୩୦ମୁଣ୍ଡ ଗଡ଼ିବା ପରେ ଆରମ୍ଭ ହେଲା ମୋଟେଲ ଛକ ଡ଼େଥ ଜୋନ୍ ଗଳା ପୋଲ ନିର୍ମାଣ

Straight to the Point

ଭଦ୍ରକ: ଦୀର୍ଘ ଦିନର ଦାବି ପୂରଣ ହୋଇଛି । ୧୬ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ କାଳରେ ଭଦ୍ରକର ଡ଼େଥ ଜୋନ ଭାବେ ପରିଗଣିତ ମୋଟେଲ ଛକ ଠାରେ ଏହି ଅଣ୍ଡର ପାସ(ଗଳାପୋଲ)ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଉକ୍ତ ନିର୍ମାଣ କାର୍ଯ୍ୟକୁ ନେଇ ସଂପୃକ୍ତ ଅଞ୍ଚଳବାସୀ ଆଶ୍ୱସ୍ଥ ହୋଇଛନ୍ତି । ଏଠାରେ ସୂଚନାଯୋଗ୍ୟ ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ମୋଟେଲ ଛକ ଏକ ଡ଼େଞ୍ଜର ଜୋନ ଭାବେ ପରିଗଣିତ ହୋଇ ଆସୁଥିଲା । କାରଣ ଜାତୀୟ ରାଜପଥ ୪ଲେନ ହେବା ସମୟରେ ଏହି ଛକର ଗୁରୁତ୍ୱ ପ୍ରତି ଜାତୀୟ ରାଜପଥ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଆଖି ବୁଜିଦେଇଥିଲେ । ଭୌଗଳିକ ଦୃଷ୍ଟି କୋଣରୁ ଏହି ଛକର ଗୁରୁତ୍ୱ ଯଥେଷ୍ଟ ଅଧିକ । କାରଣ ଏହି ଛକ ନିକଟସ୍ଥ ଗବସାହି ଏକ ହାଇ ପ୍ରୋଫାଇଲ ଏରିଆ । ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲାଜଜ୍, ପ୍ରକଳ୍ନ ନିର୍ଦ୍ଦେଶକଙ୍କ ବାସଭବନ ସମେତ ମେଡ଼ିସିନ ଓୟାର ହାଉସ ଓ ପଅଷ୍ଟି ସାଧନ କେନ୍ଦ୍ର ସେଠାରେ ରହିଛି । ତେଣୁ ସ୍ୱାଭାବିକ୍ ଭାବେ ଏହି ଅଞ୍ଚଳର ବହୁ ଗୁରୁତ୍ୱ ରହି ଆସିଛି ।

ପୌରାଞ୍ଚଳର ସମସ୍ତ ୩୦ଟି ୱାର୍ଡ଼ ସମେତ, ୧୦ରୁ ଉଦ୍ଧ୍ୱର୍ ପଞ୍ଚାୟତବାସୀ ମଧ୍ୟ ଏହି ଛକ ଉପରେ ନିର୍ଭରଶୀଳ । ତେବେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟିର ଆଭବ ହେତୁ ଏଠାରେ ଏକ ଗଳାପୋଲ ନିର୍ମାଣ ସମ୍ଭବ ହୋଇପାରିନଥିଲା । ଫଳରେ ଏହି ବ୍ୟସ୍ତବହୁଳ ଛକରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ପ୍ରାୟ ୩୦ରୁ ଉଦ୍ଧ୍ୱର୍ ଲୋକଙ୍କ ପ୍ରାଣ ଯାଇଥିଲା । ତେଣୁ ଏଠାରେ ଏକ ଗଳାପୋଲର ଆବଶ୍ୟକତାକୁ ସମସ୍ତେ ଉପଲବ୍ଧି କରୁଥିଲେ । ତେବେ ଜାତୀୟ ରାଜପଥର ୬ଲେନ କାର୍ଯ୍ୟ ସମୟରେ ମୋଟେଲ ଛକ ଠାରେ ଏକ ଗଳାପୋଲ ନିର୍ମାଣ ପାଇଁ ପ୍ରସ୍ାବ ରହିଥିଲା । ଯାହାକି ଆଜି ବାସ୍ତବ ରୂପ ନେଇଛି । ଗବସାହି ନାଗରିକ ସୁରକ୍ଷା ମଞ୍ଚ ଏହାକୁ ନେଇ ସନ୍ତୋଷବ୍ୟକ୍ତ କରିବା ସହ ସଂଗଠନର ଦୀପକ ସାହୁ, ରାଧା ଦାସ, ସ୍ୱର୍ଣ୍ଣଲତା ସାହୁ, ଦେବରୂପ ମହାନ୍ତି, ବଟକୃଷ୍ଣ ଦାସଙ୍କ ସମେତ ବହୁ ସଦସ୍ୟ କେନ୍ଦ୍ର ପରିବହନ ମନ୍ଦ୍ରୀ ନିତିନ ଗଡ଼କରୀ, ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପ୍ରାକ୍ତନ ସାଂସଦ ଅର୍ଜୁନ ଚରଣ ସେଠୀ, ସାଂସଦଙ୍କ ପ୍ରତିନିଧି ଭରତ ଚନ୍ଦ୍ର ରାଉତଙ୍କୁ ସାଧୁବାଦ ଜଣାଇଛନ୍ତି ।

error: Thank You Keep Visiting