ନୀରୋଗ,ଶାନ୍ତି,ସଂଯମତା ଓ ସନ୍ତୁଳନ ପାଇଁ ଯୋଗର ଏକାନ୍ତ ଆବଶ୍ୟକ

An Independent Media

ଜଗତସିଂହପୁର: ନିରୋଗ,ଶାନ୍ତି,ସଂଯମତା ଓ ସନ୍ତୁଳନ ପାଇଁ ଯୋଗର ଏକାନ୍ତ ଆବଶ୍ୟକ ବୋଲି ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୁଆଳିପୁର ମହେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ଏନସିସି ପକ୍ଷରୁ ଆୟୋଜିତ ଆର୍ନ୍ତଜାତୀୟ ବିଶ୍ୱ ଯୋଗ ଦିବସରେ ମୁଖ୍ୟଅତିଥି ଭାବେ ଆଗାମୀ ଓଡିଶା ସଭାପତି ବିଜୟ କୁମାର ସ୍ୱାଇଁ ଯୋଗଦେଇ ଏହା କହିଥିଲେ । ସେ ଆହୁରି କହିଲେ ଯେ,ସାରା ବିଶ୍ୱରେ ୧୭୦ ରାଷ୍ଟ୍ରରେ ଆଜି ପଂଚମ ଆର୍ନ୍ତଜାତୀୟ ଯୋଗ ଦିବସ ପାଳନ କରାଯାଉଅଛି । ଯୋଗର ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି । ଯୋଗ ମୁଖ୍ୟତଃ ଶାରିରୀକ,ମାନସିକ ଓ ଆଧ୍ୟାତ୍ମିକ ଶାନ୍ତି ମନୁଷ୍ୟକୁ ପ୍ରଦାନ କରିଥାଏ ବୋଲି ଶ୍ରୀ ସ୍ୱାଇଁ କହିଥିଲେ । ଏଥିରେ ମହେଶ୍ୱର ହାଇସ୍କୁଲର ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ନାଥ ଦାଶ ସଭାପତିତ୍ୱ କରି ଭଗବତ ଗୀତାରେ ଯୋଗ ସମ୍ପର୍କରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ବୋଲି କହିଥିଲେ । ଏହି ଆର୍ନ୍ତଜାତୀୟ ଯୋଗ ଦିବସର ଆୟୋଜକ ପରିବେଶବିତ,ଯୋଗ ଶିକ୍ଷକ ତଥା ଏନସିସି ଅଫିସର ରାଜକିଶୋର ସାହୁ ଯୋଗଦେଇ ଯୋଗ ହେଉଛି ମନୁଷ୍ୟ ପାଇଁ ଅମୃତ ସଦୃଶ । ମନୁଷ୍ୟ ନୀରୋଗୀ ଓ ଖୁସି ରହିବାକୁ ହେଲେ ତାକୁ ପ୍ରତିଦିନ ଯୋଗ ଅଭ୍ୟାସ କରିବା ଆବଶ୍ୟକ ବୋଲି କହିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ଉତରକୂଳ ବାପୁଜୀ ସ୍ମାରକୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସାଗର ସେଠୀ ଯୋଗଦେଇ ଯୋଗର ଆବଶ୍ୟକତା ଉପରେ କହିଥିଲେ । ଏଥିରେ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ସମାଜସେବୀ ଜ୍ଞାନରଂଜନ ପଟ୍ଟନାୟକ ଯୋଗଦେଇ ଏହି ଯୋଗର ଉତ୍ପତି ଖ୍ରୀଷ୍ଟପୂର୍ବ ପଂଚମ ଶତାଦ୍ଦୀରେ ଭାରତ ବର୍ଷରେ ଆରମ୍ଭ ହୋଇଥିଲା । ଉତମ ସ୍ୱାସ୍ଥ୍ୟ ନିମନ୍ତେ ଯୋଗାଭ୍ୟାସ ଏକ ନିଶ୍ଚିତ ଆବଶ୍ୟକତା । ଏହି ଯୋଗର ଉପକାରିତା ସମ୍ପର୍କରେ ମହର୍ଷି ପାତଂଜଳୀ ଗ୍ରନ୍ଥରେ ସ୍ପଷ୍ଟଭାବେ ଉଲ୍ଲେଖ କରିଅଛନ୍ତି ବୋଲି କହିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ଶିକ୍ଷୟତ୍ରୀ ସ୍ୱର୍ଣ୍ଣଲତା ପରିଡା,ଶିକ୍ଷକ ରଂଜନ କୁମାର ଜେନା ପ୍ରମୁଖ ଯୋଗଦେଇ ଯୋଗର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ୩ଗୋଟି ବିଦ୍ୟାଳୟର ଶହଶହ ଛାତ୍ରଛାତ୍ରୀ ଯୋଗଦେଇ ଆଜି ସକାଳ ୬ଟାରୁ ୮.୩୦ ମିନିଟ ପର୍ଯ୍ୟନ୍ତ ଯୋଗ ଅଭ୍ୟାସ କରିଥିଲେ ।

error: Thank You Keep Visiting