ରାଜ୍ୟ ଅତିରିକ୍ତ ନିର୍ଦ୍ଦେଶକ (ଯୋଜନା) ଓସେପାଙ୍କୁ ଭଦ୍ରକ ବ୍ଲକ୍ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଦାବିପତ୍ର

An Independent Media

ଭଦ୍ରକ: ଭଦ୍ରକ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଶିକ୍ଷକ-ଶିକ୍ଷିକା ମାନଙ୍କର ଦୀର୍ଘଦିନ ଧରି ଲାଗିରହିଥିବା ସମସ୍ୟାକୁ ନେଇ ବ୍ଲକ୍ ମିଳିତ ଶିକ୍ଷକ ସଂଗଠନ ପକ୍ଷରୁ ଜିଲା ପରିଦର୍ଶନରେ ଆସିଥିବା ଓସେପା ଅତିରିକ୍ତ ନିର୍ଦ୍ଦେଶକ ତଥା ନୋଡାଲ ଅଫିସର କାର୍ତ୍ତିକ ଚନ୍ଦ୍ର ଦାଶଙ୍କୁ ଦାବିପତ୍ର ପ୍ରଦାନ ସହ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଏଠାରେ ପ୍ରକାଶ ଥାଉକି ଭଦ୍ରକ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ଦୀର୍ଘଦିନ ଧରି ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିୟମିତ ଦରମା ନମିଳିବା, ବକେୟା ପ୍ରାପ୍ୟ ଓ ଛୁଟି ଦରମା ନମିଳିବା, ସେମାନଙ୍କର ସର୍ଭିସ୍ ବୁକ୍ ଅପଡେଟ୍ ନହେବା, ଅବସର ତଥା ମୃତ୍ୟୁବରଣ କରିଥିବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କର ଜିଆଇଏସ୍ ପେନସନ ଗ୍ରାଚୁରିଟି ବର୍ଷ ବର୍ଷ ଧରି ମିଳୁନାହିଁ ।

ଏଣୁ ଉପରୋକ୍ତ ସମସ୍ୟାର ସମାଧାନ ସହ ଏନ୍ଓସି ତୁରନ୍ତ ପ୍ରଦାନ କରିବା ଓ କାର୍ଯ୍ୟାଳୟର କିରାଣୀ ନିଯୁକ୍ତ ଭଳି ଦାବିଗୁଡିକୁ ସଂଘ ପକ୍ଷରୁ ଶ୍ରୀ ଦାଶଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା । ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଦାସ ଶିକ୍ଷକ ନେତୃତ୍ୱ, ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ, ବ୍ଲକ୍ ଶିକ୍ଷାଧିକାରୀ ଶମ୍ଭୁନାଥ ପାଣିଗ୍ରାହୀଙ୍କ ଉପସ୍ଥିତିରେ ସମସ୍ତ ସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏବଂ ଚଳିତ ମାସର ଦରମା ଦୁଇଦିନ ମଧ୍ୟରେ ପ୍ରଦାନ ସହ ପ୍ରତିମାସ ପହିଲାରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଦରମା ଦେବାପାଇଁ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ବକେୟା ଥିବା ସମସ୍ତ ବର୍ଗର ଶିକ୍ଷକ-ଶିକ୍ଷୟିତ୍ରୀଙ୍କର କାର୍ଯ୍ୟକୁ ତୁରନ୍ତ ସମାଧାନ କରିବାକୁ ମଧ୍ୟ କହିଥିଲେ ।

ଏହି ଆଲୋଚନା କାଳରେ ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ସଂଯୋଜିକା ଚାରୁଲତା ମହାପାତ୍ର, ଜିଲା ଉପଦେଷ୍ଟା ସୁରେନ୍ଦ୍ର କୁମାର ମଲ୍ଲିକ, ବାବୁଲା ରାଉତ, ଭାସ୍କର ଚନ୍ଦ୍ର ନାୟକ, ବ୍ଲକ୍ ସଂପାଦକ ସୁରେଶ ଚନ୍ଦ୍ର ନାୟକ, ଶିକ୍ଷକ ନେତା ତବରେଜ ଖାଁ, ସେକ୍ ଅବଦୁଲ ରବ୍, ଜାବେଦ ଅଖତର ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting