ରୋଟାରୀ କ୍ଲବ ଭଦ୍ରକର ନବ ନିର୍ବାଚିତ ବିଧାୟକ ଓ ସାଂସଦଙ୍କୁ ସମ୍ବର୍ଦ୍ଧନା ଉତ୍ସବ

Straight to the Point

ଭଦ୍ରକ: ରୋଟାରୀ କ୍ଲବ ଭଦ୍ରକ ଆନୁକୁଲ୍ୟରେ ଭଦ୍ରକ ଜିଲ୍ଲାର ନବ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ଉତ୍ସବ ଡି.ଆର୍.ଡି.ଏ. ସମ୍ମିଳନି କକ୍ଷରେ କ୍ଲବର ସଭାପତି ଅଜିତ ଦାସଙ୍କ ସଭାପତିତ୍ୱ ଏବଂ ଚେୟାରମ୍ୟାନ ଇଂ. ଅମ୍ବିକାବଲ୍ଲଭ ସ୍ୱାଇଁଙ୍କ ପରିଚାଳନାରେ ଅନୁଷ୍ଟିତ ହୋଇଯାଇଛି । ଉକ୍ତ ଉତ୍ସବରେ ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଯୋଗ ଦେଇଥିଲେ ।ଉତ୍ସବ ପ୍ରାରମ୍ଭରେ ରୋଟାରିଆନ ରିଚା ମହାନ୍ତି, ଅନିମା ନାୟକ, ଝୁରନବାଳା ଖୁଂଟିଆ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । କ୍ଲବର ସଂପାଦକ ମନୋଜ ସାହୁ ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିବାବେଳେ ଇଂ. ପ୍ରତାପ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ ।ଉକ୍ତ ସଭାରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କୁ କ୍ଲବଦ୍ୱାରା ଉତରୀୟ, ମାନପତ୍ର ଓ ପୁଷ୍ପମାଲ୍ୟ ପ୍ରଦାନ ପୁର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ରୋଟାରୀକ୍ଲବ ଭଦ୍ରକର ସଦସ୍ୟତା ଗ୍ରହଣ କରିଥିଲେ ।ବରିଷ୍ଠ ରୋଟାରୀଆନ ବି.ଏନ୍.ଦାସ ସେମାନଙ୍କୁ ପିନ୍ ଓ ସଦସ୍ୟତା ପ୍ରମାଣପତ୍ର ପ୍ରଦାନ କରିଥିଲେ । ବିଶିଷ୍ଟ ଗାଳ୍ପିକ ପବିତ୍ର ପାଣିଗ୍ରାହୀ,ପ୍ରାଧ୍ୟାପକ ବିଜୟ ଜେନା, ଅଡଭୋକେଟ ପବନ୍ ସର୍ମା, ରୋଟାରୀଆନ ଶିଶୀର ମିଶ୍ର, ସୁଧୀରଂଜନ ନାୟକ, ପ୍ରମୁଖ ନିଜର ମତାମତ ରଖିଥିଲେ । ସମ୍ବର୍ଦ୍ଧନାର ଉତରରେ ଅତିଥିମାନେ ଏକ ସମୃଦ୍ଧ ଭଦ୍ରକ ଗଠନ କରିବା ସହ ଭଦ୍ରକ ଜନସାଧାରଣଙ୍କ ସହଯୋଗରେ ସର୍ବାଙ୍ଗିନ ଉନ୍ନତି ସାଧନ କରିବାକୁ ପ୍ରତିଶୃତି ଦେଇଥିଲେ ।ଶେଷରେ କ୍ଲବର ସଦସ୍ୟ ନାରାୟଣ ମିଶ୍ର ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । କ୍ଲବର ସମସ୍ତ ସଦସ୍ୟ/ସଦସ୍ୟାଙ୍କ ସହେଯାଗରେ ଉତ୍ସବ ସଫଳ ହୋଇଥିଲା ।