ଭଦ୍ରକ ଜିଲ୍ଲା ଶ୍ରମିକ ସଂଗଠନ ସମନ୍ୱୟ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ଓ ପ୍ରତିବାଦ ସଭା

An Independent Media

ଭଦ୍ରକ: ଆଜି ଭଦ୍ରକ ଜିଲ୍ଲା ଶ୍ରମିକ ସଂଗଠନ ସମନ୍ୱୟ ସମିତ ପକ୍ଷରୁ ସତର ଦଫା ଦାବୀ ନେଇ ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟଠାରେ ବିକ୍ଷୋଭ ପ୍ରଦର୍ଶନ ସହିତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦ ସଭାରେ ହଜାର ହଜାର ଜିଲ୍ଲାର କାର୍ଯ୍ୟରତ ନିର୍ମାଣ ଶ୍ରମିକ ଏବଂ ଅସଂଗଠିତ ଶ୍ରମିକମାନେ ସେମାନଙ୍କର ନ୍ୟାର୍ଯଦାବୀ ନେଇ ଉପଜିଲ୍ଲାପାଳ ଓ ଶ୍ରମ ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ । ପ୍ରାରମ୍ଭରେ ହଜାର ହଜାର ଶ୍ରମିକମାନେ ହାତରେ ପ୍ଲୋକାର୍ଡ ଓ ପତାକା ଧରି ବନ୍ତଛକଠାରୁ ଶୋଭାଯାତ୍ରା ବାହାରି ସହର ପ୍ରରିକ୍ରମା ପରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦ ସଭାରେ ସିଏମଏସ ଶ୍ରମିକନେତା ନାରାୟଣ ନାୟକଙ୍କ ଅଧ୍ୟକ୍ଷତ୍ୱାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଏଆଇସିସିଟିୟୁର ଶ୍ରମିକ ନେତା ସମର ବଳ ତାଙ୍କର ବକ୍ତବ୍ୟରେ ଶ୍ରମିକମାନଙ୍କର ନ୍ୟାର୍ଯ୍ୟଦାବୀ ଓ ବିଭିନ୍ନ ସମସ୍ୟା ସଂର୍ପକରେ ଆଲୋକପାତ କରିଥିଲେ ।

ବିଏମଏସର ନେତା ମନୋଜ ବସନ୍ତରାୟ,ମୁକ୍ତିକାନ୍ତ ସାହୁ,କମଳାକାନ୍ତ ସାହୁ ପରେଶନାଥ ଧଳ,ଆଇଏନଟିୟୁସିର ନେତା ଭବେନ୍ଦ୍ର ସାହୁ, ସୁବାଶୀଷ ନାୟକ,ଏଆଇଟିୟୁସି ନେତା ରମେଶ ଜେନା.ରବିନ୍ଦ୍ର ସେଠୀ, ଗୁରୁପଦ ଜେନା,ସିଏମଏସର ରାଜ୍ୟ ନେତା ନୃସିଂହଚରଣ ମିଶ୍ର,ନରେନ୍ଦ୍ର ଜେନା, ଏଆଇୟୁଟିୟୁସିର ନେତା ରାମଚନ୍ଦ୍ର ଶଙ୍କୁଆ ,ଶାନ୍ତିଲତା ରାଉତ, ଆଜମଲ୍ ହୁସେନ୍ ପ୍ରମୁଖ ବକ୍ତବ୍ୟରେ ଶ୍ରମିକମାରଣ ନୀତି ବିରୋଦ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଏଆଈସିସିଟୁୟର ପ୍ରତାପ ନାୟକ,ପୁର୍ଣ୍ଣଚନ୍ଦ୍ର ଦାସ,ଜଗନ୍ନାଥ ଦାସ,ଅମୁଲ୍ୟ ବେହେରା ,ବିପ୍ଲବୀ ନିର୍ମାଣ ଶ୍ରମିକ ସଂଘର ପ୍ରତାପ ନାୟକ,ଜୟନ୍ତୀ ବିଶ୍ୱାଳ,ଗାୟତ୍ରୀ ବେହେରା, ଗୟାଧର ସେଣ,ଜଗନ୍ନାଥ ଦାସ ପ୍ରମୁଖ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ବିଭିନ୍ନ ଦାବୀ ମଧ୍ୟରୁ ଭଦ୍ରକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଗ୍ରହଣ କରାଯାଉଥିବା ସମସ୍ତ ପଂଜୀକରଣ ଦରଖାସ୍ତ ଓ ସହାୟତା ରାଶି ପାଇଁ ଦରଖାସ୍ତଗୁଡ଼ିକୁ କେବଳ ଶ୍ରମ ସଂଗଠନ ମାଧ୍ୟମରେ ଲିଖିତ ରସିଦ୍ ଦେଇ ଗ୍ରହଣ କରାଯାଉ ।

ଏହି କାର୍ଯ୍ୟକୁ ବି.ଓ.ସି. କର୍ମଚାରୀମାନଙ୍କ ଦ୍ୱାରା କରାନଯାଇ ଶ୍ରମ କାର୍ଯ୍ୟାଳୟରେ ସ୍ଥାୟୀ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଉ ।ସମସ୍ତ ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲାପାଳଙ୍କ ପାଖକୁ ତାଲିକା ପଠାଯିବା ପୂର୍ବରୁ ସେ ତାଲିକାକୁ ଜିଲ୍ଲା ଶ୍ରମିକ ସଂଗଠନ ସମନ୍ୱୟ ସମିତି ସହିତ ଆଲୋଚନା କରାଯାଇ ମଂଜୁରୀ ନିମନ୍ତେ ପଠାଯାଉ ।ନିର୍ମାଣ ଶ୍ରମିକ ପରିଚୟ ପତ୍ର ନବୀକରଣ କ୍ଷେତ୍ରରେ କେବଳ ସମନ୍ୱୟ ସମିତି ୟୁନିୟନ୍ ସହିତ ଆଲୋଚନା କରାଯାଉ ।ଶ୍ରମ କାର୍ଯ୍ୟାଳୟରେ ଦୀର୍ଘଦିନ ପଡ଼ିରହିଥିବା ବିଭିନ୍ନ ସହାୟତା ଦରଖାସ୍ତ ଯଥା – ଶିକ୍ଷା, ବିବାହ, ପ୍ରସବକାଳୀନ, ସାଇକେଲ, ଯନ୍ତ୍ରପାତି, ସୁରକ୍ଷା ଉପକରଣ ସହାୟତାଗୁଡ଼ିକୁ ତୁରନ୍ତ ସମାଧାନ କରାଯାଉ । ଦୂରାରୋଗ୍ୟ ବ୍ୟାଧି ଓ ଦୁର୍ଘଟଣାଜନିତ ସହାୟତା ପ୍ରଦାନ ପାଇଁ କମିଟି ଗଠନ କରାଯା ।ାଶ୍ରମସଂଗଠନମାନଙ୍କୁଶ୍ରମକାର୍ଯ୍ୟାଳୟରେ ବସି କାର୍ଯ୍ୟକରିବାର ସୁବ୍ୟବସ୍ଥା କରାଯାଉ ।ଶ୍ରମ କାର୍ଯ୍ୟାଳୟରେ ଚାଲିଥିବା ବ୍ୟାପକ ଦୁର୍ନିତୀ ଓ ଦଲାଲ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଉ ।୩ବର୍ଷରୁ ଉଦ୍ଧ୍ୱର୍ ଧରି କାର୍ଯ୍ୟରତ କର୍ମଚାରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉ ।ନିର୍ମାଣ ଶ୍ରମିକମାନଙ୍କୁ ବଣ୍ଟାଯାଇଥିବା ନିମ୍ନମାନର ଯନ୍ତ୍ରପାତି ଓ ସୁରକ୍ଷା ଉପକରଣ ପ୍ରଦାନର ହୋଇଥିôବା ଦୁର୍ନିିତୀ ତଦନ୍ତ କରାଯାଉ ।ଅନ୍ୟମାନଙ୍କ ମଧ୍ୟରେ ବିଷ୍ଣୁଚରଣ ଖଟୁଆ, ମନୋଜ ନାୟକ, ପ୍ରଦୀପ ଦାସ, ଦେବେନ୍ଦ୍ର ଦାସ, ଦେବେନ୍ଦ୍ର ବସନ୍ତିଆ,ବାମାଚରଣ ସାହୁ,ଶରତ ବାରିକ୍ ପ୍ରମୁଖ ଏହି ଆନ୍ଦୋଳନରେ ଯୋଗଦେଇଥିଲେ । ଦୂରାରୋଗ୍ୟ ବ୍ୟାଧି ଓ ଦୁର୍ଘଟଣାଜନିତ ସହାୟତା ପ୍ରଦାନ ପାଇଁ କମିଟି ଗଠନ କରାଯା ।ା

ଶ୍ରମସଂଗଠନମାନଙ୍କୁଶ୍ରମକାର୍ଯ୍ୟାଳୟରେ ବସି କାର୍ଯ୍ୟକରିବାର ସୁବ୍ୟବସ୍ଥା କରାଯାଉ ।ଶ୍ରମ କାର୍ଯ୍ୟାଳୟରେ ଚାଲିଥିବା ବ୍ୟାପକ ଦୁର୍ନିତୀ ଓ ଦଲାଲ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଉ ।୩ବର୍ଷରୁ ଉଦ୍ଧ୍ୱର୍ ଧରି କାର୍ଯ୍ୟରତ କର୍ମଚାରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉ ।ନିର୍ମାଣ ଶ୍ରମିକମାନଙ୍କୁ ବଣ୍ଟାଯାଇଥିବା ନିମ୍ନମାନର ଯନ୍ତ୍ରପାତି ଓ ସୁରକ୍ଷା ଉପକରଣ ପ୍ରଦାନର ହୋଇଥିôବା ଦୁର୍ନିିତୀ ତଦନ୍ତ କରାଯାଉ ।ଅନ୍ୟମାନଙ୍କ ମଧ୍ୟରେ ବିଷ୍ଣୁଚରଣ ଖଟୁଆ, ମନୋଜ ନାୟକ, ପ୍ରଦୀପ ଦାସ, ଦେବେନ୍ଦ୍ର ଦାସ, ଦେବେନ୍ଦ୍ର ବସନ୍ତିଆ,ବାମାଚରଣ ସାହୁ,ଶରତ ବାରିକ୍ ପ୍ରମୁଖ ଏହି ଆନ୍ଦୋଳନରେ ଯୋଗଦେଇଥିଲେ ।

error: Thank You Keep Visiting