ରଘୁନାଥପୁର ତହସିଲରେ ଘରଭଙ୍ଗା ତଦନ୍ତରେ ଶିଥିଳତା

Straight to the Point

ଜଗତସିଂହପୁର: ଫଣି ମହାବାତ୍ୟା ଯିବାର ୨୧ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରଘୁନାଥପୁର ତହସିଲ ଅନ୍ତର୍ଗତ ୬ଗୋଟି ଆରଆଇ ସର୍କଲ ଅଧିନରେ ଥିବା ଶହଶହ ଝାଟିମାଟି ଛଣଭପର ବାସଗୃହ ମାଟିରେ ମିଶିଯାଇଛି ଏବଂ ଶହଶହ ଘର ଉପରେ ଗଛ ପଡି ଘର ଗୁଡିକ ମଧ୍ୟ ଭାଙ୍ଗି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଉକ୍ତ ଘର ଗୁଡିକର ତଦନ୍ତ କରାଯାଉନାହିଁ ।ଯାହାକୁ ନେଇ ଘର ଭାଙ୍ଗିଯାଇଥିବା ବିପନ୍ନ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।ରଘୁନାଥପୁର ତହସିଲ ଅଧିନରେ ୬ଗୋଟି ରାଜସ୍ୱ ନିରିକ୍ଷକ ମାନେ ସମସ୍ତ ଗ୍ରାମକୁ ଯାଇ ଭାଙ୍ଗି ଯାଇଥିବା ସମସ୍ତ ଘର ଗୁଡିକ ତଦନ୍ତ କରିନାହାନ୍ତି ।ରଘୁନାଥପୁର ରାଜସ୍ୱ ନିରିକ୍ଷକ ଅଧିନରେ ଥିବା ଜଗନ୍ନାଥପୁର ପଂଚାୟତରେ ଆଦୌ ତଦନ୍ତ କରାଯାଇନାହିଁ । ଜଗନ୍ନାଥପୁର ଗ୍ରାମର ଶାରଦା ପ୍ରସାଦ ପଣ୍ଡା,ସରକାର ସାହି ଠୁରି ସାହୁ,ନାରାୟଣ ଖଟୁଆ,ବାସୁଦେବ ସିହ୍ନା,ବାଗସାହି ୍ଗ୍ରାମର କୃଷ୍ଣଚନ୍ଦ୍ର ଡାଳୁଆ ଓ ଭାସ୍କର ସେନାପତି (ଫଗୁ) ଆଜି ଶହଶହ ଲୋକଙ୍କର ଭାଙ୍ଗିଯାଇଥିବା ଘର ଏପର୍ଯ୍ୟନ୍ତ ତଦନ୍ତ କରାଯାଉନାହିଁ ।ଲୋକମାେ ଖୋଲା ଆକାଶ ତଳେ ପ୍ରବଳ ରୌଦ୍ରତାପରେ ଜୀବନ ବିତାଉଛନ୍ତି ।ଭାଙ୍ଗି ଯାଇଥିବା ଲୋକମାନଙ୍କର ଘର ତଦନ୍ତ କରାଯାଉ ନଥିବାରୁ ସେମାନଙ୍କୁ ପଲିଥିନ ପାଇବାରୁ ବଂଚିତ ହୋଇଛନ୍ତି ।ଚଳିତ ମାସ ୨୨ତାରିଖ ଦିନ ଫଣି ମହାବାତ୍ୟାର କ୍ଷୟକ୍ଷତି ଆକଳନ ରିପୋର୍ଟ ଜିଲ୍ଲାପାଳ ସରକାରଙ୍କୁ ଦେବାପାଇଁ ଦିନ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଭାଙ୍ଗିଯାଇଥିବା ଲୋକମାନଙ୍କର ଘର ତଦନ୍ତ କରାଯାଇନାହିଁ । ଜଗତସିଂହପୁର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ବିପନ୍ନ ଲୋକମାନଙ୍କର ଘର ତଦନ୍ତ କରାଇବାକୁ ନିର୍ଦ୍ଦେଶ ଦେବାକୁ ଏଅଂଚଳର ବୁଦ୍ଧିଜୀବି ମାନେ ଦାବି କରିଛନ୍ତି ।

error: Thank You Keep Visiting