ଜଗତସିଂହପୁରରେ ବିଜେଡିର ସମ୍ବର୍ଦ୍ଧନା ଓ ବିଜୟ ଉତ୍ସବ

An Independent Media

ସମସ୍ତେ ମିଳିମିଶି କାର୍ଯ୍ୟକଲେ ଜଗତସିଂହପୁର ଜିଲ୍ଲା ଉନ୍ନତି ପଥରେ ଆଗେଇବ:ମନ୍ତ୍ରୀ

ଜଗତସିଂହପୁର: ରାଜ୍ୟରାଜନୀତିରେ ଜଗତସିଂହପୁର ଜିଲ୍ଲାର ·ରୋଟି ବିଧାନ ସଭା ଓ ସଂସଦୀୟ କ୍ଷେତ୍ର ସବୁଦଳକୁ ପଛରେ ପକାଇ ବିଜେଡି ଦଳକୁ ଅପୂର୍ବ ସଫଳତା ହାସଲ କରି ଇତିହାସ ସୃଷ୍ଟି କରିଥିବା ବିଜୟୀ ପ୍ରତିନିଧିମାନଙ୍କୁ ଜଗତସିଂହପୁର ପୌରାଞ୍ଚଳ ବିଜୁ ଜନତା ଦଳ ଓ ବ୍ଲକ ବିଜୁଜନତାଦଳ ପକ୍ଷରୁ ସ୍ଥାନୀୟ ଶାରଦାମଣ୍ଡପ ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଓ ବିଜୟ ଉତ୍ସବରେ ଅନୁଷ୍ଠିତ ହୋଇ ଯାଇଛି । ସମ୍ବର୍ଦ୍ଧନା ଉତ୍ସବ ପ୍ରାରମ୍ଭରେ ଏକଶୋଭା ଯାତ୍ରାରେ ସ୍ଥାନୀୟ ଗାନ୍ଧୀଛକ ଠାରୁ ବାଲିକୁଦା-ଏରସମା ବିଧାୟକ ତଥା ଜଳ ସମ୍ପଦ ଓ ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ରଘୁ ନନ୍ଦନ ଦାସ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ତିର୍ତୋଲ ବିଧାୟକ ବିଷ୍ଣୁ ଦାସ, ଦଳୀୟ କର୍ମୀ ମାନଙ୍କ ଗହଣରେ ସଭା ସ୍ଥଳରେ ପହଂଚିଥିଲେ । ପରେପରେ ଏକ ସମ୍ବର୍ଦ୍ଧନା ଓ ବିଜୟ ସଭା ପୌରାଞ୍ଚଳ ବିଜୁ ଜନତା ଦଳର ନଗର ସଭାପତି ଦୋଳଗୋବିନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ବିଜେଡି ବ୍ଲକ ସଭାପତି ମନୋଜ କୁମାର ଭୋଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ଜଗତସିଂହପୁର ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ,ସମସ୍ତ ଗ୍ରାମପଞ୍ଚାୟତର ପ୍ରତିନିଧି, ୨୧ୱାର୍ଡର କର୍ମକର୍ତ୍ତା, ଜିଲ୍ଲାଓଷ୍ଟା ସଂଘ, ଆଇନଜୀବୀ ସଂଘର ପ୍ରତିନିଧିମାନେ ମାନେ ନିର୍ବାଚିତ ବିଧାୟକ ଓ ସାଂସଦ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ରୂପେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁ ନନ୍ଦନ ଦାସ ବାଲିକୁଦା-ଜଗତସିଂହପୁରଜିଲ୍ଲାର ସର୍ବାଙ୍ଗୀନ ବିକାଶ ଦିଗରେ ସମସ୍ତେ ମିଳିମିଶି କାର୍ଯ୍ୟକଲେ ଜଗତସିଂହପୁର ଜିଲ୍ଲାର ଉନ୍ନତ୍ତି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଜଗତସିଂହପୁର ନବନିର୍ବାଚିତ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ତାଙ୍କ ବକ୍ତବ୍ୟରେ କହିଥିଲେ ଜଗତସିଂହପୁର ବାସୀ ୧୮ଦିନରେ ଯେଉଁ ଅକୁଣ୍ଠ ସହଯୋଗ କରିଛନ୍ତ ତାଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ଜଗତସିଂହପୁର ଅଂଚଳରେ ରାଜ୍ୟ ସରକାରଙ୍କ ତରଫରୁ ଯେଉଁ ପ୍ରଗତିମୂଳକ କାର୍ଯ୍ୟ ଚାଲୁ ରହିଛି ତାହାକୁ ସମ୍ପୁର୍ଣ୍ଣ କରିବା ପାଇଁ ସେ ଗୁରୁତ୍ୱ ଆରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସଂପାଦିକା କନକପ୍ରଭା ଲେଙ୍କା, ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ, ଉପସଭାପତି ଦିପ୍ତି ଦାସ, ବ୍ଲକ ଅଧ୍ୟକ୍ଷା ବିଜୟଲକ୍ଷେମୀ ବେହେରା, ବିବେକାନନ୍ଦ ବେହେରା, ମିନତୀ ଦାସ, ମଧୁସୁଦନ ସାହୁ, ପ୍ରମୁଖ ରାଉତ, କାଳନ୍ଦି ପତି, କିରଣବାଳା ସାସମଲଜଗନାଥ ମୁଦୁଲି ପ୍ରମୁଖ ବହୁ କର୍ମକର୍ତ୍ତା ତଥା ଜନସାଧାରଣ ଯୋଗଦେଇ ସମ୍ବର୍ଦ୍ଧିତ କରିଥିଲେ ।

error: Thank You Keep Visiting