ପର୍ଯ୍ୟଟନ ପୀଠରେ ୩ ଟି ନଳକୂପ ଅଚଳ

An Independent Media
ବିଭାଗୀୟ ଅଧିକାରୀଙ୍କ ନଜର  ଆସୁନାହିଁ ; ପାଣି ପାଇଁ ଲୋକେ ଡ଼ହଳ ବିକଳ

ଆରଡ଼ି( ଓଡିଶା ଜର୍ଣ୍ଣାଲ) ଭଦ୍ରକ ଜିଲ୍ଲା ର ପ୍ରସିଦ୍ଧ ଆରଡ଼ି ଆଖଣ୍ଡଳମଣି ପୀଠ ।ଏହା ଏକ ପର୍ଯ୍ୟଟନ ପୀଠ ।ସରକାର ପର୍ଯ୍ୟଟନ ପୀଠର ବିକାଶ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏଠାକାର ।ପାନୀୟ ଜଳ ହେଉଛି ମୁଖ୍ୟ ସମସ୍ୟା ।ଏହା ଚାନ୍ଦବାଲି ବ୍ଲକ ଆରଡ଼ି ପଞ୍ଚାୟତ ଅଧୀନରେ ଥିବା ୧୦ନଂ ୱାର୍ଡ ର ନଳକୂପ ଦିନେ ନୁହେଁ କି ଦୁଇ ଦିନ ନୁହେଁ ।ଦୀର୍ଘ ତିନି ମାସ ହେବ ଅଚଳ ଅବସ୍ଥାରେ ପଡିରହିଛି ।ଯାହାକୁ ନେଇ ଗ୍ରାମବାସୀ ମାନେ ପାଣି  ଟୋପାଏ ପିଇବାକୁ ହେଲେ ୧କିମି ରାସ୍ତା   ଯିବାକୁ ପଡିଥାଏ ।ଆରଡ଼ି   ଏକ ତଳିଆ ଅଞ୍ଚଳ ହୋଇଥିବାରୁ ଏଠାରେ ମଧୁର ଜଳ ପିଇବା ଲାଗି ଲୋକେ ସରକାରୀ ନଳକୂପ ଉପରେ ନିର୍ଭର କରିଥାନ୍ତି ।କିନ୍ତୁ ସରକାରୀ ନଳକୂପ ଅଚଳ ହେଲେ ଲୋକେ ୨ରୁ ୩ ମାସ ଅପେକ୍ଷା କରିବାକୁ ପଡେ ।ସରକାର ବିଭିନ୍ନ ଯୋଜନା ଉପରେ ଯୋଜନା ଘୋଷଣା କରିଥାନ୍ତି ।ସତ କିନ୍ତୁ ଥାହା କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନଭାବ ଯୋଗୁଁ ଏମିତି ଅଚଳ ହୋଇ ପଡ଼ିଥାଏ ନଳକୂପ।

error: Thank You Keep Visiting