଦ୍ରକ ବିଜେଡ଼ି ଆଇଟି ସେଲର ଜିଲ୍ଲା ସଂଯୋଜକ ଇମ୍ତାଜ କମଲ ଖାଁ ପ୍ରମୁଖ ଯୋଗଦେଇଥିଲେ । ଏହି ଇଫ୍୍୍ତାର ପାର୍ଟିକୁ ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ କାଉନ୍ସିଲର ମହମ୍ମଦ ଇକ୍ବାଲ ଖାଁ ପରିଚାଳନା କରିଥିବା ବେଳେ ଶତାଧିକ ବିଜେଡ଼ି ନେତା ଓ କର୍ମୀମାନେ ଏହି ଇଫ୍ତାର ପାଟିରେ ଯୋଗଦେଇଥିଲେ ।

error: Thank You Keep Visiting