ଜଳସମ୍ପଦ ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

An Independent Media

ଜଗତସିଂହପୁର: ଜଗତସିଂହପୁରରେ ବିଭିନ୍ନ ସ୍ଥାନରେ ରାଜ୍ୟ ଜଳସମ୍ପଦ ବିଭାଗ ଏବଂ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ମନ୍ତ୍ରୀ ଶ୍ରୀଯୁକ୍ତ ଦାସଙ୍କୁ ବିଜୁଜନତାଦଳ ପକ୍ଷରୁ ଗାନ୍ଧିଛକ ଠାରୁ ପାଛୋଟି ନେଇଥିଲେ । ପ୍ରଥମେ ଗାନ୍ଧୀଛକ ଠାରେ ଥିବା ଗାନ୍ଧି ପ୍ରତିମୁର୍ତ୍ତିରେ ମନ୍ତ୍ରୀ ଶ୍ରୀଯୁକ୍ତ ଦାସ ମାଲ୍ୟାର୍ପଣ କରିଥିଲେ । ପରେ ପରେ ସାନବଜାରେ ଠାରେ ଥିବା ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଓ ସୂବର୍ଣ୍ଣବରାହୀ ମନ୍ଦିରକୁ ଯାଇ ଦର୍ଶନ କରିବାସହିତ ସେଠାରେ ମଧ୍ୟ ମନ୍ତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଜଗତସିଂହପୁର ବିଜୁଜନତାଦଳ ପକ୍ଷରୁ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସଙ୍କ ନେତୃତ୍ୱରେ ଜିଲ୍ଲାର ବରିଷ୍ଠ ବିଜେଡି କର୍ମକର୍ତ୍ତା ତଥା ବରିଷ୍ଠ ଆଇନଜୀବୀ ରାଜକିଶୋର ଖଟୁଆ,ଆଇନଜୀବୀ ତଥା ନଗରବିଜେଡି ସଭାପତି ଦୋଳଗୋବିନ୍ଦ ଦାଶ,ପୂର୍ବତନ ପୌରାଧ୍ୟକ୍ଷ ମଧୁସୁଦନ ସାହୁ,ବିଜେଡି ସାଧାରଣ ସଂପାଦକ ସରୋଜ କୁମାର ବିଶ୍ୱାଳ ପ୍ରମୁଖ ବିଜୁଜନତାଦଳର କର୍ମକର୍ତ୍ତ ତଥା ସ୍ଥାନୀୟ ଜନସାଧାରଣ ମନ୍ତ୍ରୀ ଶ୍ରୀଯୁକ୍ତ ଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପରେପରେ ମନ୍ତ୍ରୀ ଶ୍ରୀଯୁକ୍ତ ଦାସ ବାଲିକୁଦା ଓ ଏରସମା ଯାଇଥିଲେ ।

error: Thank You Keep Visiting