ସଦର ପଂଚାୟତ ବଜାର ଭିତ୍ତିଭୂମୀ ଅଭାବ

An Independent Media

ଭଦ୍ରକ: ଚତୁର୍ଦ୍ଦଶ ଅର୍ଥ ଆୟୋଗ ଓ ଚତୁର୍ଥ ଅର୍ଥ କମିଶନ ଗ୍ରାମ ପଂଚାୟତ ମାନଙ୍କରେ ବଜାର ସୃଷ୍ଟି ପାଇଁ ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ଯୋଗାଉଥିଲେ ମଧ୍ୟ ଭଣ୍ଡାରିପୋଖରୀ ବ୍ଲକ ସଦର ଦକ୍ଷିଣବାଡ଼ ପଂଚାୟତରେ ବଜାର ଭିତିଭୂମୀ ସଦୃଢ଼ ହୋଇପାରିନଥିବା ଜଣାପଡ଼ିଛି । ଏହି ପଂଚାୟତ ବ୍ଲକର ସଦର ମହକୁମାରେ ହୋଇଥିବା ଯୋଗୁ ଏଠାରେ ବଜାରର ଚାହିଦା ମଧ୍ୟ ରହିଛି । ଥାନା, ଡ଼ାକ୍ତରଖାନା, ବ୍ଲକ, ତହସିଲ, ରେଜେଷ୍ଟ୍ରି ଅଫିସ, ଦୁଇଟି ରାଷ୍ଟ୍ରାୟତ ଓ ଦୁଇଟି ଗ୍ରାମ୍ୟ ବ୍ୟାଙ୍କ ସ୍ୱଳ୍ପ ବ୍ୟବଧାନରେ ଥିବା ଯୋଗୁ ବଜାରର ଚାହିଦା ଦିନକୁ ଦିନ ବଢ଼ିଚାଲିଛି । ଏଠାରେ ସପ୍ତାହର ଦୁଇ ଦିନ ହାଟ ବସୁଥିବା ବେଳ ୮/୧୦ ଗୋଟି ପଂଚାୟତର ଲୋକ ହାଟକୁ ଆସିଥାନ୍ତି । ଏବେ ରାଜପଥ ସଂପ୍ରସାରଣ ହୋଉଥିବାରୁ ସଦର ବଜାରର ଅଂଶ ଭାବେ ରାସ୍ତା ପାର୍ଶ୍ୱରେ ଥିବା ଶତାଧିକ ଦୋକାନ ଚଳିତ ମାସ ୨୦ ତାରିଖ ମଧ୍ୟରେ ଭାଙ୍ଗିବା ପାଇଁ ତହସିଲ ପକ୍ଷରୁ ନିର୍ଦ୍ଦେଶ ନାମା ପ୍ରକାଶ ପାଇବା ପରେ ଦୋକାନି ମାନଙ୍କ ଉପରେ ଚଡ଼କ ପଡ଼ିଛି । ଏପଟେ ଦକ୍ଷିଣବାଡ଼ ଗ୍ରାମ ପଂଚାୟତ ପକ୍ଷରୁ ଦୁଇଟି ସ୍ଥାନରେ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କାର୍ଯ୍ୟ ଅର୍ଦ୍ଧନିର୍ମିତ ଭାବେ ଅର୍ଥ ଅଭାବରୁ ପଡ଼ିରହିଛି । ପଂଚାୟତର ସିମତି ସଭ୍ୟା ସବିତା ମହାପାତ୍ର ଜିଲ୍ଲା ଗ୍ରମ୍ୟା ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କୁ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ପାଇଁ ଅର୍ଥ ଯୋଗାଇ ଦେବାକୁ ପତ୍ର ମାଧ୍ୟମରେ ଅନୁରୋଧ କରିଥିବା ଜଣାଇଛନ୍ତି ।

error: Thank You Keep Visiting