ଦ୍ୱିତୀୟ ଥର ବିଦ୍ୟୁତ ଯୋଗାଣ ଦାବିରେ ହଜାର ହଜାର ଲୋକଙ୍କ ଦ୍ୱାରା କଟକ-ପାରାଦ୍ୱୀପ ରାସ୍ତାରେ ୭ଘଣ୍ଟା ରାସ୍ତାରୋକ

Straight to the Point

ଜଗତସିଂହପୁର: ଦ୍ୱିତୀୟ ଥର ପୁଣି ବିଦ୍ୟୁତ ଯୋଗାଣ ଦାବିରେ ହଜାର ହଜାର ଲୋକ କଟକ-ପାରାଦ୍ୱୀପ ରାସ୍ତାର ତାରପୁର ବାଇପାସ ଛକରେ ଆଜି ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା ।ପ୍ରକାଶ ଥାଉକି, ଫଣି ମହାବାତ୍ୟା ଯିବାର ୨୦ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରଘୁନାଥପୁର ବ୍ଲକ ଅଂଚଳରେ ବିଦ୍ୟୁତ ସଂଯୋଗ ଦିଆଯାଉ ନଥିବାରୁ ହଜାର ହଜାର ଲୋକ ବିଜୁଳି ବିନା ଅସହ୍ୟ ଯନ୍ତ୍ରଣା ସହି ନପାରି ଆଜି କଟକ-ପାରାଦ୍ୱୀପ ରାସ୍ତାର ତାରପୁର ବାଇପାସ ଛକ ଠାରେ ୭ଘଂଟା ଧରି ଆଜି ରାସ୍ତାରୋକ ଆନ୍ଦୋଳନ କରିଥିଲେ । ଗତ ୩ତାରିଖ ଫଣି ମହାବାତ୍ୟା ହେବା ପୂର୍ବ ଦିନ ଅର୍ଥାତ ୨ତାରିଖ ସଂଧ୍ୟାରୁ ରଘୁନାଥପୁର ବ୍ଲକକୁ ବିଜୁଳି ସଂଯୋଗ ବିଛିନ୍ନ ହୋଇଅଛି । ମହାବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଜଗତସିଂହପୁର ବ୍ଲକର ବିଭିନ୍ନ ଅଂଚଳକୁ ବିଦ୍ୟୁତ ସଂଯୋଗ ଆଜକୁ ୧୬ ଦିନ ହେଲା ଦିଆ ହୋଇଅଛି ।ସେହିପରି କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ,ଗରଦପୁର, ତେଣ୍ଡ।।କୋଡା ଆଦି ଅଂଚଳ ବିଦ୍ୟୁତ ସଂଯୋଗ ୧୮ଦିନ ହେଲା ଦିଆଯାଇଅଛି ।ସେହିପରି କଟକ ଜିଲ୍ଲା ଅଧିନରେ ଥିବା ମହାନଦୀ ଦ୍ୱୀପାଂଚଳର ବାବୁଜଙ୍ଗ, ଉତରକୂଳ, ମଣିଜଙ୍ଗ, ମହମ୍ମଦପୁର ଅଂଚଳକୁ ବିଦ୍ୟୁତ ସଂଯୋଗ ୧୫ଦିନ ହେଲା ଦିଆଯାଇଅଛି ।ରଘୁନାଥପୁର ବ୍ଲକର ରେଢୁଆ, ପୁରୁଣା ବସନ୍ତ,ତଅଁରା , ଶାଳିଜଙ୍ଗା, ଅଢେଇକୂଳ ,ସାଦେଇପୁର, ରାଢଙ୍ଗ ଆଦି ପଂଚାୟତକୁ ଜଗତସିଂହପୁରରୁ ବିଦ୍ୟୁତ ସଂଯୋଗ ୫ଦିନ ହେଲା ଦିଆଯାଇଅଛି ।ମାତ୍ର ରଘୁନାଥପୁର ଏନଜେନ ଏସଡଓ ଏବଂ ରଘୁନାଥପୁର ସେସୁ ଏସଡିଓ ଅଧିନରେ ଥିବା ତାରପୁର ଗ୍ରା.ପ. ,ଚିକିଣିଆ ଗ୍ରା.ପ., ଗୁଆଳିପୁର ଗ୍ରା.ପ. , କୁ ଫଣି ମହାବାତ୍ୟା ଯିବାର ୨୦ଦିନ ପରେ ମଧ୍ୟ ବିଦ୍ୟୁତ ସଂଯୋଗ ଦିଆଯାଇନାହିିଁ ।ଫଳରେ ପ୍ରବଳ ରୌଦ୍ରତାପରେ ଲୋକମାନେ ବିଦ୍ୟୁତ ବିନା ତ୍ରାହି ତ୍ରାହି ଡାକୁଛନ୍ତି । ମହାବାତ୍ୟାରେ ଭାଙ୍ଗିପଡିଥିବା ବିଦ୍ୟୁତଖୁଂଟ ,ଛିଣ୍ଡି ଯାଇଥିବା ବିଦ୍ୟୁତ ତାର ଉପରୋକ୍ତ ପଂଚାୟତର ବିଭିନ୍ନ ଗ୍ରାମ ମାନଙ୍କରେ ସେହିଭଳି ପଡିିରହିଛି ।ଲୋକମାନେ ବିଜୁଳି ସଂଯୋଗ ଦିଆନଯିବାରୁ ୨୦ ଦିନ ହେଲା ଲୋକମାନେ ଅସହ୍ୟ ଯନ୍ତ୍ରଣା ଭୋଗ କରୁଛନ୍ତି । ଏଠାରେ ସୂଚନାଯୋଗ୍ୟ ଗତ ୧୪ତାରିଖ ଦିନ ତାରପୁର ବାଇପାସ ଠାରେ ତାରପୁର,ଗୁଆଳିପୁର,ଚିକିଣିଆ ପଂଚାୟତକୁ ବିଦ୍ୟୁତ ଲାଇନ ଯୋଗାଇବା ଦାବି କରି ତାରପୁର ବାଇପାସ ଛକରେ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା ।ଘଟଣା ସ୍ଥଳକୁ ଏସଡିଓ ସେସୁ,ଏନଜେନ ଏସଡିଓ ବିଶ୍ୱରଂଜନ ଦେହୁରୀ ,ଏନଜେନ ଏସଡିଓ ସୁନୀଲ କୁମାର ସାହୁଙ୍କୁ ତିର୍ତୋଲ ଏସଡିପିଓ ଦିପକ ରଂଜନ ଜେନା ଡକାଇ କେବେ ତାରପୁର ଅଂଚଳକୁ ବିଦ୍ୟୁତ ଯୋଗାଇ ଦେବେ ଲୋକମାନଙ୍କୁ ଆନ୍ଦୋଳନ କାରିଙ୍କୁ ପ୍ରତିଶୃତି ଦେବାକୁ କହିଥିଲେ ।ସେସୁ ଏସଡିଓ ଏବଂ ଏନଜେନ ଏସଡିଓ ୪ଦିନ ମଧ୍ୟରେ ତାରପୁର ,ଗୁଆଳିପୁର ଓ ଚିକିଣିଆ ପଂଚାୟତକୁ ବିଦ୍ୟୁତ ଯୋଗଇ ଦେବେ ବୋଲି ଲିଖିତ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।ଏନଜେନ ଓ ସେସୁ ୨ଏସଡିଓ ର୍ପତିଶୃତି ଦେବାର ୮ଦିନ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ ଲାଇନ ଏ ଅଂଚଳକୁ ନଆସିବାରୁ ଆଜି ତାରପୁର ସରପଂଚ ସରୋଜ କୁମାର ଦାସଙ୍କ ନେତୃତ୍ୱରେ ହଜାର ହଜାର ଜନସାଧାରଣ ,ତାରପୁର ବାଇପାସ ବଜାର କମିଟିର ସମସ୍ତ ବ୍ୟବସାୟୀ ମାନେ ଏହି ରାସ୍ତାରୋକ ଆନ୍ଦୋଳନରେ ସାମିଲ ହୋଇଥିଲେ । ଏହି ଆନ୍ଦୋଳନ ଚାଲିବାର ୬ଘଂଟା ପରେ ତିର୍ତୋଲ ଏସଡିପିଓ ଦିପକ ରଂଜନ ଜେନା ଏବଂ ରଘୁନାଥପୁର ଥାନା ଆଇଆଇସି ବବିତା ଦଳାଇ ଆନ୍ଦୋଳନ ସ୍ଥଳରେ ପହଂଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ କିନ୍ତୁ ବିଦ୍ୟୁତ ଲାଇନ ନଆସିଲେ ଆନ୍ଦୋଳନ ପ୍ରତ୍ୟାହର କରିବୁ ନାହିଁ ବୋଲି ଆନ୍ଦୋଳନ କାରିମାନେ ରୋକଠୋକ କହିଥିଲେ ।ଏସଡିପିଓ ସେସୁ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଅଧିକ ଲୋକ ଲଗାଇ ତୁରନ୍ତ ଏହି ୩ଗୋଟି ପଂଚାୟତକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦେବାକୁ କହିଥିଲେ ।ଜଗତସାିଂହପୁର ସେସୁ ନିର୍ବାହୀ ଯନ୍ତ୍ରୀ ଜଗଦୀଶ ଚନ୍ଦ୍ର ସାହୁ ଘଟଣା ସ୍ଥଳରେ ପହଂଚି ଆଉ ଅଧିକ ୨୦ଜଣ ଲୋକ ଆସନ୍ତାକାଲି ଯୋଗାଇଦେବେ ଏବଂ ଖୁବଶୀଘ୍ର ଉପରୋକ୍ତ ୩ଗୋ;ି ପଂଚାୟତକୁ ଖୁବଶୀଘ୍ର ବିଦ୍ୟୁତ ଯୋଗଇ ଦେବେ ବୋଲି ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।ଏହି ଆନ୍ଦୋଳନରେ ତାରପୁର ସରପଂଚ ସରୋଜ କୁମାର ଦାସ,ପୂର୍ବତନ ସମିତିସଭ୍ୟ ଅର୍ନ୍ତଯାମୀ ରାଉତ ,ପୂର୍ବତନ ସରପଂଚ ପୁରୁଷୋତମ ଦାସ,ଇଂ ବାବାଜୀ ଜେନା ,ସମାଜସେବୀ ତଥା ପୁର୍ବତନ ସରପଂଚ ଦେବୀପ୍ରସାଦ ମହାରଣା,ପବିତ୍ର ନାୟକ,ବିଜୟ ଦାଶ,ଉମେଶ ପରିଡା,ମଧୁସୂଦନ ସାହୁ ,ସୁଶାନ୍ତ ପରିଡା,ଦେବଦନ୍ଦ୍ର ବରାଳ,ନିହାର ରଂଜନ ସାହୁ,ତ୍ରିଲୋଚନ ମହାପାତ୍ର ,ତ୍ରିଲୋଚନ ବେହେରା,ସନ୍ଦୀପ ନାୟକ, ବିବେକା ନନ୍ଦ ପଟ୍ଟନାୟକ, ପୁନା ସ୍ୱାଇଁ,ତପନ ମହାନ୍ତି, ସ୍ନେହାଇସୁ ଜେନା କୃଷ୍ଣପ୍ରସାଦ ମିଶ୍ର,ଗୋବିନ୍ଦ ମହାନ୍ତି, ନିହାର ରଂଜନ ରାଉତ, ଶାରଦାପ୍ରସାଦ ସାହୁ ,ସୌମଜିତ ମହାପାତ୍ର ,ଆଶୀର୍ବାଦ ରାଉତ, ତ୍ରିଲୋଚନ ବିଶ୍ୱାଳ, ଜଗନ୍ନାଥ ବାରିକ ,ମିହିରି ସେଠୀ,ବିଶ୍ୱରଂଜନ ସାହୁ ,ବିଚିତ୍ରା ଦାସ,ଆକାଶ ମଲ୍ଲିକ,ମନୋଜ ବାରିକ, ସୂର୍ଯ୍ୟକାନ୍ତ ବେହେରା, ରାଜେଶ ବାରିକ, ଚନ୍ଦନ ଦଳେଇ, ରାଜକିଶୋର ଦାଶ, ସୁମନ୍ତ ଗ୍ରହରାଜ ,ଅନିଲ ରାଉତ, ସତ୍ୟରଂଜନ ପାଲ, ଅଚ୍ୟୁତାନନ୍ଦ ପରିଡା ,ଗଣେଶ୍ୱର ସେଠୀ,ପ୍ରଶାନ୍ତ ସାହୁ,ସୁକଦେବ ନାୟକ,ଦିପକ ସ୍ୱାଇଁ,ଦେବେନ୍ଦ୍ର ସ୍ୱାଇଁ ,ଜଗବନ୍ଧୁ ବାରିକ,ବଟକୃଷ୍ଣ ନୟକ,ପ୍ରଫୁଲ୍ଲ ମହାପାତ୍ର ପ୍ରମୁଖଙ୍କ ନେତୃତ୍ୱରେ ହଜାର ହଜାର ଜନସାଧାରଣ ଏହି ରାସ୍ତାରୋକ ଆନ୍ଦୋଳନରେ ସାମିଲ ହୋଇଥିଲେ ।

error: Thank You Keep Visiting