‘ବାତ୍ୟା ମାନବ’ ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା

Straight to the Point

ଭଦ୍ରକ: ଗଣତାନ୍ତ୍ରିକ ନାଗରିକ ମଞ୍ଚ, ଜିଲ୍ଲା ପ୍ରଗତିଶୀଳ ସାହିତ୍ୟ ପରିଷଦ, ବିଜୁ ସ୍ମୃତି କମିଟି ଏବଂ ଅନ୍ୟାନ୍ୟ ସାମାଜିକ, ସାହିତ୍ୟିକ ସଂଘର ଆନୁକୂଲ୍ୟରେ ଭାରତବର୍ଷର ପ୍ରତିଭାଦୀପ୍ତ ପୁରୁଷ, ଆମ ଭଦ୍ରକ ଜିଲ୍ଲାର ଗର୍ବ ଓ ଗୌରବ ‘ବାତ୍ୟା ମାନବ’ ଭାରତୀୟ ପାଣିପାଗ ବିଭାଗର ମହା ନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଜିଲ୍ଲା ସଂସ୍କୃତି ଭବନ ଠାରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସଭାପତିତ୍ୱରେ କରିଥିଲେ ବରିଷ୍ଠ ଅଧିବକ୍ତା, ଆଜୀବନ ସଂଗ୍ରାମୀ ନିରାକାର ଜେନା, ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା ଓ ଦୌରାଜଜ୍ ଶୋଭନ ଦାସ ଯୋଗ ଦେଇଥିଲେ । ସମ୍ମାନିତ ବକ୍ତାମାନେ ଭଦ୍ରକର ଯୁବ ବିଧାୟକ ସଂଜୀବ କୁମାର ମଲ୍ଲିକ ଏବଂ ବିଜୁ ସ୍ମୃତି କମିଟି ଅଧ୍ୟକ୍ଷା ଅମିତାବାଳା ଆଚାର୍ଯ୍ୟ ଯୋଗ ଦେଇଥିଲେ । ସମ୍ବର୍ଦ୍ଧନା ସଭାର ଆବାହକ ପ୍ରଗତିଶୀଳ ସାହିତ୍ୟ ପରିଷଦର ଅଧ୍ୟକ୍ଷ ଗିରିଧାରୀ ନାଥ ସଭାପତିଙ୍କର ନିର୍ଦ୍ଦେଶ କ୍ରମେ ମଞ୍ଚ ପରିଚାଳନା କରିଥିଲେ ଏବଂ ଡ. ମହାପାତ୍ରଙ୍କ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଯୁଗ୍ମ ଆବାହକ ପ୍ରଫେସର ଅଟଳ ବିହାରୀ ନାୟକ, ଡ. ରାଧାରାଣୀ ମହାପାତ୍ର ମାନପତ୍ର ପାଠ କରିଥିଲେ । ଯୁଗ୍ମ ଆବାହକ ଅଧିବକ୍ତା ଅଗଣି ଚରଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଡ. ମହାପାତ୍ର ତାଙ୍କ ଅଭିଜ୍ଞତା ବର୍ଣ୍ଣନା କରିବା ସଂଗେ ସଂଗେ ପିଲାଦିନର ବାତ୍ୟାର ଭୟାବହତା ତାଙ୍କୁ କିପରି ବିଶ୍ୱସ୍ତରୀୟ ସର୍ବ ଶ୍ରେଷ୍ଠ ପାଣିପାଗ ବିଜ୍ଞାନର ସମ୍ମାନ ଆଣି ଦେଇଛି, ତାହା ସରଳ ତଥା ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଥିଲେ । ରାତ୍ରୀର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ସଭାକାର୍ଯ୍ୟ ଶୃଙ୍ଖଳିତ ଭାବେ ଚାଲିଥିବା ବେଳେ ବୁଦ୍ଧିଜୀବୀ, ସାହିତ୍ୟିକ, ବରିଷ୍ଠ ନାଗରିକ, ଜଲ୍ଲାର ବିଭିିନ୍ନ ଅନୁଷ୍ଠାନ ଡକ୍ଟର ମହାପାତ୍ରଙ୍କ ବକ୍ତବ୍ୟକୁ ମନଭରି ଉପଭୋଗ କରିଥିଲେ । ଡକ୍ଟର ମହାପାତ୍ର ଜାତିସଂଘରେ ସର୍ବାଧିକ ଭୋଟରେ ଜୟଯୁକ୍ତ ହୋଇ ଭାରତରୁ ପ୍ରତିନିଧିତ କରିବା ସହିତ ବିଶ୍ୱ ପାଣିପାଗ ସଂସ୍ଥାନରେ ଜାତୀୟ ସମ୍ପାଦକ ଏବଂ ଆନ୍ତର୍ଜାତୀୟ ମହାସାଗର ଆୟୋଗର ବିଶେଷଜ୍ଞ ଭାବେ କାର୍ଯର୍୍ୟ କରୁଛନ୍ତି । ଏହି ସମ୍ବର୍ଦ୍ଧନା ସଭାରେ ରୋଟାରୀ କ୍ଳବ ଭଦ୍ରକ, ମାରୱାଡି ଯୁବମଞ୍ଚ, ଭଦ୍ରକ ଜିଲ୍ଲା ଓକିଲ ସଂଘ, ଚରମ୍ପା ସାହିତ୍ୟ ସଂସଦ, ଚ୍ୟାମ୍ବର ଅଫ୍ କମର୍ସ, କାନ୍ତକବି ହାଇସ୍କୁଲ, ଧାନଫୁଲ ସାହିତ୍ୟ ପ୍ରକାଶନ, ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ, ଗାନ୍ଧି ବିଚାର ମଞ୍ଚ, ଭଦ୍ରକ ପୁସ୍ତକମେଳା, ଭଦକ୍ର କଲେଜ ପୁରାତନ ଛାତ୍ର ସଂସଦ, ଆମ କଲମ ସାହିତ୍ୟ ସଂସଦ, ଭଦ୍ରକ ସାହିତ୍ର ପରିଷଦ, ଭଦ୍ରକ ମୋହରୀର ସଂଘ, ଗଣତାନ୍ତ୍ରିକ ମହିଳା ସଂଗଠନ, ଓଡିଶା କୃଷକ ସଭା, ନିମ୍ନ ପ୍ରାଥମିକ ଶିକ୍ଷକ ସଂଘ, ଇନ୍ଟାକ, ଫେଲୋସିପ, ଉକ୍ରଳ ସମ୍ମିଳନୀ, କ୍ଷୁଦ୍ର ବ୍ୟବସାୟୀ ସଂଘ, ଅବସରପ୍ରାପ୍ତ କର୍ମଚାରୀ ସଂଘ, ଓଡିଶା ନିଶା ନିବାରଣ ମଞ୍ଚ, ଓଡିଶା ଭାଷା ସୁରକ୍ଷା ସମ୍ମିଳନୀ, ରାଧାମାଧବ ଥିଏଯର୍ସ, ଜିଲ୍ଲା ଲେଖକ ସାମ୍ମୁକ୍ୟ, ଝରା ବଉଳ ନଟ୍ୟାନୁଷ୍ଠାନ, ସ୍ମାଇଲ ଫାଉଣ୍ଡେସନ ଗୃପ୍, ବିପ୍ଳବୀ ଚକ୍ରଧର ସ୍ମୃତି କମିଟି, ଗାନ୍ଧି ବାଳାଶ୍ରମ, ଭଦ୍ରକ ସାଂସ୍କୃତିକ ମହୋତ୍ସବ କମିଟି ଭଳି ବହୁ ସଂଗଠନ ଡ. ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

error: Thank You Keep Visiting