ବର୍ଷେ ନପୁରୁଣୁ ହଂସୁଆଘାଟ ପାହାଚ ଫାଟି ୨ଫାଳ:ତଦନ୍ତ ଦାବି

An Independent Media

ଜଗତସିଂହପୁର: ରଘୁନାଥପୁର ବ୍ଲକ ଅନ୍ତର୍ଗତ ଚିକିଣିଆ ଗ୍ରା.ପ.ର ୬ନଂ ୱାର୍ଡରେ ହଂସୁଆରେ ୨୦୧୮ ମସିହାରେ ଏକ ଘାଟର ପାହାଚ ନିର୍ମାଣ କରାଯାଇଥିଲା । ହଂସୁଆରେ ଏହି ଘାଟର ପାହାଚ ନିର୍ମାଣ କରିବାପାଇଁ ୧ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ କରାଯାଇ ଏହି ଢଳେଇ ପାହାଚଟିର କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର କରାଯାଇଥିବାରୁ ପାହାଚ ନିର୍ମାଣର ୧ବର୍ଷ ପୁରୁଣୁ ଏହା ଫାଟିକି ୨ଫାଳ ହୋଇ ହଂସୁଆ ଭିତରକୁ ଚାଲିଯାଇଛି । ଏହି କାର୍ଯ୍ୟ କରାଯାଉଥିବା ସମୟରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ନଥିଲେ । ଠିକାଦାର ଓ ଯନ୍ତ୍ରୀ ମିଶି ଏଭଳି ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରିଛନ୍ତି ବୋଲି ଏହି ଚିକିଣିଆ ପଂଚାୟତର ସମିତିସଭ୍ୟା ପ୍ରମିଳା ଦେଇ ଅଭିଯୋଗ କରିବା ସହିତ ଏହି ନିମ୍ନାମାନର କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରାଇବାକୁ ଦାବି କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ରଘୁନାଥପୁର ବ୍ଲକର ଅଧିକାଂଶ ପଂଚାୟତରେ ଏହିଭଳି ଅତ୍ୟନ୍ତ ନିମ୍ନାମାନର କାର୍ଯ୍ୟ କରାଯାଇ ଲକ୍ଷଲକ୍ଷ ଟଙ୍କାର ମିଥ୍ୟାବିଲ କରାଯାଉଛି ବୋଲି ସମିତିସଭ୍ୟା ଅଭିଯୋଗ କରିଛନ୍ତି ।

error: Thank You Keep Visiting