ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ, ଜିଲ୍ଲାସ୍ତରୀୟ ମେଗା ଆଇନସେବା ସଚେତନତା ଓ ସଶକ୍ତିକରଣ ଶିବିର

An Independent Media

ଭଦ୍ରକ: ଶନିବାର ଜାତୀୟ ଆଇନସେବା ପ୍ରାଧିକରଣ ତଥା ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ତୃଣମୂଳ ସ୍ତରରୁ ଦାରିଦ୍ର‌୍ୟ ଦୂରୀକରଣ ନିମନ୍ତେ ପ୍ରଥମ ଥର ପାଇଁ ଭଦ୍ରକ ଜିଲ୍ଲା ଜିଲ୍ଲାସ୍ତରୀୟ ମେଗା ଆଇନସେବା ଶିବିର (ଆଇନ ସଚେତନତାର ସଶକ୍ତିକରଣ ନିମନ୍ତେ) ଓଡ଼ିଶା ରାଜ୍ୟର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଦାନ ବିଚାରପତି ମାନ୍ୟବର କେ.ଏସ୍. ଝାବେରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇ ଯାଇଛି । ଏହି ସେବା ଶିବିରରେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଅନ୍ୟତମ ବରିଷ୍ଠ ନ୍ୟାୟମୂର୍ତ୍ତି ତଥା ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷା କୁମାରୀ ସଞ୍ଜୁ ପଣ୍ଡା ଏବଂ ମାନ୍ୟବର ନ୍ୟାୟମୂର୍ତ୍ତି ଡଃ ବିଦ୍ୟୁତ ରଂଜନ ଷଡଙ୍ଗୀ ମଧ୍ୟ ଉପସ୍ଥିତ ରହିଥିଲେ । ଚରମ୍ପା ସ୍ଥିତ ମହାରାଜା ଅଗ୍ରସେନ ଭବନରେ ପ୍ରାୟ ୩ହଜାରରୁ ଉଦ୍ଧ୍ୱର୍ ଜନସାଧାରରଙ୍କ ଉପସ୍ଥିତିରେ ଭବ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିଚାରପତିମାନେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ବିଭିନ୍ନ ଆଇନ ସମ୍ପର୍କରେ ସଚେତନ କରାଇଥିଲେ । ଜନସାଧାରଣ ନିଃଶୁଳ୍କ ଆଇନସେବା, ଲୋକ ଅଦାଲତ, ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା), ମଧ୍ୟସ୍ଥତା, ପ୍ରାକ୍ ମକଦ୍ଦମା ମଧ୍ୟସ୍ଥତା ଇତ୍ୟାଦି ସମ୍ପର୍କରେ ଭାଷଣ ରଖିଥିଲେ । ଏହି ମେଗା ସେବା ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦାରିଦ୍ର‌୍ୟ ଉପଶମ ଓ ସଚେତନତାର ସଶକ୍ତିକରଣ କରାଯିବା । ରେଜିଷ୍ଟାର ଜେନେରାଲ ରାଧାକୃଷ୍ଣ ପଟ୍ଟନାୟକ, ଜିଲ୍ଲା ତଥା ଦୌରାଜଜ୍ ଏବଂ ଭଦ୍ରକ ସେବା ଆଇନ ପ୍ରାଧିକରଣର ଅଧ୍ୟକ୍ଷ ଶୋଭନ କୁମାର ଦାସ, ରାଜ୍ୟ ଆଇନ ସେବା ପ୍ରାଧିକରଣ ସଦସ୍ୟ ସଚିବ ଦେବାଶିଷ ପଟ୍ଟନାୟକ, ଭଦ୍ରକ ପରିବାର ଅଦାଲତ ନ୍ୟାୟାଧିଶ ସଂଜିବ କୁମାର ଦୁବେ, ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ବିଚାରପତି ପ୍ରଣତି ଶାହା, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅମୀୟ ରଂଜନ ଜେନା, ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଡପୁଟି ସଚିବ ଦୀପକ ରଂଜନ ସାହୁ, ଭଦକ୍ର ଜିଲ୍ଲା ବରିଷ୍ଠ ଦେୱାନୀ ବିଚାରପତି ଶୁଭଞ୍ଜନ ମହାନ୍ତି, ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି ଲୋପାମୁଦ୍ରା ମଲ୍ଲ, ରେଜିଷ୍ଟ୍ରାର ଜନକ ରାଉତ, ଆଇନସେବା ପ୍ରାଧିକରଣ ସଚିବ ଅପର୍ଣ୍ଣା ମହାପାତ୍ର, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶୁଭଗୌତମ ମିଶ୍ର, ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ବିବେକ ସାସ୍ମଲ, କୋର୍ଟ ମ୍ୟାନେଜର ମାନସ କୁମାର ରଥ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଜ୍ଞାନ ଦାସ, ଏସପି ରାଜେଶ ପଣ୍ଡିତ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ମିଶ୍ର, ଡିଏଫ୍ଓ ଅମ୍ଳାନ ମହାନ୍ତି, ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ, ଅତିରିକ୍ତ ଏସ୍ପି କୈଳାସ ପରିଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋଲଖ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏମାନଙ୍କ ବ୍ୟତୀତ ପ୍ୟାନେଲ ଓକିଲ, ବାର୍ ଆସୋସିଏସନର କର୍ମକର୍ତ୍ତା, ପାରାଲିଗାଲ ସ୍ୱେଚ୍ଛାସେବୀ କର୍ମୀମାନେ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଷ୍ଟଲ କରାଯିବା ସହ ଜଙ୍ଗଲ ବିଭାଗ ପକ୍ଷରୁ ଷ୍ଟଲ କରାଯାଇ ସମସ୍ତଙ୍କୁ ଗଛ ଚାରା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ମାନେ ସହଯୋଗ କରିଥିଲେ । ଏହି ଅବସରରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ପ୍ରାରମ୍ଭରେ ଶ୍ରୀଜଗନ୍ନାଥ କଳା ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ବନ୍ଦେ ଉକ୍ରଳ ଜନନୀ ଗାନ କରାଯାଇଥିବା ବେଳେ ନଟରାଜ ସାଂସ୍କୃତିକ ସଂଗଠନ ପକ୍ଷରୁ ଆଇନ ସଚେତନତା ଉପରେ ନାଟକ ମଞ୍ଚସ୍ଥ କରାଯାଇଥିଲା । ଶେଷରେ ଜିଲ୍ଲା ତଥା ଦୌରାଜଜ୍ ଏବଂ ଭଦ୍ରକ ସେବା ଆଇନ ପ୍ରାଧିକରଣର ଅଧ୍ୟକ୍ଷ ଶୋଭନ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

error: Thank You Keep Visiting