କଣ୍ଟାବଲ୍ଲଭପୁର ସେବାସମବାୟ ସମିତି ଲିଃ ପକ୍ଷରୁ ମୁଗ ମଣ୍ଡି ଉଦ୍ଘାଟନ

An Independent Media

ଜଗତସିଂହପୁର: ପୌରାଞ୍ଚଳର ହାଟବଜାରେ ଠାରେ ଥିବା କୃଷକ ବଜାର ପରିସରରେ କଣ୍ଟାବଲ୍ଲଭପୁର ସେବାସମବାୟ ସମିତିଲିଃ ପକ୍ଷରୁ ମୁଗ ,ବିରି କ୍ରୟ ନିମନ୍ତେ ସରକାରୀ ମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲାପରିଷଦ ସଭ୍ୟ ଜଗନ୍ନାଥ ମୁଦୁଲିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନ୍ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଯଁକୋଟି ସରପଞ୍ଚ ମାନସ ରଂଜନ ସେଠୀ.ସମାଜସେବୀ ପ୍ରଫୁଲ ରାଉତ,ଦିପ୍ତି ଦାସ,ବ୍ଲକ ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ବେହେରା,ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସ୍ୱାଇଁ,ସମବାୟ ବ୍ୟାଙ୍କ ଶାଖାପରି·ଳକ କୈଳାସ ଚନ୍ଦ୍ର ପାଲ,ଏଆରସିଏସ,ଦୋଳଗୋବିନ୍ଦ ଦାଶ,ମନୋଜ ଭୋଇ,କୃଷି ବିଭାଗର ନୀଳମଣୀ ସାହୁ ପ୍ରମୁଖ ଯୋଗଦେଇଥିଲେ । ବିଦାୟକ ଶ୍ରୀ ମୁଦୁଲି ତାଙ୍କ ବକ୍ତବ୍ୟରେ କହିଥିଲେ ରାଜ୍ୟ ସରକାର କୃଷକ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି ଏପରିକି କାଳିଆ ଯୋଜନାରେ କୃଷକ ମାନେ ବେଶ ଉପକୃତ ହୋଇଛନ୍ତି ।ଆଗାମୀ ଦିନରେ ସମସ୍ତ ·ଷୀଙ୍କୁ କାଳିଆ ଯୋଜନାରେ ସାମିଲ କରାଯିବ ବୋଲି କହିଥିଲେ ।

error: Thank You Keep Visiting