ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଉପରେ ଆକ୍ରମଣ; ଆକ୍ରମଣକାରୀକୁ ଗିରଫ ଦାବିରେ ବ୍ଲକ କାର୍ଯ୍ୟାଳୟରେ ଆନ୍ଦୋଳନ

Straight to the Point

ଜଗତସିଂହପୁର: ଗତ ୨୧ତାରିଖରେ ଜଗତସିଂହପୁର ବ୍ଲକ ଅଧିନସ୍ଥ କଣ୍ଟିଲୋ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ପଞ୍ଚାନନ ଭୂୟାଁ ସରକାର୍ଯ୍ୟରେ ଘଡିମୁଳ ଯାଇଥିବା ସମୟରେ ସେହି ଗ୍ରାମର କୃତିବାସ ନାୟକ ନିର୍ବାହୀ ଅଧିକାରୀଙ୍କ ସହିତ ପାଟିତୁଣ୍ଡ କରି ଗାଡି·ବି ଛଡାଇ ନେଇଥିଲେ । ଏପରିକି ନିର୍ବାହୀ ଅôଦକାରୀ ପଞ୍ଚାନନ୍ ଭୁୟାଁଙ୍କୁ ଶକ୍ତ ·ପୁଡା ମାରିବା ସହ ମୁଣ୍ଡକୁ ପ୍ରହାର କରିଥିଲେ । ଏ ନେଇ ନିର୍ବାହୀ ଅଧିକାରୀ ବିଡିଓଙ୍କୁ ଅଭିଯୋଗ କରିବା ସହ ଥାନାରେ ଅଭିଯୋଗ କରିଥିଲେ । ଆଜକୁ ୯ଦିନ ବିତିଯାଇଥିଲେ ମଧ୍ୟ ଆକ୍ରମଣ କାରୀଙ୍କୁ ପୋଲିସ ଗିରଫ କରିନଥିବାରୁ ଆଜି ଜଗତସିଂହପୁର ବ୍ଲକ କର୍ମ·ରୀ ଓ ସମସ୍ତ ପଞ୍ଚାୟତର ନିର୍ବାହୀ ଅଧିକାରୀ ମାନେ ବ୍ଲକ ସମ୍ମୁଖରେ କଲମ ଛାଡ ଆନ୍ଦୋଳନ କରିଥିଲେ । ଆନ୍ଦୋଳନ ଖବର ପାଇ ଏସଡିପିଓ ପ୍ରକାଶଚନ୍ଦ୍ର ପାଲ,ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ଆନ୍ଦୋଳନରତ କର୍ମ·ରୀଙ୍କ ପ୍ରତିଶୃତି ଦେଇଥିଲେକି ଆକ୍ରମଣ କାରୀକୁ ଖୁବଶିଘ୍ର ଗିରଫ କରାଯିବ । ଏସଡିପିଓ ଶ୍ରୀ ପାଲ ଓ ଥାନା ଅଧିକାରୀ ଶ୍ରୀ ମିଶ୍ରଙ୍କ ଠାରୁ ନିର୍ଭର ପ୍ରତିଶୃତି ପାଇଲାପରେ କର୍ମ·ରୀ ମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ ।

error: Thank You Keep Visiting