ପ୍ରାକ୍-ମକଦ୍ଦମା ମଧ୍ୟସ୍ଥତା କେନ୍ଦ୍ର ଉଦ୍ଘାଟିତ

Straight to the Point

ଭଦ୍ରକ: ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ଜିଲ୍ଲାମାନଙ୍କରେ ପ୍ରାକ୍ ମକଦ୍ଦମା ମଧ୍ୟସ୍ଥତା କେନ୍ଦ୍ର ସ୍ଥାପନ ହେଉଛି । ଏହି ପରିପ୍ରେକ୍ଷୀରେ ଆଜି ଭଦ୍ରକ ଜିଲ୍ଲାରେ କୋର୍ଟ ପରିସରରେ ଏହାର ଉଦ୍ଘାଟନ ହୋଇ ଯାଇଛି । ଓଡିଶା ହାଇକୋର୍ଟର ମାନ୍ୟବର ନ୍ୟାୟମୂର୍ତ୍ତି ତଥା ଓଡିଶା ଆଇନ ସେବା ପ୍ରାଧିକରଣ ରାଜ୍ୟ ଅଧ୍ୟକ୍ଷା କୁମାରୀ ଜଷ୍ଟିସ୍ ସଂଜୁ ପଣ୍ଡା ଫିତାକାଟି ଉଦ୍ଘାଟନ କରିଛନ୍ତି । ପ୍ରାକ୍-ମକଦ୍ଦମା ମଧ୍ୟସ୍ଥତା କେନ୍ଦ୍ର ମୁଖ୍ୟତଃ ବିବାହ, ଜମିବାଡି ଜନିତ, ମୋଟର ଦୁର୍ଘଟଣାରେ କ୍ଷତିପୂରଣ ବିବାଦ ମାମଲା ସମ୍ପର୍କରେ ଏଥିରେ ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରାଯାଇ ପାରିବ । ଏହି କେନ୍ଦ୍ରରେ ମଧ୍ୟସ୍ଥତା ସମ୍ପର୍କୀତ ସମସ୍ତ ତଥ୍ୟକୁ ଗୋପନ ରଖାଯିବ । ଏହାକୁ ପରିଚାଳନା କରିବା ପାଇଁ ୧୦ଜଣ ତାଲିମ ପ୍ରାପ୍ତ ମଧ୍ୟସ୍ଥ ତଥା ଆଇନଜୀବୀ ରହିଛନ୍ତି । ଏହି କେନ୍ଦ୍ର ଦ୍ୱାରା ବହୁ ମାମଲା କୋର୍ଟକୁ ନ ଯାଇ ଆପୋଷ ବୁଝାମଣାରେ ସମାଧାନ ହୋଇ ପାରିବ । ଆଜି ଏହାର ଉଦ୍ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଦୌରାଜଜ୍ ତଥା ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଶୋଭନ କୁମାର ଦାଶ, ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକର ସଦସ୍ୟ ସଚିବ ଦେବାଶିଷ ନାୟକ, ଭଦ୍ରକ ଜିଲ୍ଲା ପରିବାର ଅଦାଲତ ନ୍ୟାୟାଧୀଶ ସଞ୍ଜିବ ଦୁବେ, ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଣତି ଶାହା, ବରିଷ୍ଠ ଦେୱାନୀ ବିଚାରପତି ଲୋପାମୁଦ୍ର ମଲ୍ଲ, ଭଦ୍ରକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅପର୍ଣ୍ଣା ମହାପାତ୍ର, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ବିବେକ ସାସ୍ମଲ, କୋଟ ମ୍ୟାନେଜର ମାନସ କୁମାର ରଥ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ଜିଲ୍ଲା ପୁଲିସ ପକ୍ଷରୁ ମାନ୍ୟବର ନ୍ୟାୟମୂର୍ତ୍ତି କୁମାର ପଣ୍ଡାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା ।

error: Thank You Keep Visiting