ଜଗତସିଂହପୁର ପୌରପରିଷଦ ୧୧ନଂ ୱାର୍ଡରେ ମିଳୁନି ଝଡବାତ୍ୟାର ସହାୟତା

Straight to the Point

ତହସିଲଦାରଙ୍କ ନିୟମକୁ ଜଁକୋଟୀ ଆର.ଆଇ ମାନୁନାହାଁନ୍ତି

ଜଗତସିଂହପୁର: ଜଗତସିଂହପୁର ପୌରପରିଷଦର୧୧ନଂୱାର୍ଡ କଣ୍ଟାବଲ୍ଲଭପୁର ଗ୍ରାମରେ ଫନି ଝଡବାତ୍ୟାରେ କ୍ଷତିଗ୍ରସ୍ତ ଜନସାଧାରଣଙ୍କ ନିକଟରେ ଫନି ଝଡବାତ୍ୟାର ୨୬ଦିନରେ ବି ପହଞ୍ôଚ ପାରିନାହିଁ ସରକାରୀ ସହାୟତା । ଏହାର ପ୍ରତିବାଦରେ ୧୧ନଂୱାର୍ଡ କଣ୍ଟାବଲ୍ଲଭପୁର ଗ୍ରାମର ରବିନାରାୟଣ ତ୍ରିପାଠୀ,ଲୋକନାଥ ଭୋଇ,ନିରଞ୍ଜନ ମହାପାତ୍ର,ଦେବପ୍ରସାଦ ମହାପାତ୍ର,ଭରତ ସେଠୀଙ୍କ ନେତୃତ୍ୱରେ ଶତାଧିକ ଫନି ଝଡବାତ୍ୟା କ୍ଷତିଗ୍ରସ୍ତ ଜନସାଧାରଣ ଏକତ୍ରୀତ ହୋଇ ସ୍ଥାନୀୟ ତହସିଲଦାରଙ୍କୁ ଏକ ଦାବୀପତ୍ର ଗତ ୧୪/୫/୨୦୧୯ରେଦାବୀପତ୍ର ପ୍ରଦାନ କରିଥିଲେ ।ତହସିଲଦାର ମହାଶୟ କ୍ଷତିଗ୍ରସ୍ତ ପରିବାରକୁ ଖୁବଶିଘ୍ର ସହାୟତା ଯୋଗାଇଦେବାକୁ ପ୍ରତି ଶୃତି ଦେଇôତଲେ ମଧ୍ୟ ଆଜକୁ ଦୀର୍ଘ ୨୬ଦିନ ହୋଇଥିଲେ ମଧ୍ୟ ୧୧ନଂୱାର୍ଡ ବାସୀ ସହାୟତା ପାଇବାରୁ ବଞ୍ôଚତ ହୋଇଛନ୍ତି । ଫନି ଝଡବାତ୍ୟାରେ କଣ୍ଟାବଲ୍ଲଭପୁର ଗ୍ରାମର ଅନେକ ପରିବାରର ଗୃହ ଭାଙ୍ଗିବାସହିତ ଅନେକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ପଲିଥିନ୍ ଓ ଗୃହମରାମତି ନିମନ୍ତେ ସରକାରୀ ସହାୟତା ମିଳିନଥିବାରୁ ଝଡବାତ୍ୟା କ୍ଷତିଗ୍ରସ୍ତ ମାନେ ଦୁଃଖଦୁର୍ଦ୍ଦଶା ମଧ୍ୟରେ କାଳତିପାତ କରୁଛନ୍ତି । ଏହି ଗ୍ରାମଟି ଯଁକୋଟି ଆର.ଆଇ ସର୍କଲ ଅଧିନରେ ଥିଲେ ମଧ୍ୟ ଆର.ଆଇଙ୍କ ନିକଟକୁ ୱାର୍ଡବାସୀ ଦୌଡି ଦୌଡି ନୟାନ୍ତହେଲେଣି । ଲୋକମାନେ ଦିନରେ ଅସହ୍ୟ ଗରମ ଏବଂ ରାତ୍ରରେ ସର୍ପଭୟ ଓ ଅନ୍ୟଜନ୍ତୁ ମାନଙ୍କ ଭୟରେ ରାତ୍ରୀଉଜାଗର ରହି ଦିନ କାଟୁଛନ୍ତି । ତେଣୁ ଯଁକୋଟି ଆର.ଆଇ ଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ତାଙ୍କର ଟାଳଟୁଳ ନିତୀ ଓ ତହସିଲଦାରଙ୍କ ନିର୍ଦ୍ଦେଶନାମାକୁ ବେଖାତିର କରୁଥିବା ଅଭିଯୋଗ ହେଉଛି ।ଆଜି ୧୧ନଂ ୱାର୍ଡବାସୀ ତହସିଲଦାରଙ୍କୁ ଭେଟି ଜଁକୋଟି ଆର.ଆଇ ଙ୍କ ମାରଣ ନିତୀ ସଂପର୍କରେ ଅଭିଯୋଗ କରିଛନ୍ତି । ତହସିଲଦାର କ୍ଷତିଗ୍ରସ୍ତଙ୍କ ଅଭିଯୋଗ ପାଇ ତହସିଲଦାର ଆର.ଆଇ ଓ ଅମିନ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ତୁରନ୍ତ ବାତ୍ୟାକ୍ଷତିଗ୍ରସ୍ଥ ମାନଙ୍କ ପ୍ରକୃତ ତାଲିକା ପସ୍ତୁତ କରି ଦାଖଲ କରିବାକୁ । କ୍ଷତିଗ୍ରସ୍ତଙ୍କୁ ଖୁବଶିଘ୍ର ସରକାରୀ ନିୟମ ଅନୁଯାଇ ସହାୟତା ପ୍ରଦାନ କରାଯିବ ।

error: Thank You Keep Visiting