ବାସୁଦେବପୁରରେ ୨ ଶହରୁ ଉର୍ଦ୍ଧ୍ୱ ଚାଷୀ ୧୨ ଶହ ଲିଟରରୁ ଉର୍ଦ୍ଧ୍ୱ କ୍ଷୀର ଢାଳି ନଷ୍ଟକଲେ

An Independent Media

ଭଦ୍ରକ: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ୍ରେ ଗତକାଲି ରାତିରେ ଚାଷୀମାନେ ଦୁଗ୍ଧସଂଗ୍ରହ କେନ୍ଦ୍ରକୁ କ୍ଷୀର ଦେବାକୁ ଆସି ତାହା ସେଠାରେ ଗ୍ରହଣ ନହେବାରୁ ତଳେ ଢାଳି ନଷ୍ଟ କରିଥିବାର ଜଣାପଡିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଗତକାଲି ରାତି ପ୍ରାୟ ୧୧.୩୦ ରେ ବାସୁଦେବପୁର ଦୁଗ୍ଧ ସଂଗ୍ରହ କେନ୍ଦ୍ରକୁ ପ୍ରତ୍ୟେକ ଦିନ ପରି ଦୁଗ୍ଧଚାଷୀମାନେ ସେମାନଙ୍କ ଦୁଗ୍ଧ ସଂଗ୍ରହ କରି ଦେବାକୁ ଆସିଥିଲେ । ହେଲେ ସେଠାରେ ଦୁଗ୍ଧ ସଂଗ୍ରହ ଦାୟିତ୍ୱରେ ଥିବା ପ୍ରତିନିଧି କ୍ଷୀର ନିମ୍ନମାନର ବୋଲି ଦର୍ଶାଇ ତାହା ଗ୍ରହଣ କରିନଥିଲେ । ଫଳରେ ଏତେ ରାତିରେ ଚାଷୀ ତାର କଷ୍ଟ ଉପାର୍ଜିତ କ୍ଷୀର କଣ କରିବ ବୋଲି ଭାବି ଏଗୁଡିକୁ ସେଠାରେ ବାଧ୍ୟ ହୋଇ ଢାଳିଦେଇଥିବାର ଜଣାପଡିଛି । ସୂଚନା ମୂଳେ ବିଭିନ୍ନ ଦୁଗ୍ଧ ସେବା ସମବାୟ ସମିତିରୁ ପ୍ରାୟ ୨ ଶହରୁ ଉଦ୍ଧ୍ୱର୍ ଚାଷୀଙ୍କ ଠାରୁ ସଂଗୃହିତ ହୋଇଥିବା ପ୍ରାୟ ୧୨ ଶହ ଲିଟରରୁ ଉଦ୍ଧ୍ୱର୍ କ୍ଷୀର ଢଳା ହୋଇଛି ।

error: Thank You Keep Visiting