ଡ୍ରେନ୍ ଜାମ୍ ପାଇଁ ବର୍ଷାଦିନେ ବେହାଲ ହେବ ବନ୍ଦର ସହର ?

An Independent Media

ପାରାଦ୍ୱୀପ: ସ୍ମାର୍ଟ ବନ୍ଦର ସହର ହେବାକୁ ଯାଉଥିବା ପାରାଦ୍ୱୀପରେ ଏବେ ବିଭିନ୍ନ ଡ୍ରେନ୍ ସମେତ ମୁଖ୍ୟ ଡ୍ରେନ୍ ଜାମ ପାଇଁ ବର୍ଷା ଦିନେ ବର୍ଷା ଜଳରେ ବନ୍ଦର ସହର ବେହାଲ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଏଠାରେ ପ୍ରକାଶ ଥାଉକି ପାରାଦ୍ୱୀପ ସହରର ଜମି ତଳେ ବାଲୁକା ଆସ୍ତରଣ ଯୋଗୁଁ ସ୍ଥଳ ଭାଗରେ ଜଳ ଶିଘ୍ର ସୁଖିଯାଏ ଏବଂ ବିଭିନ୍ନ କଲୋନୀ ଓ ବସ୍ତି ଅଞ୍ଚଳରେ ଡ୍ରେନ୍ ମାଧ୍ୟମରେ ବଡପଡିଆ ଥାନା ପଛପଟରେ ଯାଇଥିବା ମୁଖ୍ୟ ଡ୍ରେନ୍ ମାଧ୍ୟମରେ ଜଳ ନିଷ୍କାସିତ ହୋଇ ମଧୁବନ କ୍ରିକ୍ରେ ମସିଥାଏ । କିନ୍ତୁ କିଛି ବର୍ଷ ହେବ ବିଭିନ୍ନ ଆବର୍ଜନ, ପ୍ଳାଷ୍ଟିକ ବୋତଲ, କାଗଜ ଇତ୍ୟାଦି ଦ୍ୱାରା ମୁଖ୍ୟ ଡ୍ରେନ୍ ଜାମ ହେବା ଯୋଗୁଁ ସହରର ଜଳ ନିଷ୍କାସିତ ହୋଇ ପାରୁନାହିଁ । ଏତଦ୍ ବ୍ୟତିତ ବଡପଡିଆ ମୁଖ୍ୟରାସ୍ତା କଡରେ ଥିବା ବିଭିନ୍ନ ହୋଟେଲ ଓ ବ୍ୟବସାୟ ପ୍ରତିଷ୍ଠାନ ଡ୍ରେନପୋତି ଜବରଦଖଲରେ ଥିବା ବେଳେ ବର୍ଷାଦିନେ ଜଳ ନିଷ୍କାସିତ ନହୋଇ ପାରି ରାସ୍ତା ଉପରେ ଆଣ୍ଠୁଏ ଲୋଖାଏଁ ପାଣି ଜମିବାର ଦେଖାଯାଇଥାଏ । ତେବେ ଏସବୁ ସମସ୍ୟା ପ୍ରତିହତ କରିବା ପାଇଁ ବନ୍ଦର କର୍ତ୍ତୃପକ୍ଷ ରାସ୍ତାକୁ ଉଚ୍ଚ କରିବା, ବିଭିନ୍ନ କଲୋନୀର ପାଣି ନ ଜମିବା ପାଇଁ ନୂତନ କଂକ୍ରିଟ୍ ଡ୍ରେନ୍ ନିର୍ମାଣ କରିବା ସତ୍ୱେ ଡ୍ରେନ୍ ଚ୍ୟାନେଲ ସବୁ ପରିସ୍କାର ନହେବା ଓ ମୁଖ୍ୟ ନିଷ୍କାସନ ଡ୍ରେନଟି ସଫା ନହେବା ଯୋଗୁଁ ବର୍ଷା ଜଳ ନିଷ୍କାସନ ନ ହୋଇପାରି ସହରର ବିଭିନ୍ନ ରାସ୍ତା ଓ କଲୋନୀରେ ବର୍ଷା ଜଳ ଜମିରହି ବିଭିନ୍ନ ରୋଗ ବ୍ୟାପିବାର ସମ୍ଭାବନା ସୃଷ୍ଟି ହୋଇଥାଏ । ଯଦିଓ ଏସବୁ ସଫେଇ କାର୍ଯ୍ୟ ସ୍ଥାନୀୟ ପୌରପରିଷଦ ଓ ଏହାର ନିର୍ଦ୍ଦିଷ୍ଟ ୱାର୍ଡର କାଉନସିଲରଙ୍କର ତେବେ ବେଳେ ବେଳେ ଏଥିରେ ବ୍ୟତିକ୍ରମ ଦେଖାଯାଉଛି । ମଝିରେ ମଝିରେ ଥାନା ପଛପଟ ମୁଖ୍ୟ ଡ୍ରେନଟି ପୌରପାଳିକାର ଦ୍ୱାରା ସଫେଇ ହୋଇଥିଲେ ମଧ୍ୟ ଏବେ ଦୀର୍ଘ ଦିନ ହେବ ଏହା ସଫା ହୋଇନାହିଁ । ତେବେ ଆଉ କିଛି ଦିନ ମଧ୍ୟରେ ବର୍ଷାଦିନ ଆରମ୍ଭ ହେବାକୁ ଯାଉଥିବା ବେଳେ ମୁଖ୍ୟ ଡ୍ରେନ୍ ସଫେଇ ନହେବା ଯୋଗୁଁ ଆଗାମୀ ଦିନରେ ଏହା ଭୟଙ୍କର ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବିଭିନ୍ନ କଲୋନୀରୁ ନିର୍ଗତ ଜଳ ଓ ବର୍ଷାଜଳ ନିଷ୍କାସନ ପାଇଁ ପୌରପାଳିକା ଓ ବନ୍ଦର ପ୍ରଶାସନ ସୁଚିନ୍ତିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

error: Thank You Keep Visiting