ଚତୁର୍ଭୁଜପୁର ଗ୍ରାମବାସୀଙ୍କ ପାଇଁ କଂକ୍ରିଟ ରାସ୍ତା ସ୍ୱପ୍ନ

Straight to the Point

ଭଦ୍ରକ: ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଂଚାୟତ ଚତୁର୍ଭୁଜପୁର ଗ୍ରାମ ବାସିଙ୍କ ପାଇଁ ସଂପୂର୍ଣ୍ଣ କଂକ୍ରିଟ ରାସ୍ତା ଏବେ ସ୍ୱପ୍ନ ପାଲଟିଥିବା ବେଳେ ବର୍ଷାଦିନେ ଯାତାୟତ ପାଇଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପଂଚାୟତର ଉକ୍ତ ଗ୍ରାମଟି ସରତାନଦୀ ତଟରେ ଅବସ୍ଥିତ ଥିବା ବେଳେ ଛୋଟ ଓ ମଧ୍ୟମ ଧରଣର ବନ୍ୟା ଆସିଲେ ଖାଲୁଆ ଗ୍ରାମ୍ୟ ରାସ୍ତା ଯୋଗୁ ଲୋକ ମାନେ ମୁଖ୍ୟ ରାସ୍ତାକୁ ଆସିପାରନ୍ତି ନାହିଁ । ବନ୍ୟା ସମୟରେ କାହାର ସ୍ୱାସ୍ଥ୍ରଗତ ସମସ୍ୟା ଦେଖାଦେଲେ ଗାଁ ଲୋକଙ୍କ ବୁଧି ହଜିଯାଏ । ଗାଁ ମଝି କିର୍ତନ ମଣ୍ଡପ ଠାରୁ ମାତ୍ର କେତେ ମିଟର କଂକ୍ରିଟ ରାସ୍ତା ଠାକୁରାଣି ମନ୍ଦିର ଯାଏଁ ଆସିଥିବା ବେଳେ ସେଉଠୁ ମାଟି ମିଶା ମୋହରମ ରାସ୍ତା ମାଳଦା ମଣିନାଥପୁର ପୂର୍ତ ବିଭାଗ ରାସ୍ତାକୁ ସଂଯୋଗ କରିଛି । ଘରୁ ବାହାରି କଂକ୍ରିଟରେ ଲୋକେ ଆସୁଥିବା ବେଳେ ଯୋତା ଓହ୍ଲାଇ ପୁଣି ମୁଖ୍ୟ ରାସ୍ତାକୁ ଆସିଥାନ୍ତି ।

ସେହିଭଳି ମୁଖ୍ୟ ରାସ୍ତାରୁ ଗଡ଼ି ପାଣି କାଦୁଅରେ ଯାଇ କଂକ୍ରିଟ ରାସ୍ତା ପାର ହୋଇ ଘରକୁ ଯାଇଥାନ୍ତି । ଏହାଛଡ଼ା ଗାଁ ମୁଣ୍ଡ ସ୍କୁଲକୁ ଆସିବା ପାଇଁ ପିଲାମାନେ ଅସୁବିଧା ଭୋଗ କରୁଥିବା ବେଳେ ସାଇକେଲ ଓ ମୋଟର ସାଇକେଲ ଯୋଗେ ରାସ୍ତାରେ ଆସିବା ପାଇଁ ଗ୍ରାମ ବାସି ମାନେ ସୁରକ୍ଷିତ ମଣୁନାହାଁନ୍ତି । ରାସ୍ତା ସମସ୍ୟା ସଂପର୍କରେ ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ଯାଏଁ ଆପତି ଅଭିଯୋଗ ହେଉଥିଲେ ସୁଦ୍ଧା ଏଥିପ୍ରତି କୌଣସି ଅଧିକାରୀ ଦୃଷ୍ଟି ଦେଉନଥିବାରୁ ଗ୍ରାମ ବାସି ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *