ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଜୀଉଙ୍କର ଭସାଣୀଉତ୍ସବ ମହାଆଡମ୍ବର ସହକାରେ ସମାପିତ

Straight to the Point

ଭଦ୍ରକ: କଦମ୍ବବେଡା ସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଜୀଉ ମନ୍ଦିରର ୭ ଦିନ ବ୍ୟାପି ବାର୍ଷିକୋତ୍ସବ ଶେଷହୋଇଛି । ସଂକ୍ରାନ୍ତି ଦିନ ଜୀବନ୍ୟାସ, ପୂଜାର୍ଚ୍ଚନା ସଂଗେସଂଗେ ୨୦ ଜଣ ବ୍ରାହ୍ମଣ ନିମନ୍ତ୍ରୀତ ହୋଇ ସଂପୂର୍ଣ୍ଣ ଭାଗବତ ପାରାୟଣ ହେବା ସହିତ ୫ଦିନ ବ୍ୟାପି ମେଲୋଡି,ଭଜନ ସମାରୋହ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା । ଷଷ୍ଠ ଦିନରେ ବିଧାୟକ ସଂଜୀବ କୁମାର ମଲ୍ଲିକ,ପ୍ରାକ୍ତନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ,ପ୍ରାକ୍ତନ ବିଧାୟକ ନରେନ ପଲେଇ ,ପ୍ରାକ୍ତନ କାଉସିଲର ବସୁମିତ୍ରା ସାହୁ,ଶିକ୍ଷାବିତ ବାଇଧର ସାହୁ ,ତପନ ନାୟକ,ରାକେଶ ପଣ୍ଡା, ଛାତ୍ର ସଭାପତି ତଥାଗତ ସାମଲ, ଯୁବନେତା ଆଶିଷ ଅମିତାଭ ମହାପାତ୍ର,ପ୍ରାକ୍ତନ କାଉନସିଲର ଶୁଭଙ୍କର ମହାପାତ୍ରଙ୍କ ସମେତ ହଜାରହଜାର ଭକ୍ତ ଯୋଗଦେଇ ଠାକୁରଙ୍କ ମହାପ୍ରସାଦ ସେବନ କରିଥିଲେ । ଏଥିସହ ସପ୍ତମ ଦିବସରେ ଠାକୁରଙ୍କର ଭସାଣୀ ଉତ୍ସବ ମହା ଆଡମ୍ବର ସହକାରେ ଶେଷ ହୋଇଛି । କମିଟିର ସଭାପତି ବାଇଧର ବେହେରା ,ସଂପାଦକ ଶୈଳେନ୍ଦ୍ର ପ୍ରସାଦ ବାରିକ, କାର୍ଯ୍ୟକାରୀ ସଭାପତି ଅମରେନ୍ଦ୍ର ବାରିକ,ଉପସଭାପତି ରବୀନ୍ଦ୍ର ପ୍ରସାଦ ବାରିକ , ଚିଦାନନ୍ଦ ବାରିକ,ଅନନ୍ତ ବାରିକ , ମୁଖ୍ୟ ଉପଦେଷ୍ଟା ରବି ନାରାୟଣ ଖିଲାର ,ସୁରଜିତ ପାଲ୍,କୁନା ବାରିକ,ସୁବ୍ରତ ବାରିକ,ରଣା ବାବୁ ,ଭୀମ ମାହଲ,ଜୟଚନ୍ଦ୍ର ପୃଷ୍ଟି,ଦୈତାରୀ ବେହେରା ,ଅନନ୍ତ ନାୟକ ପ୍ରମୁଖ ଗ୍ରାମବାସୀ ଓ କମିଟିର କର୍ମକର୍ତ୍ତାମାନଙ୍କ ତତ୍ୱାବଧାନରେ ଓ ପୋଲିସ ପ୍ରଶାସବ ପକ୍ଷରୁ ଟାଉନ ଥାନାଧିକାରିଣୀ ସରୋଜୀନି ସିଂ,ପୁରୁଣାବଜାର ଥାନାଧିକାରିଣୀ ପ୍ରଜ୍ଞା ମହାନ୍ତି ପ୍ରମୁଖଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଭସାଣୀ ଉତ୍ସବ ମହାଆଡମ୍ବର ସହକାରେ ସମାପିତ ହୋଇଯାଇଛି ।

error: Thank You Keep Visiting