ଅଗ୍ନିକାଣ୍ଡରେ ୪ ବଖରା ପୋଡ଼ିଗଲା

Straight to the Point

ଭଦ୍ରକ: ବନ୍ତ ତହସିଲ ଅଧିନ ଗଣିଜାଙ୍ଗ ପଞ୍ଚାୟତ ତୁଣ୍ଡା ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରରେ ଅଗ୍ନିକାଣ୍ଡ ଘଟି ୪ ବଖରା ଗୃହ ପୋଡ଼ି ଯାଇଛି । ଗ୍ରାମର ଶୁକଦେବ ମୁଣ୍ଡାଙ୍କ ଘରେ ହଠାତ ନିଆଁ ଲାଗିଯିବାରୁ ତାଙ୍କର ୩ ବଖରା ଏବଂ ସହଦେବ ମୁଣ୍ଡାଙ୍କର ଗୋଟିଏ ବଖରାକୁ ମିଶାଇ ମୋଟ ୪ ବଖରା ଗୃହ ଭସ୍ମିଭୂତ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳିପୋଡ଼ି ପାଉଁଶ ହୋଇ ଯାଇଛି । ଆଗରପଡ଼ା ଦମକଳକେନ୍ଦ୍ରର ଲେଣ୍ଡଲାଇନ ଟି ଖରାପ ଥିବାରୁ ବିଳମ୍ବରେ ଖବର ପାଇ ଅଗ୍ନିଶମ କର୍ମ·ରୀମାନେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ । ପୂର୍ବ ଶତୃତାକୁ ନେଇ କେହି ଦୁବୃତ୍ତଗୃହରେ ନିଆଁ ଲଗାଇ ଦେଇଥିବାର ଅନୁମାନ କରାଯାଉଛି । ବିପନ୍ନ ପରିବାର ଦ୍ୱୟ ଏବେ ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି । ସେମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି । ପ୍ରକାଶଥାଉକି, ଆଗରପଡ଼ା ଦମକଳ କେନ୍ଦ୍ରରେ ଲେଣ୍ଡଲାଇନଟି ବର୍ଷର ଅଧିକାଂଶ ସମୟରେ ଖରାପ ରହୁଥିବାରୁ ଲୋକମାନେ ତୁରନ୍ତ ଫୋନ କରିବାକୁ ଅସୁବିଧା ଭୋଗ କରି ଆସୁଛନ୍ତି । ଏହି କେନ୍ଦ୍ରର ମୁଖ୍ୟ ଆଗ୍ନିକ ମଧୁସୂଦନ ମହାନ୍ତି ୯୪୩୮୦୩୨୧୫୮, ୯୦୪୦୯୮୩୩୨୫ ମୋବାଇଲ ନମ୍ବର ରେ ଯୋଗଯୋଗ କରିବାକୁ ନିବେଦନ କରିଛନ୍ତି ।

error: Thank You Keep Visiting