କେନ୍ଦ୍ରାପଡା କଲେଜ +୨ କଳାରେ ପାସହାର ୮୯.୭୫ ପ୍ରତିଶତ,କାର୍ତ୍ତକ ମଲ୍ଲିକ ପ୍ରଥମ

Straight to the Point

କେନ୍ଦ୍ରାପଡା: କେନ୍ଦ୍ରାପଡା ଜୁନିଅର କଲେଜର +୨ କଳାରେ ପାସହାର ୮୯.୭୫ ହୋଇଥିବା ଜଣାପଡିଛି । କଲେଜର +୨ କଳା ଛାତ୍ର କାର୍ତ୍ତିକ କୁମାର ମଲ୍ଲିକ ମୋଟ ୬ଶହ ମାର୍କରୁ ୪୮୭ ନମ୍ବର ରଖି (୮୧ପ୍ରତିଶତ) କଲେଜରେ ପ୍ରଥମ ହୋଇଥିବା ବେଳେ ରାଜ୍ୟରେ ୪୪ନମ୍ବର ର‌୍ୟାଙ୍କରେ ରହିଛନ୍ତି । ସେହିଭଳି ଛାତ୍ରୀ ଆୟେଶା ବେଗମ ୪୭୯(୭୯.୯ପ୍ରତିଶତ)ମାର୍କ ରଖି କଲେଜରେ ଦ୍ୱିତୀୟ ହୋଇଥିବା ବେଳେ ରାଜ୍ୟରେ ୫୨ତମ ର‌୍ୟାଙ୍କରେ ଛାତ୍ରୀ ସତଦୀପା ସରକାର ୪୭୬(୭୯.୩୩ ପ୍ରତିଶତ)ମାର୍କ ରଖି କଲେଜରେ ତୃତୀୟ ହୋଇଥିବା ବେଳେ ରାଜ୍ୟରେ ୫୫ ନମ୍ବର ର‌୍ୟାଙ୍କରେ ରହିଛନ୍ତି । କଲେଜର ମୋଟ ୧୩ଜଣ ଛାତ୍ରଛାତ୍ରୀ ରାଜ୍ୟର ଏକଶହ ର‌୍ୟାଙ୍କ ମଧ୍ୟରେ ସ୍ଥାନ ପାଇଥିବା କଲେଜ ସୁତ୍ରରୁ ସୂଚନା ମିଳିଛି । କଲେଜର +୨ କଳା ପରୀକ୍ଷା ନିମନ୍ତେ ୨୪୪ଜଣ ଛାତ୍ରଛାତ୍ରୀ ଫର୍ମ ଫିଲପ କରିଥିବା ବେଳେ ୨ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ । ୨୪୨ଜଣ ପରୀକ୍ଷା ଦେଇଥିବା ବେଳେ ୬୫ଜଣ ପ୍ରଥମ ଶ୍ରେଣୀରେ ୪୮ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୧୦୬ଜଣ ତୃତୀୟ ଶ୍ରେଣୀରେ ପାସ କରିଥିବା ବେଳେ ଜଣେ ପରୀକ୍ଷାରେ କପି କରି ଧରାପଡିବାରୁ ତାଙ୍କ ପରୀକ୍ଷା ଫଳ ସ୍ଥଗିତ ରହିଥିବା ସୂଚନା ମିଳିଛି । କଲେଜ ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଓ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଅଧ୍ୟାପକ ରଞ୍ଜିତ କୁମାର ଦାସଙ୍କ ଠାରୁ ଏହି ସୂଚନା ମିଳିଛି ।

error: Thank You Keep Visiting