ରୋଟାରୀ ମିଡ୍ ଟାଉନ ତରଫରୁ ବୃକ୍ଷରୋପଣ

Straight to the Point

ଭଦ୍ରକ: ରୋଟାରୀ କ୍ଲବ ମିଡ୍ ଟାଉନ ଭଦ୍ରକ ଓ ଟ୍ରି ଫ୍ୟାମିଲିର ମିଳିତ ସହଯୋଗରେ ଆଜି ଭଦ୍ରକ ବ୍ଳକ ଅନ୍ତର୍ଗତ ଗେଲପୁର ସ୍ଥିତ ବାପୁଜୀ ନୋଡାଲ ସ୍କୁଲ ପରିସରରେ ବୃକ୍ଷରୋପଣ କରାଯାଇଛି । ରୋଟାରୀ କ୍ଳବର ସଭାପତି ରୋଟାରିଆନ ଅତିସ୍ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ ଶ୍ରୀ ମିଶ୍ର ପ୍ରତ୍ୟେକ ବ୍ୟକ୍ତି ବର୍ଷକୁ ଥରେ କିଛି ନହେଲେ ବି ନିଜ ଜନ୍ମ ଦିନରେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ଆହ୍ୱାନ ଦେଇଥିଲେ । ବୃକ୍ଷ ବଞ୍ଚିଲେ ଆମେ ଯେ କେବଳ ଅମ୍ଳଜାନ ପାଇବା ତାହା ନୁହେଁ, ପରିବେଶର ସନ୍ତୁଳନ ରକ୍ଷା ନ ହେଲେ ଆଗାମୀ କିଛି ବର୍ଷ ପରେ ମଣିଷର ଜୀବନଧାରଣ ପ୍ରତି ବିପଦ ସୃଷ୍ଟି ହୋଇପାରେ ବୋଲି ମିଶ୍ର କହିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟ୍ରିତୀ, ରୋଟାରୀ କ୍ଳବର ସଦସ୍ୟ ସଦସ୍ୟା, ଟ୍ରି ଫ୍ୟାମିଲିର ସଦସ୍ୟ, ସ୍ଥାନୀୟ ଜନ ପ୍ରତିନିଧି, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ବିଭିନ୍ନ ପ୍ରକାରର ଫଳ, ଔଷଧୀୟ ବୃକ୍ଷ, ପୁଷ୍ପ ବୃକ୍ଷ ଆଦିର ଚାରା ଲଗାଇଥିଲେ । ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ରୋଟାରୀ କ୍ଲବର ଏଭଳି ପ୍ରଶଂସନୀୟ ପଦକ୍ଷେପକୁ ସ୍ୱାଗତ କରିବା ସହିତ ବିଭିନ୍ନ ଅନୁଷ୍ଠାନ ଏଭଳି କାର୍ଯ୍ୟ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ଟ୍ରି ଫ୍ୟାମିଲି ସଦସ୍ୟ ସୁରେନ୍ଦ୍ର କର, ସୁର ଦାସ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତପନ ନାୟକ, ରୋଟାରିଆନ ଇନ୍ଦ୍ରଜିତ୍ ସିଂ, ଶିଶିର ମିଶ୍ର, ରତନ ଗୁପ୍ତା, ପ୍ରମୋଦ ଲାଖାନୀ, ଅଶୋକ ଲାଖାନୀ, ଅମିତ ମଲ୍ଲିକ, ସନାତନ ଜେନା, ରାଜେଶ ବଳଦେୱା, ପବିତ୍ର ଖିଲାର, ଚୈତାଳୀ ଖିଲାର, ଅରୁଣ ପାତ୍ର, ସିଲୁ ଲାଖାନୀ, ସମିତା ମିଶ୍ର, ଶିକ୍ଷକ ସ୍ନେହାଶିଷ କର, ସରପଞ୍ଚ ସୁବ୍ରତ ରାଉତ, ସ୍ୱେଚ୍ଛାସେବୀ ସଂଗଠନ ୟୁ.ଡି. ଗ୍ରୁପ୍ର ଅତୁଲ ନାୟକ, ଉଜ୍ୱଳ ନାୟକ, ପ୍ରଦୀପ୍ତ କୁମାର ଦାସ ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ । ରୋଟାରୀ କ୍ଳବ ଏହିଭଳି ଆହୁରି ୨୫ଟି ବିଦ୍ୟାଳୟରେ ବୃକ୍ଷରୋପଣ କରିବ ବୋଲି ସଭାପତି ଶ୍ରୀ ବେହେରା ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *