ଆଦାନୀ ବିଦ୍ୟାମନ୍ଦିରକୁ ଶିକ୍ଷାକ୍ଷେତ୍ରରେ ଉକ୍ରର୍ଷତା ନିମନ୍ତେ ଆସୋଚାମ ଶିକ୍ଷା ଉକ୍ରୃଷ୍ଟତା ପୁରସ୍କାର ପ୍ରଦାନ

An Independent Media

Odia Unicode Converter

ଭଦ୍ରକ: ଶିକ୍ଷାକ୍ଷେତ୍ରରେ ଉକ୍ରର୍ଷତା ନିମନ୍ତେ (ସ୍କୁଲ ସର୍ଭିଂ ସୋସିଆଲ କଜ୍) ଆଦାନୀ ବିଦ୍ୟା ମନ୍ଦିର, ଆସୋଚାମ ଶିକ୍ଷା ଉକ୍ରୃଷ୍ଟତା ପୁରସ୍କାର ୨୦୧୯ରେ ସମ୍ମାନିତ କରାଯାଇଛି । ଉକ୍ରୃଷ୍ଟ ଶିକ୍ଷାଦାନ ଏବଂ ଅନୁଷ୍ଠାନକୁ ସ‘ଳତାର ସହ ସଂଚାଳନ କରିବା ଦିଗରେ ପ୍ରମୁଖ ଅବଦାନ ନିମନ୍ତେ ଆଦାନୀ ବିଦ୍ୟା ମନ୍ଦିରକୁ ଏହି ପୁରସ୍କାର ଦିଆଯାଇଛି । ଅହମ୍ମଦାବାଦସ୍ଥିତ ଆଦାନୀ ବିଦ୍ୟା ମନ୍ଦିରକୁ ଏହି ସ୍କୁରସ୍କାର ଦିଆଯାଇଛି । କଲିକତାଠାରେ ଆସୋଚାମ୍ ଦ୍ୱାରା ଆୟୋଜିତ ଶିକ୍ଷା ସମ୍ମିଳନୀ-୨୦୧୯ ଏବଂ ଉକ୍ରୃଷ୍ଟ ଶିକ୍ଷା ପୁରସ୍କାର ଅବସରରେ ଏହା ପ୍ରଦାନ କରାଯାଇଥିଲା । ଯେଉଁପରି ଭାବେ ଆମେ ଆମ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରୁଛୁ, ଏହା ଦେଶର ଆଗାମୀ ଦିନର ଭବିଷ୍ୟତକୁ ନିର୍ଦ୍ଧାରଣ କରିବ । ସାଧାରଣତଃ ଆମେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଅଧିକ ପ୍ରୟାସ କରିଥାଉ । ବିଶେଷ କରି ଆର୍ଥିକ ଅନଗ୍ରସର ଥିବା ପରିବାରର ପିଲାମାନଙ୍କୁ ସ୍ୱାଭିମାନୀ ଏବଂ ସମାଜରେ ପ୍ରତିଷ୍ଠିତ ହେବା ଭଳି ଏକ ଉଜ୍ଜ୍ୱଳ ଭବିଷ୍ୟତ ପ୍ରଦାନ କରିବା ନିମନ୍ତେ ପ୍ରୟାସ କରିଆସୁଛୁ ବୋଲି କହିଛନ୍ତି ଆଦାନୀ ଫାଉଣ୍ଡେସନର ଅଧ୍ୟକ୍ଷା ପ୍ରିତୀ ଆଦାନୀ । ଅହମ୍ମଦାବାଦସ୍ଥିତ ଆଦାନୀ ବିଦ୍ୟା ମନ୍ଦିର ହେଉଛି ଦେଶର ମୂଲ୍ୟମୁକ୍ତ ବିଦ୍ୟାଳୟ ଯାହାକି କ୍ୱାଲିଟି କାଉନ୍ସିଲ୍ ଅଫ୍ ଇଣ୍ଡିଆ ଅନ୍ତର୍ଗତ ‘ନାବେଟ’ ମାନ୍ୟତାପ୍ରାପ୍ତ ହୋଇଛି । ନିୟମିତ ଶିକ୍ଷାର ଏକ ଅଂଶ ଭାବେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ପ୍ରେସର ମିଳିତ ସହଭାଗିତାରେ ‘କୋଡିଂ ସ୍ୟାଣ୍ଡପିଟ୍’ ଆରମ୍ଭ କରିଥିବା ଏହା ଦେଶର ପ୍ରଥମ ବିଦ୍ୟାଳୟ । ଏହି ବିଦ୍ୟାଳୟରେ ଉନ୍ନତମାନର ଲାବୋରେଟୋରୀ, ଆଧୁନିକ ଲାଇବ୍ରେରୀ, ସୁବିଧାଜନକ ଗମନାଗମନ ପ୍ରଦ୍ଧତି, କ୍ରୀଡ଼ା ଏବଂ ଶିକ୍ଷାଭିତ୍ତିକ ଅନ୍ୟାନ୍ୟ କାର୍ଯ୍ୟକଳାପ ନିମନ୍ତେ ସୁଯୋଗ, ଉକ୍ରୃଷ୍ଟ କ୍ୟାଣ୍ଟିନ ଆଦି ଯୋଗାଇ ଦିଆଯାଇଛି । ଏତଦ୍ବ୍ୟତୀତ, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ର ଛାତ୍ରଛାତ୍ରୀମାନଙ୍କ ପାଇଁ ସପ୍ତାହବ୍ୟାପୀ ଉଦ୍ୟୋଗ ପ୍ରଦର୍ଶନ କାର୍ଯ୍ୟକ୍ରମ ପାଇଁ ବିଶେଷ ସୁବିଧା ରହିଛି, ଯାହାଫଳରେ ସେମାନେ ନିଜକୁ ପ୍ରସ୍ତୁତ କରିବା ସହ ସେମାନଙ୍କ ସ୍ୱପ୍ନର ବୃତ୍ତି ଆଡକୁ ଅଗ୍ରସର ହୋଇପାରିବେ । ସିବିଏସ୍ଇ ବୋର୍ଡ଼ ମାନ୍ୟତା ପ୍ରାପ୍ତ ଆଦାନୀ ବିଦ୍ୟାମନ୍ଦିର ୨୦୦୮ ମସିହାରେ ସ୍ଥାପନ କରାଯାଇଥିଲା । ଅହମ୍ମଦାବାଦ କ୍ୟାମ୍ପସ ଭଳି, ସରଗୁଜା (ଛତିଶଗଡ଼) ଏବଂ ଭଦ୍ରେଶ୍ୱର (ଗୁଜରାଟ)ସ୍ଥିତ ଆଦାନୀ ବିଦ୍ୟା ମନ୍ଦିରରେ ମଧ୍ୟ ଉଚ୍ଚକୋଟୀର ଶିକ୍ଷା ପ୍ରଦାନ କରାଯାଉଛି । ଏହି ବିଦ୍ୟାଳୟଗୁଡ଼ିକର ନିଜସ୍ୱ ସ୍ୱତନ୍ତ୍ର ଭିତ୍ତିଭୂମି ସହ ଏଠାରେ ଉପଯୁକ୍ତ ତାଲିମପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି । ପ୍ରତ୍ୟେକ ବର୍ଷ ଏହି ବିଦ୍ୟାଳୟଗୁଡ଼ିକରୁ ପ୍ରାୟ ୨,୧୦୦ ମେଧା ଛାତ୍ରଛାତ୍ରୀ ଶିକ୍ଷାପ୍ରାପ୍ତ କରି ସମାଜରେ ବେଶ୍ ଉଚ୍ଚ ପ୍ରତିଷ୍ଠା ଲାଭ କରୁଛନ୍ତି ।

error: Thank You Keep Visiting