ଜାତୀୟସ୍ତରରେ ସମ୍ମାନିତ ଚର୍ମରୋଗ ବିଶେଷଜ୍ଞ ମାନସ ପୁହାଣଙ୍କୁ ଭଦ୍ରକରେ ଭବ୍ୟ ସମ୍ବର୍ଦ୍ଧନା

An Independent Media

ଭଦ୍ରକ: ଇକୋନମିକସ୍ ଟାଇମସ୍ ପକ୍ଷରୁ ଆୟୋଜିତ ଏକ ଜାତୀୟ ସ୍ତରୀୟ ସେମିନାରରେ ଓଡ଼ିଶାର ଚର୍ମରୋଗ ବିଶେଷଜ୍ଞ ଡାକ୍ତର ମାନସ ରଂଜନ ପୁହାଣ ଚର୍ମରୋଗ ନିରାକରଣ ଓ ଏହାର ଦୂରୀକରଣରେ ସଚେତନତା ସୃଷ୍ଟି କରାଇଥିବା ନେଇ ସର୍ବକନିଷ୍ଠ ଡାକ୍ତର ଭାବେ ସମ୍ମାନିତ ହୋଇଥିବାରୁ ଆଜି ଭଦ୍ରକର ବାବା ପଲ୍ଲୀ କ୍ଲିନିକ୍ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଗତ ୨୯ ତାରିଖରେ ଇକୋନମିକସ୍ ଟାଇମସ୍ ପକ୍ଷରୁ ଦିଲ୍ଲୀର ହୋଟେଲ ହାଏଥ୍ ରିଜେନ୍ସିରେ ଚର୍ମରୋଗ ନିରାକରଣ ଓ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମଗ୍ର ଭାରତବର୍ଷର ଶ୍ରେଷ୍ଠ ପଚିଶି ଜଣ ଚର୍ମରୋଗ ବିଶେଷଜ୍ଞଙ୍କୁ ସମ୍ମାନିତ କରାଯାଇଥିଲା । ଏଥିରେ ଡାକ୍ତର ଶ୍ରୀ ପୁହାଣ ଓଡ଼ିଶାର ଏକମାତ୍ର କନିଷ୍ଠ ଡାକ୍ତର ଭାବେ ସମ୍ମାନିତ ହୋଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଡାକ୍ତର ଶ୍ରୀ ପୁହାଣଙ୍କ ନିଜ ଘର ମୟୂରଭଂଜ ଜିଲାର କପ୍ତିପଦା ହୋଇଥିବାବେଳେ ସେ ନିଜ ପତ୍ନୀ ତଥା ଚର୍ମରୋଗ ବିଷେଶଜ୍ଞ ଡାକ୍ତର ଭାରତୀ ସାହୁଙ୍କ ସହ ମାସର ପ୍ରଥମ ଗୁରୁବାର ନିଜ ଗାଁରେ ମାଗଣାରେ ପ୍ରାୟ ତିନି ଶହରୁ ଉଦ୍ଧ୍ୱର୍ ରୋଗୀଙ୍କ ଚିକିତ୍ସା କରିଥାନ୍ତି । ଏବଂ ପ୍ରତି ଗୁରୁବାର କଟକ ଓ ଭୁବନେଶ୍ୱରରେ ଥିବା ନିଜ କ୍ଲିନିକ୍ରେ ମାଗଣା ସେବା ଯୋଗାଇଥାନ୍ତି । ଏବଂ ଏଥିସହ ସେ ଭଦ୍ରକରେ ମଧ୍ୟ ରୋଗୀ ଦେଖିବା ମଧ୍ୟରେ ବହୁ ଗରିବ ରୋଗୀଙ୍କ ସେବା କରିଥାନ୍ତି । ବିଶେଷକରି ଚର୍ମରୋଗ ନିରାକରଣ ଓ ସଚେତନତା କ୍ଷେତ୍ରରେ ତାଙ୍କର ସନ୍ଦର୍ଭ ଓ କାର୍ଯ୍ୟର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଉପରୋକ୍ତ ସମ୍ମାନ ପ୍ରଦାନ କରାଯାଇଛି । ଏଥି ଉପଲକ୍ଷେ ଆଜିର ସମ୍ବର୍ଦ୍ଧନା ସଭାରେ ବାବା ପଲ୍ଲୀ କ୍ଲିନିକ୍ ପକ୍ଷରୁ ଆବୁ ହୋସେନ ଖାଁ ଓ ସୋଫିଆ ଖାତୁନ ଡାକ୍ତର ଶ୍ରୀ ପୁହାଣଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ ପୂର୍ବକ ଈଶ୍ୱରଙ୍କ ନିକଟରେ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ ।

error: Thank You Keep Visiting