ଝାନସୀରାଣୀ ମହିଳା ସମିତି ଦ୍ୱାରା ମଦ ଜବତ,ବାଲିକୁଦା ଅବକାରୀ ବିଭାଗ ନିରବଦ୍ରଷ୍ଟା

Straight to the Point

ଜଗତସିଂହପୁର: ଏରସମା ଥାନା ଅନ୍ତର୍ଗତ ଗଡହରିଶପୁର ବଜାରରେ ଦିନକୁ ଦିନ ଚୋରା ମଦ ବ୍ୟାପୁଥିବାବେଳେ ବାଲିକୁଦା ଅବକାରୀ ବିଭାଗ ନିରବ ଦ୍ରଷ୍ଟା ସାଜିଥିବା ବେଳେ ଗ୍ରାମରେ ଥିବା ମହିଳା ସମିତି ର ମହିଳା ମାନେ ଚୋରାମଦ ଧରିବା ପାଇଁ ଅଣ୍ଟା ଭିଡିଛନ୍ତି । ଗତକାଲି ରାତ୍ରରେ ଗଡହରିଶପୁର ଗ୍ରାମର ପଶୁ ଡାକ୍ତର ଖାନା ନିକ ଟରେ ଚୋରାମଦ କାରବାର ହେଉଥିବା ନେଇ ଝାନସୀରାଣୀ ମହିଳା ସମିତି ଖବର ପାଇ ସେଠାରେ ପହଞ୍ôଚ ମଦକୁ ଜବତକରିଥିଲା । ଚୋରାମଦବେପାରୀ ହରିପଦ ତୋଳା ମହିଳା ସମିତିର କର୍ମକର୍ତ୍ତା ଦେଖି ଫେରାର ହୋଇଯାଇଥିଲା । ମହିଳା ସମିତିର ରିନାବାଳା ସ୍ୱାଇଁ କହିଥିଲେ କି ଗଡହରିଶପୁର ବଜାରରେ ଖୁଲମଖୁଲା ମଦ ବେପାର ହେଉଥିଲାବେଳେ ଆମ୍ଭେ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ ବାଲିକୁଦା ଅବକାରୀ ବିଭାଗର କର୍ମ·ରୀ ମାନେ ଚୋରାମଦ ବେପାରୀଙ୍କ ଠାରୁ ମୋଟା ଅଙ୍କର ·ନ୍ଦାନେଇ ସେମାନଙ୍କୁ ପ୍ରୋତ୍ସହନ ଦେଉଛନ୍ତି । ତେଣୁ ଆମଗ୍ରାମର ଯୁବକ ବର୍ଗ ଏପରିକି ଛାତ୍ର ମାନେ ମଧ୍ୟ ନିଶା ପିଇ ବହୁ ଅଘଟଣ ଘଟାଉଛନ୍ତି । ତେଣୁ ଏଥିପ୍ରତି ଉଚ୍ଚକତ୍ତୃପକ୍ଷ ଦୃଷ୍ଟିଦେଇ ଚୋରାମଦ ବନ୍ଦ କରିବା ଦାବି କରିଛନ୍ତି ।ଯଦି ଚୋରା ବନ୍ଦ କରାନଯାଏ ମହିଳାସମିତି ଆନ୍ଦୋଳନତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନି ଦେଇଥିଲେ ।

error: Thank You Keep Visiting