ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟ ଦୁଇ ଦିନିଆ ସଚେତନ ପ୍ରଶିକ୍ଷଣ ଶିବିର

An Independent Media

ଜଗତସିଂହପୁର: ରାଜ୍ୟସରକାରଙ୍କ ନିର୍ଦ୍ଦେଶକ୍ରମେ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ସଚେତନ ପ୍ରଶିକ୍ଷଣ ଶିବିର ନିମାଇଁ ଭବନ ଟାଉନ ହଲରେ ତା ୨୨/୦୬/୨୦୧୯ ରେ ନିର୍ବହୀ ଅଧିକାରୀ ବଳଦେବ ବେହେରାଙ୍କ ଅ୍ମକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ପୈାରପରିଷଦ ପରିମଳ ବିଭାଗରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀଙ୍କୁ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ପୈାରପରିଷଦର ସ୍ୱାସ୍ଥ୍ୟ ଅଧିକାରୀ ଡା.ସରୋଜ କୁମାର ଷଢଙ୍ଗୀ, କନିଷ୍ଠ ଯନ୍ତ୍ରୀ ଦେବବ୍ରତ ମିଶ୍ର, ଟିମ୍ ଲିଡର ତାପସ କୁମାର ନାୟକ ଏବଂ ସାନିଟାରୀ ଏକ୍ସପର୍ଟ ଦିପ୍ତିଦିପାଲି ମହାପାତ୍ର ବର୍ଜ୍ୟବସ୍ତୁ ପରିଚାଳନା ଉପରେ ପ୍ରଶିକ୍ଷଣ ଦେବା ସହିତ ସଫେଇ କର୍ମଚାରୀ ମାନଙ୍କୁ ସଫେଇ କାର୍ଯ୍ୟ କରିବା ପାଇଁ ଆନୁସଙ୍ଗିକ ଉପକରଣ ଯଥା ଜ୍ୟାକେଟ,ହେଲମେଟ,ଗ୍ଲୋବ୍ସ ଇତ୍ୟାଦି ବଂଟନ କରାଯିବା ସହିତ ସମସ୍ତ ସଫେଇ କର୍ମଚାରୀଙ୍କୁ ତାଲିମ୍ ପ୍ରମାଣପତ୍ର ବଂଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପୈାରପରିଷଦର ବରିଷ୍ଠ ସହାୟକ ଦୀପକ ପଟ୍ଟନାୟକ, କନିଷ୍ଠ ସହାୟକ, ବିଭୂତି ଭୂଷଣ ଦାଶ,ରସାନ୍ତ ନାୟକ,ବିଚିତ୍ରାନନ୍ଦ ପାଲ, ହିସାବ ରକ୍ଷକ ଶୁଶ୍ରୀମୟୀ ଲେଙ୍କା,ଗୋଷ୍ଠୀ ସଂଗଠିକା ରଶ୍ମୀ ବଡୁ, ସ୍ୱସ୍ତିତପା ଜେନା,ଏମ.ଆଇ ଏସ. ସିପି ରୁଦ୍ର ପ୍ରସନ୍ନ ନାୟକ, ଡି.ଇ.ଓ ସୁଦର୍ଶନ ଭୋଇ ସମେତ ପୈାରପରିଷଦର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

error: Thank You Keep Visiting