ମେଡିକାଲ ମ୍ୟାନେଜର ଓ ସିକ୍ୟୁରିଟି ସୁପର ଭାଇଜରଙ୍କ ରାଜରେ କର୍ମଚାରୀ ଅତିଷ୍ଠ

An Independent Media

ଜଗତସିଂହପୁର: ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ରକ୍ଷଣାବେକ୍ଷଣ ଦାୟୀତ୍ୱରେ ପାଣିକୋଇଲି ର ଏକ ସିକ୍ୟୁରିଟି ସଂସ୍ଥା କାର୍ଯ୍ୟକରୁଅଛି । ଉକ୍ତ ସିକ୍ୟୁରିଟି ସଂସ୍ଥାର ଜଗତସିଂହପୁର ମେଡିକାଲରେ ନିଯୁକ୍ତି ପାଇଥିବା ସୁପରଭାଇଜର ଜଣକ କର୍ମ·ରୀ ମାନଙ୍କୁ ବାରମ୍ବାର ର୍ଦୁବ୍ୟବହାର କରିବା ନେଇ ସିକ୍ୟୁରିଟି ଗାର୍ଡମାନେ ନିର୍ଦ୍ଦେଶକ ଭାରତ ସିକ୍ୟୁରିଟି ସଂସ୍ଥା ପାଣିକୋଇଲିଙ୍କୁ ଅଭିଯୋଗ କରିଛନ୍ତି । ସିକ୍ୟୁରିଟି କର୍ମ·ରୀ ମାନେ ସେମାନଙ୍କ ଅଭିଯୋଗରେ ଦର୍ଶାଇଛନ୍ତି କି ସିକ୍ୟୁରିଟି ସୁପର ଭାଇଜର ଓ ମେଡିକାଲ ମ୍ୟାନେଜର ଦୁଇଜଣ ଯାକ ସଲାସୁତୁରା ହୋଇ କର୍ମ·ରୀ ମାନଙ୍କୁ ହଇରାଣ ହରକତ କରିବା ଓ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରୁଛନ୍ତି । ଏପରିକି ଚକ୍ଷୁବିଭାଗ ପଛପଟେ ଏକ ପରିତ୍ୟକ୍ତ ଘରେ ସୁପରଭାଇଜର ଜଣକ ସଂନ୍ଧ୍ୟାରେ ମଦର ଆସର ଖୋଲି ପିଇବା ସହିତ କର୍ମ·ରୀ ମାନଙ୍କୁ ଦୋକାନକୁ ସିଗାରେଟ୍,ପାନ ପାଇଁ ପଠାଇବା,ଜଣେ ଝିଅ ଡିଉଟିପରେ ଘରକୁ ଯାଉଥିବା ସମରେ ସେ କୁଆଡେ ଯାଉଛି ତାକୁ ପିଛା କରିବା ପାଇଁ ବାଧ୍ୟକରିବା,ସର୍ବସାଧାରଣରେ ଗାଳିକରିବା ଓ ଛୁଟି ମାଗିଲେ ୨୦୦ଟଙ୍କା ଲାଞ୍ଚ ମାଗିବା ଭଳି ଦୁର୍ନିତି କାର୍ଯ୍ୟକରୁଥିବା ସୁପର ଭାଇଜରଙ୍କ ନାମରେ ନିର୍ଦ୍ଦେଶକଙ୍କୁ ଅଭିଯୋଗ କରିଛନ୍ତି ।ତେଣୁ ଏଭଳି ସୁପରଭାଇଜରକୁ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରୁ ଯଦି ବଦଳି ନକରାଯାଏ ତେବେ ସିକ୍ୟୁରିଟି କର୍ମ·ରୀମାନେ ବାଧ୍ୟ ହୋଇ କାମବନ୍ଦ କରି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

error: Thank You Keep Visiting