ଭଦ୍ରକରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

Straight to the Point

ଭଦ୍ରକ: ଆଜି ଭଦ୍ରକ ଜିଲା ସିଭିଲ୍ କୋର୍ଟ ପରିସରରେ ଏକ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ଜିଲା ଦୌରା ଜଜ୍ ତଥା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶୋଭନ କୁମାର ଦାଶ, ପରିବାର ଅଦାଲତର ନ୍ୟାୟାଧୀଶ ସଂଜୀବ ଦୁବେ, ଅତିରିକ୍ତ ଜିଲାଜଜ୍ ପ୍ରଣତି ସାହା, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଅମୀୟ ରଂଜନ ଜେନା, ସବ୍ଜଜ୍ (ବରିଷ୍ଠ ଦେୱାନୀ ଅଧିକାରୀ) ଶୁଭଂଜନ ମହାନ୍ତି, ଅତିରିକ୍ତ ବରିଷ୍ଠ ଦେୱାନୀ ଅଧିକାରୀ ଲୋପାମୁଦ୍ରା ମଲ୍ଲ, ଆଇନ୍ସେବା ପ୍ରାଧିକରଣ ସଚିବ ଅପର୍ଣ୍ଣା ମହାପାତ୍ର, ଏସ୍ଡିଜେଏମ୍ ଶୁଭଗୌତମ ମିଶ୍ର, କନିଷ୍ଠ ଦେୱାନୀ ବିଚାରପତି ପ୍ରିୟରଂଜନ ଓଝା, ଜେଏମ୍ଏଫସି ବିବେକ ସାସମଲ, କୋର୍ଟ ମ୍ୟାନେଜର ମାନସ କୁମାର ରଥ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ୨୧୩ ଟି ଦେୱାନୀ (ସିଭିଲ୍) ଓ ୫୯ଟି ଫୌଜଦାରୀ (କ୍ରିମିନାଲ) ମୋକଦ୍ଦମା ଫଇସଲା କରାଯାଇ ସମୁଦାୟ ୧ କୋଟି ୪୨ ଲକ୍ଷ ୮୭ ହଜାର ୪୧ ଟଙ୍କା କ୍ଷତିପୂରଣ / ଜରିମାନା ରାଶି ଆଦାୟ କରାଯାଇଥିଲା । ଏହି ଜାତୀୟ ଲୋକ ଅଦାଲତରେ ପ୍ରାୟ ୫୫ ରୁ ୬୦ ଟି ବିଭିନ୍ନ ବ୍ୟାଙ୍କର ବ୍ରାଞ୍ଚ ଓ ଶାଖାମାନ ମଧ୍ୟ ଅଂଶଗ୍ରହଣ କରି ମୋଟ ୧୫୭ ପ୍ରାକ୍ ମୋକଦ୍ଦମା ବ୍ୟାଙ୍କ ଋଣ ସମାଧାନ କରି ୨୮ ଲକ୍ଷ ୨୭ ଲକ୍ଷ ୫୫୪ ଟଙ୍କା ଆଦାୟ କରାଯାଇଥିଲା । ଏତଦ୍ବ୍ୟତୀତ ଏହି ଲୋକ ଅଦାଲତରେ ଭଦ୍ରକ ବାର୍ ଆସୋସିଏସନ୍ର ସଦସ୍ୟ ପ୍ୟାନେଲ ଓକିଲ ପି.ଏଲ୍ଭି ତଥା ୫ ହଜାରରୁ ଉଦ୍ଧ୍ୱର୍ ଜନସାଧାରଣ ଉପସ୍ଥିତ ଥିଲେ । ଶେଷରେ ୧୫ ଜଣଙ୍କୁ ଲବର କାର୍ଡ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *